January 16, 2026

Odia Express

Leading Odia News Portal of Odisha

ଶାରୀ ପକ୍ଷୀ ବିଷୟରେ ରୋଚକ ତଥ୍ୟ। – ଜାଣନ୍ତୁ ଗୋଲାପି ଶାରୀ ଓ ସମୁଦ୍ର ଶାରୀ ବିଷୟରେ ଏହି କଥା ଗୁଡିକ..

ସାଙ୍ଗମାନେ ଆପଣ ଶାରୀ ପକ୍ଷୀକୁ ତ ଦେଖିଥିବେ।ଏହା ଆପଣଙ୍କ ପରିବେଶର ଆଖପାଖରେ ଦେଖା ଯାଇଥାନ୍ତି।ସାଙ୍ଗ ମାନେ ଆଜି ମୁ ଆପଣ ମାନଙ୍କ ପାଇଁ ଏହି ମୈନା ପକ୍ଷୀ ବିଷୟରେ କିଛି ରୋଚକ ତଥ୍ୟ ଆଣିଚି।ସାଙ୍ଗମାନେ ଏହି ପକ୍ଷୀ ସାରା ଭାରତବର୍ଷରେ ମିଳିଥାଏ ଓ ଏହା ମନୁଷ୍ୟର ଘର ଆଖପାଖରେ ହିଁ ମିଳିଥାଏ।ଏହାକୁ ଇଂରାଜୀରେ ମଧ୍ୟ ମୈନା ହିଁ କୁହନ୍ତି।ଏହା ଦକ୍ଷିଣ ଏସିଆର କିଛି ଦେଶ ମାନଙ୍କରେ ଦେଖା ଯାଆନ୍ତି।ଏବେ ଦୁନିଆର ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏମାନେ ଦେଖା ଦେଲେଣି।ଏହାର ବିଭିନ୍ନ ପ୍ରକାର ପ୍ରଜାତି ଦେଖା ଯାଇଥାଏ।ଯେଉଁଥିରେ ଗୁଲାବି ମୈନା,ପାହାଡି ମୈନା ଅନ୍ୟତମ।

ଏହି ପକ୍ଷୀ ନିଜେ ବସା ତ ତିଆରି କରିଥାଏ କିନ୍ତୁ ଅଣ୍ଡା ଅନ୍ୟ ଏକ ବସାରେ ଦେଇଥାଏ।ସାଙ୍ଗମାନେ ଏମାନଙ୍କ ଅଣ୍ଡାର ରଙ୍ଗ ନୀଳ ହୋଇଥାଏ।ଅଣ୍ଡା ମାନଙ୍କର ସଂଖ୍ୟା ଚାରି ରୁ ପାଞ୍ଚ ହୋଇଥାଏ।ଏମାନଙ୍କ ଅଣ୍ଡା ଦେବାର ସମୟ ଜୁଲାଇ ରୁ ଅଗଷ୍ଟ ହୋଇଥାଏ।ଭାରତୀୟ ଶାରୀ ଉଚ୍ଚତା ପାରା ଠାରୁ କୋଡ଼ିଏ ସେମି କମ ହୋଇଥାଏ।ଏମାନଙ୍କ ପିଠିର ରଙ୍ଗ ମାଟିଆ ହୋଇଥାଏ।ଏହାର ପେଟ ସଫା ରଙ୍ଗର ହୋଇଥାଏ।ଏହାର ଛାତି ଓ ମୁଣ୍ଡର ରଙ୍ଗ କଳା ହୋଇଥାଏ।ଏହାର ଡେଣା ମଧ୍ୟ କଳା ରଙ୍ଗର ହୋଇଥାଏ।ଏହାର ଥଣ୍ଟ,ଆଖି,ଗୋଡ଼ ହଳଦିଆ ରଙ୍ଗର ହୋଇଥାଏ।

ସାଙ୍ଗମାନେ ଶାରୀ ଅଣ୍ଡାକୁ ପୁରା ଚଉଦ ଦିନ ଧରିଥାଏ।ଏହାପରେ ଛୁଆ ବାହାରିଥାନ୍ତି ଓ ଏମାନେ ଗୋଲାପି ରଙ୍ଗର ହୋଇଥାନ୍ତି।ଛୁଆର କିଛି ଦିନ ପରେ ଡେଣା ବାହାରିଥାଏ।ଏମାନେ ସର୍ବହାରି ହୋଇଥାନ୍ତି।ଏମାନେ ମୁଖ୍ୟତଃ ଦାନା ଓ ପୋକାଯୋକ ଖାଇଥାନ୍ତି।କିଛି ପ୍ରଜାତି ନିଜର ବସା ପୋଖରୀ ଅଥବା କୁଅ ପାଖରେ କରିଥାନ୍ତି।ଗୋଲାପି ମୈନା ଏକ ସୁନ୍ଦର ପକ୍ଷୀ ହୋଇଥାଏ ଯାହାର ରଙ୍ଗ ଗୋଲାପି ହୋଇଥାଏ।ପାହାଡି ମୈନା ପାହାଡ ଓ ଜଙ୍ଗଲରେ ଦେଖା ଯାଇଥାଏ।ଏହି ମୈନାର ସ୍ଵର ବହୁତ ମଧୁର ହୋଇଥାଏ।ଏହାର ଏହି କାରଣ ଦ୍ଵାରା ଏହାକୁ ପାଳିତ ପକ୍ଷୀ ରୂପରେ ମଧ୍ୟ ଦେଖିବାକୁ ମିଳିଥାଏ।

ପାହାଡି ଶାରୀ ମେଘାଳୟ,ଛତିଶଗଡ ଆଦି ରାଜ୍ୟର ରାଜ୍ୟ ପକ୍ଷୀ ମଧ୍ୟ ହୋଇଥାନ୍ତି।ଏମାନେ ମେଳରେ ରହିବାକୁ ପସନ୍ଦ କରନ୍ତି।ନର ଓ ମା ପକ୍ଷୀ ଭିତରେ ବିଶେଷ କୌଣସି ଅନ୍ତର ନଥାଏ।ଏହାକୁ ବ୍ରାହ୍ମଣୀ ଶାରୀ ମଧ୍ୟ କହିଥାନ୍ତି।ଏମାନେ ଭାରତ ସମେତ ପୁରା ଦକ୍ଷିଣ ଏସିଆରେ ମିଳିଥାଆନ୍ତି।ଏମାନେ ପ୍ରାୟତଃ ପଡିଆ ଜାଗାରେ ବାସ କରିଥାନ୍ତି।ଏମାନେ ବହୁତ ଜୋରରେ ଶବ୍ଦ କରିଥାନ୍ତି ଓ ଏମାନଙ୍କ ଶବ୍ଦ ସିଟି ଭଳି ସୁଭିଥାଏ।ସାଙ୍ଗ ମାନେ ଏହା ଥିଲା ମୈନା ସହିତ ଜଡିତ କିଛି ରୋଚକ ତଥ୍ୟ।

Leave a Reply

Your email address will not be published. Required fields are marked *