September 12, 2024

Odia Express

Leading Odia News Portal of Odisha

ଭଗବାନଙ୍କୁ ସ୍ୱପ୍ନରେ ଦେଖିଲେ କଣ କରିବା ଉଚିତ – ଏହି କଥା ଜାଣିରଖନ୍ତୁ ତେବେ ଆପଣଙ୍କ ଜୀବନ ସୁଖମୟ ହେଇଯିବ..

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।ସେହିପରି ସ୍ୱପ୍ନ ଏକ ନିଆରା ଜିନିଷ ଅଟେ।ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଓ ରହସ୍ୟମୟ ହୋଇଥାଏ।ଆମେ ସ୍ୱପ୍ନରେ ଯାହା ଦେଖୁ ତାପଛରେ କିଛିନାକିଛି ରହସ୍ୟ ତଥା ଉଦ୍ଦେଶ୍ୟ ଥାଏ।ସ୍ୱପ୍ନରେ ଭଗବାନଙ୍କୁ ଦେଖିଲେ କଣ କରିବ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି।

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ସ୍ୱପ୍ନ ଏପରି ଏକ ଜିନିଷ ଯାହା ସମସ୍ତଙ୍କ ନିଦରେ ଆସିଥାଏ।ଖରାପ ଓ ଭଲ ସ୍ବପ୍ନ ହେଉ ତାହା ଆସେ।ଯାହା ଆଶ୍ଚର୍ଯ୍ୟ ପୂର୍ଣ୍ଣ ଅଟେ।କେତେକ ଭାଗ୍ୟଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ସ୍ୱପ୍ନରେ ଭଗବାନଙ୍କୁ ଦେଖନ୍ତି।

ଭଗବାନ ବାରମ୍ବାର ସ୍ୱପ୍ନରେ ଆସିବା ଏକ ଗୂଢ ରାହସ୍ୟତ୍ମକ ଅଟେ।ମାଛ ପାଣି ବିନା କଷ୍ଟ ପାଇବା ଭଳି ଏକ ସଚ୍ଚା ଭକ୍ତ ଭଗବାନ ବିନା କଷ୍ଟ ପାଇଥାଏ।ଏକ ମା ତା ପୁଅ କାନ୍ଦିବା ଦେଖି ତାକୁ ଲଲିପପ ଦେଇ ଚୁପ କରିଦିଏ ଓ ସେ ଚାଲିଯାଏ।କିନ୍ତୁ କିଛି ପୁଅ ଅଛନ୍ତି ସେମାନଙ୍କୁ ଲଲିପପ ଦେଲା ପରେ ମଧ୍ୟ ସେମାନେ ଚୁପ ହୁଅନ୍ତିନି।ଓ ମା ତାଙ୍କୁ ତାଙ୍କ କୋଳରେ ବସାଇ ସବୁ କାମ କରେ।ସେହିପରି ଯେଉଁ ଭକ୍ତ ଭଗବାନଙ୍କ ପ୍ରଦତ୍ତ ଟଙ୍କା ପଇସା ରୂପକ ଲଲିପପରେ ଖୁସି ହୋଇ ଭଗବାନଙ୍କ ଠାରୁ ଦୂରକୁ ଚାଲିଯାଏ ତାର ଭଗବାନ ନୁହନ୍ତି ଲଲିପପ ଦରକାର ହୋଇଥାଏ।

ତେଣୁ ପବିତ୍ର ଭକ୍ତି ସେହି ହୋଇଥାଏ ଯେଉଁଥିରେ କାମନା ନୁହେଁ।ସ୍ୱୟଂ ଭଗବାନଙ୍କୁ ପାଇବାର ଉନ୍ମେଦନା ଥାଏ।ଫଳରେ ଭଗବାନ ନିଜେ ସେହି ଭକ୍ତକୁ କୋଳଗ୍ରତ କରନ୍ତି।ମୀରା ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ।ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।

Leave a Reply

Your email address will not be published. Required fields are marked *