May 20, 2025

Odia Express

Leading Odia News Portal of Odisha

ଏହିପରି ଭାବରେ ଶିବଲିଙ୍ଗର ପୂଜା କଲେ ଆପଣଙ୍କ ମନସ୍କାମନା ପୁରଣ ହୋଇଥାଏ – ନିଶ୍ଚୟ ଜାଣିରଖନ୍ତୁ..

ଆମ ସମାଜରେ ଆମେ ବହୁତ ପ୍ରକାରର ଦେବଦେବୀଙ୍କ ପୂଜା କରିଥାଉ।ସେହିପରି ଭାବରେ ସବୁଦିନ ସବୁ ଦେବଦେବୀଙ୍କ ଆମେ ପୂଜା କରିପାରିବାନାହିଁ।ସେଥିପାଇଁ ସମସ୍ତଙ୍କର କେହିନା କେହି ଇଷ୍ଟ ଦେବଦେବୀ ରହିଥାନ୍ତି ଯାହାକୁ ସେମାନେ ପ୍ରତିଦିନ ପୂଜାର୍ଚନା କରିଥାନ୍ତି ଓ ଏହି ମାଧ୍ୟମରେ ସେମାନେ ନିଜ ମନସ୍କାମନା ପୁରଣ କରିବାରେ ସକ୍ଷମ ହୋଇଥାନ୍ତି।କିଛି ଲୋକ ମଧ୍ୟ ଏହିପରି ଥାନ୍ତି ସେମାନେ ଏକାଧିକ ଦେବଦେବୀଙ୍କ ପୂଜାର୍ଚନା କରିଥାନ୍ତି।ଏହିମାନେ ଦେବଦେବୀଙ୍କ ପ୍ରତି ବହୁତ କିଛି କାର୍ଯ୍ୟ କରିଥାନ୍ତି।ଏମାନେ ମଧ୍ୟ ସମସ୍ତଙ୍କୁ ଭରସା ଓ ବିଶ୍ୱାସ କରିଥାନ୍ତି।

ଏହିମାନଙ୍କ ମଧ୍ୟରୁ ବହୁତ ଲୋକ ଭଗବାନ ଶିବଙ୍କୁ ନିଜର ଇଷ୍ଟ ଦେବ ରୂପେ ମାନନ୍ତି।ଭଗବାନ ଶିବଙ୍କୁ ରୁଦ୍ର ନାମରେ ମଧ୍ୟ ଜଣାଯାଏ।ଏକଦା ଭଗବାନ ଶିବ ବିସ କୁ ପାନ କରିଥିବାରୁ ତାଙ୍କ କଣ୍ଠ ନୀଳ ପଡିଯାଇଥିଲା ତେଣୁ କରି ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ।ତାଙ୍କ ମସ୍ତକରେ ଚାନ୍ଦ ଓ ଜଟାରେ ମା ଗଙ୍ଗାକୁ ଧାରଣ କରିଥାନ୍ତି।ଯେଉଁ ମନ୍ଦିରକୁ ଗଲେ ଶିବ ଏକ ଲିଙ୍ଗ ଦ୍ୱାରା ପୂଜିତ ହୋଇଥାନ୍ତି।ଶିବ ଅର୍ଥ କଲ୍ୟାଣକାରୀ ଓ ଲିଙ୍ଗ ଅର୍ଥ ମଙ୍ଗଲଦାୟକ।ଯଦି ଆପଣ ଶିବ ଭଗବାନଙ୍କୁ ପୂଜା କରୁଛନ୍ତି ଓ ପ୍ରତିଦିନ କିଛି ଜଳ ଦାନ କରି ପୂଜା କରୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କିପରି ପୂଜା କଲେ ଆପଣଙ୍କ ମନସ୍କାମନା ପୁରଣ ହେଇପାରିବ।

ଯେଉଁଦିନ ଆପଣ ଶିବଲିଙ୍ଗକୁ ପୂଜା କରୁଛନ୍ତି ସେହିଦିନ ଆପଣ ବଡି ଭୋରୁ ଉଠି ସ୍ନାନ କରନ୍ତୁ ନିଜର ଦକ୍ଷିଣ ହସ୍ତର ପ୍ରଥମ ୩ଟି ଆଙ୍ଗୁଳିରେ ଯେଉଁ ଜିନିଷରେ ଶିବଙ୍କୁ ସ୍ନାନ କରାଇବେ ସେହି ଜିନିଷ ଉପରେ ଜଳ ସିଞ୍ଚନ କରନ୍ତୁ।ଏହାପରେ ଏକ କଳସ ଆଣନ୍ତୁ ସେହି କଳସରେ ପାଣି ଭରି ଦିଅନ୍ତୁ ସେହି କଲସକୁ ଭଲ ଭାବେ ପୂଜା କରନ୍ତୁ।ଏହି ସମୟରେ ଶିବ ମନ୍ତ୍ର ଜପ କରନ୍ତୁ।ସେହି କଲସକୁ ଏହାପରେ ଫୁଲ ଚନ୍ଦନ ଇତ୍ୟାଦି ଚଢାନ୍ତୁ।ଏହି ସମୟରେ ଆପଣ ଗଣେଶ ଓ କାର୍ତ୍ତିକେୟଙ୍କୁ ପୂଜା ମଧ୍ୟ କରନ୍ତୁ।ଏହାପରେ ଆପଣ ଜଳ ଓ କ୍ଷୀର ଓ ପଞ୍ଚାମୃତ ଦ୍ୱାରା ଶିବଲିଙ୍ଗକୁ ସ୍ନାନ କରାନ୍ତୁ।ଏହାପରେ ପୁନର୍ବାର ଜଳଦ୍ୱାରା ସ୍ନାନ କରେଇଦିଅନ୍ତୁ।ଏହାପରେ ଏହାର ଦେହରେ କିଛି ଚନ୍ଦନ ଇତ୍ୟାଦି ଜିନିଷକୁ ଲେପନ କରନ୍ତୁ ଓ ଏହା ଉପରେ କିଛି ଫୁଲ ମଧ୍ୟ ଚଢାନ୍ତୁ।

ଯଦି ଆପଣ ଚାହିଁବେ ତାହେଲେ ହଳଦୀ ମଧ୍ୟ ଶିବଳିଙ୍ଗରେ ଲେପନ କରିପାରିବେ କିନ୍ତୁ ମାନେରଖିବା ଦରକାର କି ଆପଣ ତିଳକ ଲଗାଇବେନାହିଁ।ଏହି ସମୟରେ ଆପଣ ଗଣେଶ ଓ ପାର୍ବତୀଙ୍କୁ ପୂଜା କରିବା ନିହାତି ଆବଶ୍ୟକ ଅଟେ।ଶିବଳିଙ୍ଗର ଚାରିପଟେ ନ ବୁଲି ଅର୍ଧ ପରିକ୍ରମା କରିବା ଦ୍ୱାରା ମଧ୍ୟ ଫଳ ମିଳିଥାଏ।ଶିବଲିଙ୍ଗକୁ ପୂଜା କରିବା ସମୟରେ ଆପଣ ଦକ୍ଷିଣ ଦିଗକୁ ଚାହିଁ ପୂଜା କରନ୍ତୁ ଯଦି ଅନ୍ୟ କୋଉ ଦିଗକୁ ଚାହିଁ ପୂଜା କରିବେ ତାହେଲେ କୌଣସି ଫଳ ମିଳିବନାହିଁ।

ଶିବଳିଙ୍ଗରେ ଚମ୍ପା ଫୁଲ ଚଢାନ୍ତୁନାହିଁ।ମନେରଖନ୍ତୁ ବେଲପତ୍ର ଚଢ଼ିବା ନିହାତି ଆବଶ୍ୟକ ଅଟେ।ଆପଣ ଯାହା ବି କରନ୍ତୁ ଯଦି ନୀତି ନିୟମ ଦ୍ୱାରା ଆପଣ ପୂଜା କରିବେ ଆପଣଙ୍କ ମନସ୍କାମନା ଦିନେ ନା ଦିନେ ପୁରଣ ହବ।ଏହି କାର୍ଯ୍ୟକୁ ଯଦି ଆପଣ ଭଲଭାବେ କରିବେ ଆପଣ ସର୍ବଦା ସୁଖୀ ରହିବେ।ଆପଣଙ୍କୁ କୋଣସି ବିପଦ କିଛି ହେଲେବି କ୍ଷତି ପହଞ୍ଚାଇପାରିବନାହିଁ।ମନେରଖନ୍ତୁ ଆପଣ ଚାହିଁଲେ ବେଲପତ୍ର ପ୍ରତିଦିନ ଶିବଲିଙ୍ଗ ଉପରେ ଚଢେଇ ପାରିବେ ଏଇ ଜିନିଷରେ କୌଣସି ଆପତ୍ତି ନାହିଁ

Leave a Reply

Your email address will not be published. Required fields are marked *