November 8, 2024

Odia Express

Leading Odia News Portal of Odisha

କେବଳ ଦୁଇ ମିନିଟରେ ହଳଦିଆ ଅସନା ଦାନ୍ତକୁ ମୋତି ଭଳି ଚମକାଇ ଦେବ ଏହି ଉପଚାର – ଏହାକୁ ପ୍ରସ୍ତୁତ କରିବା ଶିଖନ୍ତୁ

ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଭଲ ଓ ପ୍ରଭାବଶାଳୀ ଉପଚାର ଆଣି ଆସିଛୁ କି କିପରି ଆପଣ ନିଜର ହଳଦିଆ ଅସନା ଦାନ୍ତକୁ ମୋତି ଭଳି ଚମକାଇ ପାରିବେ।ଏବଂ ପ୍ରାୟ ଲୋକ ନିଜ ହଳଦିଆ ଦାନ୍ତକୁ ନେଇ ଚିନ୍ତିତ ଅଛନ୍ତି।କାରଣ ଦାନ୍ତର ହଳଦିଆପଣ ପାଇଁ ଆମ ବ୍ୟକ୍ତିତ୍ୱ ଉପରେ ଓଲଟା ପ୍ରଭାବ ପଡିଥାଏ।ଯେମିତି ହିଁ କୌଣସି ବ୍ୟକ୍ତି ସାମ୍ନା ବ୍ୟକ୍ତିର ହଳଦିଆ ଦାନ୍ତକୁ ଦେଖି ଥାଏ।ତେବେ ତାକୁ ଲାଗେ କି ସେ ସିଗାରେଟ, ପାନ, ଗୁଟ୍ଖାର ବ୍ୟବହାର କରୁଛି ସେଥିପାଇଁ ବୋଧ ହୁଏ ତାହାର ଦାନ୍ତ ହଳଦିଆ ଅସନା ଓ କଳା ହେବାକୁ ଲାଗିଛି।ଏବଂ କେହି ମଧ୍ୟ ଚାହିଁବ ନାହିଁ କି ତା ଦାନ୍ତରେ ଥିବା ଏହି ମଇଳା ଅନ୍ୟ କାହାକୁ ଦେଖା ଯାଉ।କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପଚାର କହିବୁ ତାହା ବହୁତ ଅଦ୍ଭୁତ ଅଟେ।ଏହା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକାଇ ଦେବ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆମେ ଯେଉଁ ପ୍ରଥମ ଜିନିଷଟି ନେବା ତାହା ହେଉଛି, ଲେମ୍ବୁ।କିନ୍ତୁ ଏହାର ବ୍ୟବହାର ଆମେ ଦୁଇଟି ଉପାୟରେ କରିବା।ଏଥିପାଇଁ ଆପଣ ପ୍ରଥମେ ଏକ ବାଉଲ ନିଅନ୍ତୁ।ଏବେ ଏକ ଲେମ୍ବୁ ନିଅନ୍ତୁ।ଲେମ୍ବୁରେ ସେକଟ୍ରିକ ଏସିଡ ଥାଏ ଯାହା ଆମ ଦାନ୍ତର ହଳଦିଆ ରଙ୍ଗକୁ ବହୁତ ଶୀଘ୍ର ଶେଷ କରିବାରେ ସାହାର୍ଯ୍ୟ କରେ।କିନ୍ତୁ ଲେମ୍ବୁର ଚୋପାରେ ବ୍ଲିଚିଂ ଅଂଶ ମିଳିଥାଏ।ଆପଣ ଚାହିଁଲେ ଏହାକୁ ମୁହଁରେ ଲଗାନ୍ତୁ କିମ୍ବା ଦାନ୍ତରେ ରଗଡନ୍ତୁ।ଏହା ଆପଣଙ୍କ ଦାନ୍ତକୁ ସଫା କରିଥାଏ।ଏଥିପାଇଁ ଏକ ଲେମ୍ବୁକୁ ଛେଲି ଦିଅନ୍ତୁ।ଏବଂ ଗୋଟିଏ ଲେମ୍ବୁର ଚୋପାକୁ କାଢି ଦିଅନ୍ତୁ।ଏବେ ଏଥିରେ ଅଧା କଟା ଲେମ୍ବୁ ନିଅନ୍ତୁ ଏହାର ରସକୁ ଏକ ପାତ୍ରରେ ରଖନ୍ତୁ।ଏବେ ଏହି ରସ ଓ ଚୋପାର ଗୁଣ୍ଡକୁ ମିଶାଇ ଦିଅନ୍ତୁ।

ଏବେ ଆପଣ ଏଥିରେ ଆଉ ଏକ ଜିନିଷ ନିଅନ୍ତୁ ତାହା ହେଉଛି ଅଦା।ଦାନ୍ତକୁ ସଫା କରିବା ସହ ଏହା ଆମ ମାଢ଼ିକୁ ମଜବୁତ ରଖିବାରେ ସାହାର୍ଯ୍ୟ କରେ।ଏବଂ ମୁହଁର ଦୁର୍ଗନ୍ଧ କବଳରୁ ଆଶ୍ୱସ୍ତି ଦିଏ।ଏବେ ଅଦାକୁ ଛେଚି ଦିଅନ୍ତୁ।ଏବଂ ଏହି ପେଷ୍ଟକୁ ଲେମ୍ବୁର ମିଶ୍ରଣରେ ମିଶାନ୍ତୁ।

ଏବେ ଏଥିରେ ଆମେ ଆଉ ଏକ ଜିନିଷ ମିଶାଇବା ତାହା ହେଉଛି ହଳଦୀ।ଆପଣ ଏଥିରେ ଅଳ୍ପ ପରିମାଣର ହଳଦୀ ମିଶାନ୍ତୁ।ଏବେ ଏହାକୁ ପକାଇବା ପରେ ଭଲ ଭାବରେ ଏହାକୁ ମିଶାଇ ଦିଅନ୍ତୁ।ଏହା ଆମ ମାଢ଼ିକୁ ମଜବୁତ କରେ।ଏହା ଆଣ୍ଟି ବ୍ୟାକ୍ଟେରିଆଲ ମଧ୍ୟ ହୋଇଥାଏ ଯାହା ଦ୍ଵାରା ଆମ ଦାନ୍ତ ପୋକ ଲାଗିବାଠାରୁ ବଞ୍ଚିଥାଏ।ଏବେ ଏସବୁକୁ ମିଶାଇ ଦିଅନ୍ତୁ।ଏବେ ଏହାର ବ୍ୟବହାର କରିବା ପାଇଁ ଆପଣ ଏବେ ଯେକୌଣସି ବ୍ରସ ନିଅନ୍ତୁ।ଯେବେ ଆପଣ ଏହାକୁ ଭଲ ଭାବରେ ମିଶାଇ ଦେବେ।ତାପରେ ଆପଣ ଏକ ବ୍ରସ ନିଅନ୍ତୁ ଓ ତା ଦ୍ଵାରା ଏହି ପେଷ୍ଟକୁ ଆପଣ ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ।ଏବଂ ଯେଉଁ ସ୍ଥାନରେ ମଧ୍ୟ ଆପଣଙ୍କ ଦାନ୍ତ ସଫା ନାହିଁ ସେହି ସ୍ଥାନରେ ଏହାକୁ ଅତି କମରେ ଏହାକୁ ୩ରୁ ୫ମିନିଟ ପର୍ଯ୍ୟନ୍ତ ଘସନ୍ତୁ।

ଏହା ଧ୍ୟାନରେ ରଖନ୍ତୁ କି ଏହାକୁ ସାଧାରଣ ବ୍ରସ ଭଳି ବ୍ୟବହାର କରନ୍ତୁ।ଏହା ଆପଣଙ୍କୁ ମୁହଁର ଦୁର୍ଗନ୍ଧ କବଳରୁ ମଧ୍ୟ ରକ୍ଷା କରିବ।ଏବଂ ଏକ ସପ୍ତାହ ମଧ୍ୟରେ ଆପଣ ଏହାର ବ୍ୟବହାର ୩ରୁ ୪ଥର କରନ୍ତୁ।ଯଦି ଆପଣଙ୍କ ଦାନ୍ତ ଅଧିକ ହଳଦିଆ କିମ୍ବା କଳାପଣ ଅଛି ତେବେ ଏହି ଉପଚାରର ବ୍ୟବହାର ପ୍ରତିଦିନ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *