May 20, 2025

Odia Express

Leading Odia News Portal of Odisha

ଏମିତି ସ୍ୱପ୍ନ ହୁଏ ସତ,ଭୁଲରେ ମଧ୍ୟ କରନ୍ତୁ ନାହିଁ ଅଣଦେଖା – ନଚେତ ଜୀବନସାରା ଆପଣ ପସ୍ତେଇବେ..

ନିଦକୁ ଯିବାମାତ୍ରେ ଆମ ମଧ୍ୟରୁ ଅଧିକାଂସ ଲୋକ ସ୍ୱପ୍ନର ଦୁନିଆରେ ପହଞ୍ଚି ଯାଇଥାନ୍ତି।ଯେଉଁ ବି ସ୍ୱପ୍ନ ଆମେ ଦେଖିଥାଉ ତାହା ଆମ ବାସ୍ତବିକ ଜୀବନରେ କିଛିନା କିଛି ସମ୍ବନ୍ଧ ନିଶ୍ଚୟ ରଖିଥାଏ।ଏହି ସ୍ୱପ୍ନ ଆମକୁ କିଛି ସନ୍ଦେଶ ଦେଇଥାନ୍ତି ଯାହାକୁ ଆମେ ଗମ୍ଭୀରତାର ସହ ବୁଝିବା ଉଚିତ।ଆମେ ଦିନସାରା ଯାହା ଭାବିଥାନ୍ତି ସେହି କଥା ଆମ ମସ୍ତିସ୍କରେ ଚାଲିଥାଏ ଏବଂ ତାହା ସ୍ୱପ୍ନ ହୋଇ ରାତିରେ ନଜର ଆସିଥାଏ ଏବଂ ଏହାଠୁ ଅଧିକ ଏମାନଙ୍କ କୌଣସି ଉଚିତ୍ୟ ନଥାଏ।ଯେଉଁମାନଙ୍କୁ ସ୍ୱପ୍ନ ଉଳରେ ଭରସା ରହିଛି ତାଙ୍କୁ ଆଜି ଆମେ ଏମିତି କିଛି କହିବାକୁ ଯାଉଛୁ ଯାହାକୁ ଅଣଦେଖା କରାଯାଇପାରିବ ନାହିଁ।କହିବାର ଅର୍ଥ ଏହା କି ଯଦି ଆପଣଙ୍କୁ ଏହି ସ୍ୱପ୍ନ ଆସେ ତାହେଲେ ଏହାର ପ୍ରଭାବ ଆପଣଙ୍କ ଉପରେ ନିଶ୍ଚୟ ପଡ଼ିଥାଏ।ତ ଆସନ୍ତୁ ଜାଣିବା ସେହି ସ୍ୱପ୍ନ ବିଷୟରେ।

ଯଦି ଆପଣ ସ୍ୱପ୍ନରେ ନିଜକୁ ଉଡୁଥିବାର ଦେଖନ୍ତି ତାହେଲେ ଏହାର ଅର୍ଥ ଏହାକି ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ପୂରଣ ହେବାର ପୁର୍ଣ ସମ୍ଭାବନା ରହିଅଛି।ଏହି ସ୍ୱପ୍ନ ଆପଣଙ୍କ ଆନ୍ତରିକ ସ୍ୱତନ୍ତ୍ରତା ଆଡକୁ ଇସାରା କରିଥାଏ ଯାହା ଆପଣଙ୍କୁ ଏକ ନୂଆ ଆଶା ଦେଇକରି ଯାଇଥାଏ।

ଯେବେ ଆପଣ ନିଜ ସ୍ୱପ୍ନରେ ଝରଣା ରୂପରେ ଝରୁଥିବା ପାଣି ଦେଖିଥାନ୍ତି ତାହେଲେ ଏହା ଆପଣଙ୍କ ମାନସିକ ସ୍ଥିତି ଆଡକୁ ଇସାରା କରିଥାଏ।ଏହି ସ୍ୱପ୍ନ ଦର୍ଶାଇଥାଏ କି ଆପଣଙ୍କ ଜୀବନରେ ଯେତେବି ଅଶୁଦ୍ଧି ଏବଂ ନକାରତ୍ମକ ରିସ୍ତା ରହିଛି ତାହା ଆପଣଙ୍କ ଠାରୁ ଦୁର ହେବାକୁ ଯାଉଛନ୍ତି।ଜଳ ସମସ୍ତ ଅଶୁଦ୍ଧି ଧୋଇ ଦେଇଥାଏ।ଏହି ସ୍ୱପ୍ନ ଏକ ଭଲ ସଂକେତ ମନାଯାଇଥାଏ।

ସ୍ୱପ୍ନରେ ନିଜ ଦାନ୍ତ ନିଜେ ବାହାର କରିବା ଏହା ଦର୍ଶାଇଥାଏ କି ଆପଣଙ୍କ ଭିତରେ କିଛି ଏମିତି ଲୁଚିରହିଛି ଯାହାର ବାହାରକୁ ଆସିବା ବହୁତ ଜରୁରୀ ଅଟେ ଏବଂ ଦାନ୍ତ ସଢ଼ିବା ଏହା ଦର୍ଶାଇଥାଏ କି ଆପଣଙ୍କ ଭିତରେ ଏକ ଡର ରହିଛି।ଏହି ଡର ରିସ୍ତା ଭାଙ୍ଗିବାର ହୋଇଥାଇପରେ ନହେଲେ ଆପଣଙ୍କ ମଧ୍ୟରେ ଏକ କମିଅଛି ବୋଲି ଦର୍ଶାଇଥାଏ।

ମୃତ୍ୟୁ ସମ୍ବନ୍ଧିତ ସ୍ୱପ୍ନ ଦେଖିବା ବହୁତ ସାମାନ୍ୟ ଅଟେ କିନ୍ତୁ ଏହାକୁ ବହୁତ ଥର ଭୁଲ ଆକାରରେ ଦେଖାଯାଇଥାଏ।ମୃତ୍ୟୁ ସମ୍ବନ୍ଧିତ ସ୍ୱପ୍ନ କୌଣସି ବ୍ୟକ୍ତିର ମୃତ୍ୟୁ ନୁହେଁ କେବେଳ ଏକ ଜିନିଷ ନଷ୍ଟ ଆଡକୁ ଇସାରା କରିଥାଏ।ଏହା ଆପଣଙ୍କ ଅହଂକାର,ଡର ଆଦି କୌଣସିବି ଜିନିଷର ନଷ୍ଟ ଆଡକୁ ଇସାରା କରିଥାଏ।

ଯଦି ଆପଣ ସ୍ୱପ୍ନରେ ଗର୍ଭାବସ୍ଥାର ସ୍ୱପ୍ନ ଦେଖିଥାନ୍ତି ତାହେଲେ ଏହା ବଡ ଉପଲବ୍ଧି ଆଡକୁ ଇସାରା କରିଥାଏ।ଏହା ଆପଣଙ୍କ ଉଦ୍ଦେଶ୍ୟ ଏବଂ ଇଚ୍ଛାର ପୂର୍ତ୍ତି ଆଡକୁ ଇସାରା କରିଥାଏ।

ଘର ସମ୍ବନ୍ଧିତ ସ୍ୱପ୍ନ ଦେଖିବା ଆପଣଙ୍କ ବ୍ୟକ୍ତିତ୍ୱ ଆଡକୁ ଇସାରା କରିଥାଏ।ଯଦି ଆପଣ ଏହି ସ୍ୱପ୍ନ ଦେଖିଥାନ୍ତି ତାହେଲେ ଏହାର ଅର୍ଥ ଏହା କି ଏହା ଲୁଚିଥିବା କୌଣସି କଥା ଆଡକୁ ଇସାରା କରିଥାଏ ଯାହାକୁ ଆପଣ ଭୁଲି ସାରିଛନ୍ତି।

ଧନ ସମ୍ବନ୍ଧୀୟ ସ୍ୱପ୍ନ ଅଲଗା ଅଲଗା ମହତ୍ଵ ରଖିଥାନ୍ତି।ଯେମିତି ଆପଣ ସ୍ୱପ୍ନରେ ଲଟରୀ ଜିତିବାର ଦେଖନ୍ତି ତାହେଲେ ତାହା ଏହା ଦର୍ଶାଇଥାଏ ଶୀଘ୍ର ହି ଆପଣଙ୍କ ଜୀବନଶୈଳୀରେ ପରିବର୍ତନ ଆସିବାର ଅଛି।ସେହିପରି ଯଦି ଆପଣ ନିଜ ସ୍ୱପ୍ନରେ କାହାକୁ ଧନ ଦେଇଥାନ୍ତି ତାହେଲେ ଏହା ଧନର ହାନୀକୁ ଦେଖାଇଥାଏ।

ସ୍ୱପ୍ନରେ ନିଆ ଦେଖିବା ଅଲଗା ଅଲଗା ପରିସ୍ଥିତିରେ ଅଲଗା ଅଲଗା ଅର୍ଥ ଦେଖାଇଥାଏ।ଦୂରରୁ ନିଆଁ ଦେଖିବା ଚେଞ୍ଜ ଆଡକୁ ଇସାରା କରିଥାଏ ଏବଂ ସେହିଭଳି ନିଆଁ ସହ ଖେଳିବା ଏକ ଚେତାବନୀ ହୋଇପାରେ।ସେହିପରି ଯଦି ଆପଣ ନିଜକୁ ନିଆଁ ଲଗାଇବାର ଦେଖୁଛନ୍ତି ତାହେଲେ ତାହାର ଅର୍ଥ ଏହାକି ଆପଣଙ୍କ କ୍ରୋଧ ରହିଅଛି ଯାହା ବାହାରକୁ ଆସିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *