December 8, 2024

Odia Express

Leading Odia News Portal of Odisha

ଗେଣ୍ଡୁ ଫୁଲର ୫ଟି ଫାଇଦା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ – ଜାଣି ନିଅନ୍ତୁ ଏହି କଥା ନଚେତ ବହୁତ ଅନୁତାପ କରିବେ..

ନମସ୍କାର ବନ୍ଧୁଗଣ,ଆମ ଦେଶ ଭାରତ ଜଡିବୁଟିର ସମ୍ଭାର ଅଟେ।ଏଠାରେ ଭିନ୍ନ ଭିନ୍ନ ଧରଣର ଜଡିବୁଟି ମିଳିଥାଏ,ବନସ୍ପତି ମିଳିଥାଏ। ଯାହା କି ଆମର ଆଖ ପାଖରେ ହିଁ ରହିଥାଏ।ରାସ୍ତାର କଡରେ,ନଦୀ କୂଳରେ କିମ୍ବା ପୋଖରୀର କୂଳରେ ରହିଥାଏ ଏବଂ ଆମେ ସବୁବେଳେ ଏହାକୁ ଅଣଦେଖା କରିଦେଇଥାଉ।କାରଣ ଆମେ ଜାଣି ନ ଥାଉ କି ଏହାର ନାମ କଣ ଏହାର କଣ କଣ ଲାଭ ଅଛି ତେବେ ଆମେ ଆଜି ଏହି ସବୁ ବିଷୟରେ ଆଲୋଚନା କରିବା।ଏହାର କଣ ନାମ ଅଟେ ଓ କେଉଁ କେଉଁ ଉପକାର ରହି ଅଛି ଏହାର ବ୍ୟବହାର କିପରି ହେବ।

ଏହା ଦ୍ଵାରା ଆପଣ କେଉଁ କେଉଁ ରୋଗର ଚିକିତ୍ସା କରିବା ପାଇଁ ସକ୍ଷମ ହେବେ ସେ ବିଷୟରେ ଜାଣିବା।ଏବଂ ଏଥିରେ ଆଜି ଆମେ ଜାଣିବା ଏକ ବହୁତ ହିଁ ସୁନ୍ଦର ଫୁଲ ସମ୍ବନ୍ଧରେ।ଏହି ଫୁଲ ସମ୍ପୂର୍ଣ୍ଣ ଭାରତରେ ସବୁ ସ୍ଥାନରେ ସହଜରେ ଉପଲବ୍ଧ ଥାଏ।ସବୁ ଗ୍ରାମରେ ସହରରେ ପ୍ରାୟତଃ ଆପଣ ଏହାକୁ ଦେଖି ଥିବେ।ଆଜ୍ଞା ହଁ ଆଜି ଆମେ କଥା ହେବା ଗେଣ୍ଡୁ ଓ ମଣ୍ଡା ଫୁଲ ବିଷୟରେ ଓ ଏହାର ଉପକାର ବିଷୟରେ।ଏହାର ପତ୍ରର ଲାଭ ସମ୍ବନ୍ଧରେ। ଏହାର ଚେର ବାବଦରେ ଜାଣିବା।କି ଆପଣ କିପରି ଏହାର ପତ୍ରର ବ୍ୟବହାର କରି ନିଜର ଦାନ୍ତର ପୀଡାକୁ ଦୂର କରି ପାରିବେ।

ଏହା ଦ୍ଵାରା ଆପଣ ବିଛା ଓ ସାପର କାମୁଡିବା ପରେ ଏହାର ବିଷକୁ ମଧ୍ୟ କାଢି ପାରିବେ।ଯଦି ଷ୍ଟୋନର ସମସ୍ୟା ଆପଣଙ୍କର ଅଛି ତେବେ ଏହା ଦ୍ଵାରା ସେ ସବୁ ସମସ୍ୟା ମଧ୍ୟ ଦୂର ହୋଇ ପାରିବ ।ଆପଣଙ୍କ ମୂତ୍ର ସହିତ ଏହା ଆପଣଙ୍କ ଶରୀରରୁ ବାହାରି ଯିବ।ଅର୍ସର ସମସ୍ୟା ଯଦି ଅଛି ତେବେ ଆପଣ ଶୀଘ୍ର ମୁକ୍ତି ପାଇ ପାରିବେ।ତେବେ ଆସନ୍ତୁ ଜାଣିବା କିପରି ଆପଣ ମଣ୍ଡା ଓ ଗେଣ୍ଡୁ ଫୁଲର ବ୍ୟବହାର ଏକ ଔଷଧ ରୂପରେ କରି ପାରିବେ।

ସବୁଠୁ ପ୍ରଥମ ଚିକିତ୍ସା ଯଦି ଆପଣଙ୍କୁ ବିଛା କାମୁଡି ଦେଇଛି ତେବେ ଏହାର ଚିକିତ୍ସା ଆପଣ ଏହାର ପତ୍ରକୁ ବ୍ୟବହାର କରି କରିପାରିବେ।ଏହାର ପତ୍ରକୁ ଛେଚି ଆପଣ ବିଛା କାମୁଡ଼ି ଥିବା ସ୍ଥାନରେ ଲଗାଇଲେ ତେବେ ଆପଣ ଦେଖିବେ ବିଛାର କାମୁଡ଼ିବାର କ୍ଷତରୁ ବିଷ ଓହରି ଯିବ।ଯଦି ଆପଣଙ୍କୁ ସାପ କିମ୍ବା ବିଛା କାମୁଡିଛି ତେବେ ପ୍ରଥମେ ଏହା କରି ଚିକିତ୍ସା ପାଇଁ ପାଖରେ ଥିବା ଡାକ୍ତରଖାନାକୁ ଯାଆନ୍ତୁ।ଯଦି ଆପଣଙ୍କୁ ଷ୍ଟୋନର ସମସ୍ୟା ଅଛି ତେବେ ଏହାର ପତ୍ରର ବ୍ୟବହାର ଦ୍ଵାରା ଆପଣ ଏହାର ଚିକିତ୍ସା କରିପାରିବେ ।ପ୍ରଥମେ ଆପଣ ଏହାର ପତ୍ରକୁ ନେଇ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଏହାର ଏକ କାଢ଼ା ପ୍ରସ୍ତୁତ କରି ପିଅନ୍ତୁ।

ଯଦି ଆପଣଙ୍କର ଅର୍ସର ସମସ୍ୟା ଅଛି ତେବେ ଏହାର ପତ୍ରକୁ ବ୍ୟବହାର କରି ଆପଣ ନିଜର ଚିକିତ୍ସା କରିପାରିବେ।ପ୍ରଥମେ ଏହାର ପତ୍ର ନିଅନ୍ତୁ ଏବଂ ଏଥିରେ ଦୁଇଟି ଦାନା କଳା ମରିଚ ଗୁଣ୍ଡ କରି ପକାନ୍ତୁ।ଓ ଏହାର ପତ୍ରର ରସରେ ମିଶାଇ ପିଇ ଦିଅନ୍ତୁ।ଆପଣଙ୍କୁ ଅର୍ସ ଭଳି ରୋଗ କବଳରୁ ମୁକ୍ତି ମିଳିଥାଏ। ଯଦି ଆପଣଙ୍କର ଦାନ୍ତରେ କଷ୍ଟ ହେଉଛି।ତେବେ ଏହି ରୋଗର ଚିକିତ୍ସା ମଧ୍ୟ ଆପଣ ମଣ୍ଡା ଫୁଲର ସାହାଯ୍ୟରେ କରିପାରିବେ।

ଏହାର ୧୦ଗ୍ରାମ ପତ୍ରକୁ ନେଇ ଦୁଇ ଗିଲାସ ପାଣିରେ ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଯେବେ ପାଣି ଫୁଟି ଏକ ଗିଲାସ ହୋଇଯିବ।ତେବେ ଏହାକୁ ଓଲ୍ହାଇ ଦିଅନ୍ତୁ ଏହାକୁ କୁଳି କରନ୍ତୁ।ଆପଣ ଦେଖିବେ ଦାନ୍ତର ଦରଜ ହେବା ଦୂର ହେବ।

Leave a Reply

Your email address will not be published. Required fields are marked *