May 20, 2025

Odia Express

Leading Odia News Portal of Odisha

ତୁଳସୀକୁ ଜଳ ଦେବା ସମୟରେ ବୋଲନ୍ତୁ ଏହି ଏକ ମନ୍ତ୍ର ଏବଂ ପାଆନ୍ତୁ ସମୃଦ୍ଧିର ବରଦାନ..

ନମସ୍କାର ସାଙ୍ଗମାନେ। ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏକ ବିଶେଷ ତଥ୍ୟ ବିଷୟରେ ଜଣାଇବାକୁ ଯାଉଛୁ।ଏଥିରେ ଆମେ ଜଣାଇବୁ ଆପଣ ତୁଳସୀକୁ ଜଳ ଅର୍ପଣ କରିବା ସମୟରେ ଯଦି ଏହି ମନ୍ତ୍ର ବୋଲନ୍ତି ତେବେ ଆପଣଙ୍କୁ ସୁଖ ଏବଂ ସମୃଦ୍ଧିର ବରଦାନ ମିଳିଥାଏ।ଏହି ତଥ୍ୟ ଜାଣିବା ପାଇଁ ଆପଣ ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢନ୍ତୁ।ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟବସ୍ତୁ ବିଷୟରେ।

ଘରେ ଥିବା ସବୁଜରେ ପରିପୂର୍ଣ୍ଣ ତୁଳସୀ ଗଛ ଘର ପାଇଁ ସୁଖ ଏବଂ ସମୃଦ୍ଧିର ପ୍ରତୀକ ଅଟେ।ଦେଖିବାକୁ ଗଲେ ତୁଳସୀ ପ୍ରାୟତଃ ସମସ୍ତଙ୍କ ଅଗଣାରେ ମିଳିଥାଏ।ଏହା ଏକ ଉପକାରୀ ବୃକ୍ଷ ଅଟେ।ଏହା ଦ୍ୱାରା ଅନେକ ରଗ ଏବଂ ବ୍ୟାଧିରୁ ମୁକ୍ତ ମିଳିଥାଏ।ତୁଳସୀକୁ ଜଳ ଚଢାଇବା ସମୟରେ ଯଦି ଆପଣ ଏହି ମନ୍ତ୍ର ଜପ କରନ୍ତି ତେବେ ଆପଣଙ୍କ ସୁଖ ସମୃଦ୍ଧିର ବରଦାନ ଏକ ହଜାର ଗୁଣା ବଢିଯାଇଥାଏ।ଏବଂ ଏହା କରିବା ଦ୍ୱାରା ଆପଣଙ୍କୁ ରୋଗ, ଶୋକ, ବେମାରି, ବ୍ୟାଧି ଆଦିରୁ ମଧ୍ୟ ଅତି ସହଜରେ ମୁକ୍ତି ମିଳିଥାଏ।

ତୁଳସୀ ଗଛ ଘରେ ରହିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ଆସିଥାଏ।ଏହା ଏକ ଔଷଧୀୟ ବୃକ୍ଷ ମଧ୍ୟ ଅଟେ।ଆୟୁର୍ବେଦ ଶାସ୍ତ୍ର ଅନୁସାରେ ତୁଳସୀର ବହୁତ ମହତ୍ୱ ରହିଛି।ଏହା ଦ୍ୱାରା ଅନେକ ରୋଗ ବ୍ୟାଧି ମଧ୍ୟ ଭଲ ହୋଇ ପାରିଥାଏ।ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ପତ୍ରକୁ ବହୁତ ପବିତ୍ର ମଧ୍ୟ ମନାଯାଇଥାଏ।ଏହା ଦେବା ଦେବୀଙ୍କ ପ୍ରସାଦରେ ମଧ୍ୟ ବ୍ୟବହାର କରାଯାଏ।ତୁଳସୀ ଏକ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଅଟେ।

ଏଥିପାଇଁ ପ୍ରତିଟି ବ୍ୟକ୍ତି ନିଜ ନିଜ ଘରେ ତୁଳସୀ ଗଛ ରଖିବା ଆବଶ୍ୟକ।ଏହା ଦ୍ୱାରା ଅନେକ ଉପକାର ମିଳିଥାଏ।ଖାଲି ଗୃହରେ ତୁଳସୀ ରଖିବା ସେତିକି ନୂହଁ ଏହାର ସଠିକ ଭାବରେ ଯତ୍ନ ନେବା ମଧ୍ୟ ଆବଶ୍ୟକ।ଏବଂ ନିୟମ ଅନୁଯାୟୀ ତୁଳସୀରେ ପ୍ରତିଦିନ ସଂଧ୍ୟା ସମୟରେ ଜଳ ମଧ୍ୟ ଅର୍ପଣ କରିବା ଉଚିତ।ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ।ଯଦି ଆପଣ ତୁଳସୀ ବୃକ୍ଷରେ ଜଳ ଦେବା ସମୟରେ ଏହି ମନ୍ତ୍ରର ଜପ କରନ୍ତି ତେବେ ଆପଣଙ୍କୁ ମିଳୁଥିବା ସୁଖ ସମୃଦ୍ଧି ହଜାର ଗୁଣା ବଢିଯାଇଥାଏ।

ଯେଉଁ ମନ୍ତ୍ର ଦ୍ୱାରା ଏହି ବରଦାନ ମିଳିଥାଏ ସେହି ମନ୍ତ୍ର ହେଉଛି “ମହାପ୍ରସାଦ ଜନନୀ ‘ସର୍ଵ ସୌଭାଗ୍ୟ ବର୍ଦ୍ଧିନି ଆଦ୍ଧି ବାଦ୍ଧି ହରା ନିତ୍ୟଂ ତୁଳସୀ ତ୍ଵଂ ନାମସ୍ତୁତେ।ଏହି ମନ୍ତ୍ର ଦ୍ୱାରା ଆପଣ ନିଶ୍ଚିତ ଭାବରେ ସୁଖ ଏବଂ ସମୃଦ୍ଧିର ବରଦାନ ପାଇପାରିବେ।ଏବଂ ଏହାଦ୍ୱାରା ଆପଣ ବିଭିନ୍ନ ରୋଗ ବ୍ୟାଧିରୁ ମଧ୍ୟ ମୁକ୍ତି ପାଇପାରିବେ।ତେଣୁ ଏହି ମନ୍ତ୍ରର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ।ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହେବ।

ଏହା କେମିତି ଲାଗିଲା ଆମକୁ କୁହନ୍ତୁ।ଯାହା ଦ୍ୱାରା ଆମେ ଆପଣ ପାଇଁ କିଛି ନୂଆ ନୂଆ ବିଷୟ ନେଇକି ଆଣିବାରେ ସକ୍ଷମ ହୋଇପାରିବୁ।

Leave a Reply

Your email address will not be published. Required fields are marked *