March 20, 2025

Odia Express

Leading Odia News Portal of Odisha

କେବଳ ଦୁଇ ମିନିଟରେ ହଳଦିଆ ଦାନ୍ତକୁ ମୋତି ଭଳି ଚମକାଇ ଦେବ ଏହି ଉପଚାର – ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ ଓ ଲାଭ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ବହୁତ ଲୋକଙ୍କର ଏହା ଅଭିଯୋଗ ଥାଏ କି ତାଙ୍କ ଦାନ୍ତ ସୁନ୍ଦର ନୁହେଁ,ତାଙ୍କ ଦାନ୍ତରୁ ଦୁର୍ଗନ୍ଧ ଆସୁଛି, କଥା କହିବାକୁ ସାହାସ ହେଉ ନାହିଁ, ଦାନ୍ତରେ ପୋକ,ମଇଳା ବସିଯିବା, ଏପରି ମଇଳା ଯାହା ମାସ ମାସ ଧରି ଜମି ରହିଛି।ବ୍ରସ କରନ୍ତି, ଟୁଥ ପେଷ୍ଟ ସାହାଯ୍ୟରେ ଆପଣ ବ୍ରସ କରନ୍ତି, ଦନ୍ତ ମଞ୍ଜନ କରନ୍ତି, ଏବଂ ଦିନରେ ଦୁଇରୁ ତିନି ଥର ଦାନ୍ତକୁ ଆପଣ ଘସିଥାନ୍ତି ଏହାକୁ ସଫା କରିଥାନ୍ତି।ଗଗଲିଂ କରନ୍ତି ହେଲେ ସେହି ମଇଳା ଆପଣଙ୍କ ଦାନ୍ତରୁ ବାହାରେ ନାହିଁ।ଏବଂ ଏପରି କେତେ ଥର ହୋଇଥିବ କି ଆପଣ ଯାଇ କୌଣସି ଦାନ୍ତର ଡାକ୍ତର ବା ଡେଣ୍ଟିଷ୍ଟଙ୍କ ପାଖକୁ ଯାଇ ନିଜ ଦାନ୍ତକୁ ସଫା କରାଇ ଥିବେ।ତଥାପି ଆପଣଙ୍କ ଦାନ୍ତର ମଇଳା ସେହି ଦାନ୍ତରେ ଜମି କରି ରହିଥାଏ।ଏବଂ ତାହା ସହଜରେ ଆପଣଙ୍କ ଦାନ୍ତରୁ ଯାଏ ନାହିଁ ସେଥିପାଇଁ ଆପଣ କଣ କରିବେ।

ତେବେ ଆଜି ଆମେ ଆପଣଙ୍କୁ ସେଥିପାଇଁ ଏକ ଏପରି ଉପାୟ ବା ଉପଚାର ଜଣାଇବୁ ଯାହା ଫଳରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବ ଓ ଆପଣଙ୍କ ଦାନ୍ତ ହସିବ।ଆପଣ ଯାହା ସହ ବି କଥା ହେବେ ତେବେ ଆପଣଙ୍କର ନିଜ ଉପରେ ମନକୁ ମନ ଆତ୍ମବିଶ୍ୱାସ ଆସି ଯିବ।କି ଆପଣଙ୍କ ଦାନ୍ତ ତ ମୋତି ଭଳି ଚମକୁଛି।ଆପଣ ନିଜେ ପ୍ରଥମ ଦିନରେ ହିଁ ଆଇନାରେ ଦେଖି ଏହାର ପ୍ରଭାବ ଅନୁଭବ କରିବେ ଓ ତାହା ମଧ୍ୟ ଘରୋଇ ଜିନିଷ ମାନଙ୍କର ସାହାଯ୍ୟରେ ତିଆରି ହୋଇଥିବା ଉପଚାରରେ।

ଆପଣ ଏହାକୁ ନିଜ ହାତରେ ପ୍ରସ୍ତୁତ କରିପାରିବେ।ଏବଂ ଆପଣଙ୍କ ଦାନ୍ତ ଏପରି ସଫା ହୋଇଯିବ କି ଆପଣ ନିଜେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।ବର୍ଷ ବର୍ଷ ଧରି ଜମି ରହିଥିବା ମଇଳା ତାହା ମଧ୍ୟ ଏହା ଟାଣିକରି ବାହାର କରିଦେବ।ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କଣ କରିବାକୁ ହେବ ତାହା ଆସନ୍ତୁ ଜାଣିବା।

ପ୍ରଥମେ ଆପଣଙ୍କୁ ଯେଉଁ ଜିନିଷ ଦରକାର ହେବ ତାହା ହେଉଛି ମିଠା ସୋଡା।ଆପଣ ଅଧା ଚାମଚ ମିଠା ସୋଡା ନିଅନ୍ତୁ।ଏବେ ଦ୍ୱିତୀୟ ଜିନିଷ ଯାହା ଆପଣଙ୍କର ଆବଶ୍ୟକ ହେବ ତାହା ହେଉଛି ଲେମ୍ବୁ।ଏକ ଲେମ୍ବୁ ନେଇ ଏହାର ରସ ବାହାର କରନ୍ତୁ।ଓ ଏହାର ଚାରିରୁ ପାଞ୍ଚ ବୁନ୍ଦା ରସ ପକାଇ ଦିଅନ୍ତୁ।ଏହି ଦୁଇଟି ସାମଗ୍ରୀ ଅତି ଆବଶ୍ୟକ ଅଟେ ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ।ଏହା ଆପଣଙ୍କୁ ବହୁତ ସହଜରେ ବଜାରରେ କିମ୍ବା ଆପଣଙ୍କ ଘରେ ମିଳିଯିବ।

ଏବେ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଆପଣ ଏହାକୁ ମିଶାଇବା ବେଳେ ଆପଣ ଲକ୍ଷ କରିବେ ଏଥିରେ ଫେଣ ସୃଷ୍ଟି ହେବ।ଏଥିପାଇଁ ଆଦୌ ଆପଣ ଚିନ୍ତା କରନ୍ତୁ ନାହିଁ।ଏହାକୁ ଧୀରେ ଧୀରେ କରି ଭଲ ଭାବରେ ମିଶାନ୍ତୁ।ଏବେ ନିଜ ଦାନ୍ତରେ ଭଲ ଭାବରେ ବ୍ରସ କରନ୍ତୁ।ଯେଉଁଠାରେ ବି ମଇଳା ଅଛି ମୁହଁର ଚାରିପଟରେ ଏହାକୁ ଘସନ୍ତୁ।ଏବଂ ଏହାକୁ ଦୁଇ ମିନିଟ ପର୍ଯ୍ୟନ୍ତ ଏହି ପରି ହିଁ ରହିବାକୁ ଦିଅନ୍ତୁ।ପରେ କୁଳି କରି ସଫା କରନ୍ତୁ।ଆପଣଙ୍କ ମୁହଁରୁ ବ୍ୟକ୍ଟେରିଆ,ମଇଳା ସବୁ ସଫା ହୋଇଯିବ।

ଯଦି ଆପଣଙ୍କୁ ଲାଗିବ କି ଏହା ପ୍ରଥମ ଦିନରେ ହିଁ ସଫା ହୋଇଗଲା ତେବେ ଏହାକୁ ମାସରେ ଥରେ କିମ୍ବା ଦୁଇଥର କରନ୍ତୁ।ଯଦି ଲାଗିବ କି ଏବେ କିଛି ମଇଳା ବାକି ଅଛି ତେବେ ୫ରୁ ୧୦ ଦିନ ପର୍ଯ୍ୟନ୍ତ ଏହାକୁ ଲଗାତାର ପ୍ରୟୋଗ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *