December 8, 2024

Odia Express

Leading Odia News Portal of Odisha

ଆଖିର ଦୃଶ୍ୟ ଶକ୍ତି ବଢ଼ାଇବା ପାଇଁ ଘରୋଇ ଉପଚାର ଏହା ଦ୍ଵାରା ଆପଣଙ୍କୁ ମଧ୍ୟ ବିନା ଚଷମାରେ ଦେଖାଯିବ..

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏକ ଏପରି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ନିଜର ଆଖିର ଦୃଶ୍ୟ ଶକ୍ତି ବଢ଼ାଇ ପାରିବେ ଏକ ଘରୋଇ ଉପଚାର ଦ୍ଵାରା ଏବଂ ଏହା ଦ୍ଵାରା ଆପଣଙ୍କୁ ମଧ୍ୟ ବିନା ଚଷମାରେ ଦେଖାଯିବ।ଏହା ସହିତ ମଧ୍ୟ ନିଜର ଆଖିରେ ହେଉଥିବା ପୋଡ଼ା ଜଲା ଜନିତ ସମସ୍ୟାକୁ ଦୂର କରି ପାରିବେ।ବନ୍ଧୁଗଣ ବର୍ତ୍ତମାନ ୧୭ ପ୍ରତିଶତ ଲୋକ କେବଳ ଆଖିର କୌଣସି ନା କୌଣସି ପ୍ରକାରର ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି।ଦୂରରୁ କମ ଦେଖାଯାଉ କିମ୍ବା ପାଖରୁ କମ ଦେଖାଯାଉ କିମ୍ବା ଆଖିରେ ବହୁତ୍ ଜୋର ଯନ୍ତ୍ରଣା ହେଉଥିଲେ ଆପଣ ଏହି ଉପାୟକୁ ଅବଲମ୍ବନ କରି ଆପଣଙ୍କ ଆଖିର ଦୃଶ୍ୟ ଶକ୍ତିକୁ ବଢାଇ ପାରିବେ।

ଯଦି ଆପଣ ମାନେ ଲଗାତାର ମୋବାଇଲ ବ୍ୟବହାର କରୁଛନ୍ତି ତାହେଲେ ଆପଣ ୨୦ ମିନିଟ ପରେ ନିଜର ମୋବାଇଲକୁ ରଖି ଦେଇ ନିଜର ଆଖିକୁ ବିଶ୍ରାମ ଦିଅନ୍ତୁ।ଯଦି ଆପଣମାନେ ବହୁତ୍ ସମୟ ଧରି ମୋବାଇଲ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି ତାହେଲେ ମଝିରେ ମଝିରେ କିଛି କିଛି ସମୟ ନିଜର ଆଖିକୁ ବିଶ୍ରାମ ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ଆଖି ଭଲ ରହିବ। ତେବେ ଆସନ୍ତୁ ଜାଣିବା ଆଖିର ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଉଥିବା ଉପାୟ ବିଷୟରେ।


ତେବେ ଆଜି ଆମେ ଆପଣଙ୍କୁ ଯେଉଁ ପ୍ରଥମ ଉପାୟଟି କହିବୁ ଆପଣମାନେ ହୁଏତ ଏହି ଉପାୟକୁ ଆଗରୁ ଜାଣିଥିବେ। କିନ୍ତୁ ଯଦି ଏହି ଉପାୟର ଠିକ୍ ଭାବରେ ବ୍ୟବହାର କରାଯାଏ ନାହିଁ ତାହେଲେ ଏହାର କୌଣସି ପ୍ରକାରର ପ୍ରଭାବ ଆପଣଙ୍କ ଆଖି ଉପରେ ପଡ଼ିନଥାଏ।ତେବେ ଆଜି ଆମେ ଏହାର ପ୍ରସ୍ତୁତି ବିଷୟରେ କହିବା ସହ ଏହାର ବ୍ୟବହାର କିପରି କରାଯାଏ ମଧ୍ୟ ଜଣାଇବୁ।ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଏବଂ କିପରି ପ୍ରୟୋଗ କରାଯାଇଥାଏ ସେହି ବିଷୟରେ।ତେବେ ଏହି ଉପାୟଟି ପାଇଁ ଆପଣଙ୍କୁ ଦରକାର ହେବ ଧନିଆ , ପେସ୍ତା ବାଦାମ ଏବଂ ମିଶ୍ରି।ଏଥିପାଇଁ ଆପଣ ୧୦୦ ଗ୍ରାମ ଧନିଆ ,୧୦୦ ଗ୍ରାମ ବାଦାମ ଏହି ୧୦୦ ଗ୍ରାମ ମିଶ୍ରି ନିଅନ୍ତୁ।ମିଶ୍ରିକୁ ଆପଣ ନିଜର ସ୍ଵାଦ ଅନୁସାରେ ନେଇପାରିବେ।ଏହାପରେ ଆପଣ ଏହି ୩ ଟି ଜିନିଷକୁ ଏକ ପାତ୍ର ରେ ପକାଇ ଦିଅନ୍ତୁ।

ଏହାପରେ ଏହାକୁ ଗ୍ରେଣ୍ଡର ସାହାଯ୍ୟରେ ଭଲ ଭାବରେ ଗୁଣ୍ଡ କରି ଏହାର ଏକ ମିଶ୍ରଣ ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଆପଣ ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଗରମ କ୍ଷୀରରେ ଏକ ଚାମଚ ତାହାକୁ ସେବନ କରନ୍ତୁ ନଚେତ ଆପଣ ଖାଦ୍ୟ ଖାଇବାର ୩୦ ମିନିଟ ପରେ ମଧ୍ୟ ଏହାର ସେବନ କରି ପାରିବେ। ଯଦି ଆପଣ ଲଗାତାର ୪୦ ଦିନ ଏହାର ବ୍ୟବହାର କରିବେ ତାହେଲେ ଆପଣଙ୍କ ଆଖିର ଚମକ ବଢିବ ତଥା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବହୁତ ବଢିଯିବ।

ଦ୍ୱିତୀୟ ଉପାୟଟି ହେଉଛି ଆପଣ ଏକ ପାତ୍ରରେ ଏକ ମୁଠା ଧନିଆ ନେଇ ସେଥିରେ ପକାଇ ଦିଅନ୍ତୁ ଏବଂ ଏହା ପରେ ଆପଣ ସେଥିରେ ଏମ ଗ୍ଲାସ ପାଣି ମିଶାଇ ତାହାକୁ ପୁରା ରାତି ରଖି ଦିଅନ୍ତୁ । ସକାଳୁ ଉଠି ଆପଣ ତାହାକୁ ୫ ମିନିଟ ପର୍ଯ୍ୟନ୍ତ ଗରମ କରି ତାହାକୁ ଛାଣି ବଞ୍ଚିଥିବା ପାଣିରେ ନିଜର ଆଖିକୁ ଧୋଇ ଦିଅନ୍ତୁ।ଏପରି କରିବା ଦ୍ବାରା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢିବା ସହ ଆଖିର ଚମକ ବଢ଼ିଥାଏ।ଏହା ସହିତ ଏପରି ଖାଦ୍ୟର ସେବନ କରନ୍ତୁ ଯେଉଁ ଖାଦ୍ୟରେ ଭିଟାମିନ ଏ ର ମାତ୍ରା ଅଧିକ ଥିବ ଯେମିତିକି ଗାଜର ,ପାଳଙ୍ଗ ଶାଗ ଇତ୍ୟାଦି ।ଏହିପରି ଯଦି ଆପଣ କରିବେ ତାହେଲେ ଆପଣଙ୍କ ଆଖିର ଦୃଷ୍ଟଶକ୍ତି ବଢିବା ସହ ଆପଣଙ୍କ ଆଖିରେ ଚମକ୍ ଆସିଯିବ।

Leave a Reply

Your email address will not be published. Required fields are marked *