November 3, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ତୁଳସୀ ବାରମ୍ବାର ସୁଖି ଯାଉଛି, ତ ତୁଳସୀ ଗଛ ପାଖରେ କରନ୍ତୁ ଏହି ଛୋଟ କାମ ତୁଳସୀ କେବେବି ଶୁଖିବ ନାହିଁ

ସାଙ୍ଗମାନେ ତୁଳସୀକୁ ଲକ୍ଷ୍ମୀସ୍ୱରୂପା ବୋଲି ଧରାଯାଏ।ମହାଲକ୍ଷ୍ମୀଙ୍କ ଭଳି ତୁଳସୀ ଗଛର ମଧ୍ୟ ପୂଜା କରାଯାଏ।ପବିତ୍ର ତୁଳସୀକୁ ଆମେ ଯେତେବେଳେ ଘରେ ସ୍ଥାନ ଦେଇଥାଉ ତ ସକାରାତ୍ମକ ଶକ୍ତି ଘରେ ବାସ କରିଥାଏ।ତୁଳସୀ ଘରେ ରହିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ।ତୁଳସୀ ସର୍ବଦା ଶ୍ରିହରିଙ୍କ ପାଖେ ଅବସ୍ଥାନ କରିଥାନ୍ତି।ବହୁତ ଜରୁରୀ ହୋଇଥାଏ ଘରେ ତୁଳସୀର ଅବସ୍ଥାନ କରିବା।ତୁଳସୀ ବିନା ଶ୍ରିହରୀଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ।

ବେଳେବେଳେ ତୁଳସୀ ଶୁଖିଯାଇଥାଏ।ଏହାର କାରଣ ହେଉଛି ଆମେ ଠିକ ଭାବରେ ଏହାର ଧ୍ୟାନ ରଖି ପାରେନାହିଁ ଯେପରି ପାଣି ନଦେବା ବା ଅଧିକ ଖରାରେ ରଖିଦେବ ଇତ୍ୟାଦି।ଘରର ଇସାନ୍ୟ କୋଣରେ ବା ଉତ୍ତର ପୂର୍ବ କୋଣରେ ତୁଳସୀ ରହିବା ଆବଶ୍ୟକ।ଘରର ଅଗଣାରେ ତୁଳସୀ ରହିବା ଆବଶ୍ୟକ।ତୁଳସୀ ଗଛରେ ନିୟମିତ ପାଣି ଦେବା ଆବଶ୍ୟକ ଓ ଅଧିକ ପାଣି ଦେବା ଉଚିତ ନୁହେଁ।

ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘରେ ତୁଳସୀ ସୁଖି ଯାଉଚି ତ ଏହାର ଅନେକ କାରଣ ରହିଥାଇ ପାରେ।ଯେପରି ଘରକୁ ଆସୁଥିବା ବିପତ୍ତିକୁ ନିଜ ଉପରକୁ ନେଇଯାଇ ଗଛ ସୁଖି ଯାଇଥାଏ।ଯଦି କୌଣସି ଘରେ ବାରମ୍ବାର ତୁଳସୀ ଶୁଖୁଚି ତ ଏହାର କାରଣ ସେ ଘର ଉପରେ କୌଣସି ବଡ଼ ଧରଣର ସମସ୍ୟା ଆଗକୁ ଆସୁଛି।ତୁଳସୀ ଗଛ ଶୁଖିବା ଦ୍ଵାରା ଘରକୁ ବିଭିନ୍ନ ପ୍ରକାରର ବିପତ୍ତି ମାଡ଼ିଆସେ।ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବାସ କରିଥାଏ।

ଆପଣ ସର୍ବଦା ଏକ ରୁ ଅଧିକ ତୁଳସୀ ଗଛ ନିଜ ଘରେ ରଖନ୍ତୁ।ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ଭରିଯିବ ଓ କୌଣସି ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ।ଆପଣ ଘରର ମୁଖ୍ୟ ଦ୍ଵାରରେ ଦୁଇଟି ତୁଳସୀ ଗଛ ଲଗାଇ ପାରିବେ।ଏହାଦ୍ବାରା ଆପଣଙ୍କ ଡର କମିଯିବ।ଆପଣ ସର୍ବଦା ତୁଳସୀକୁ ପୂଜା କରିବେ ଓ ଜଳ ଅର୍ପଣ କରିବେ କିନ୍ତୁ ଧ୍ୟାନ ରଖିବେ ରବିବାର ଦିନ ଜଳ ଅର୍ପଣ କରିବେ ନାହିଁ।

ଯେତେବେଳେ ଆପଣ ତୁଳସୀ ଗଛକୁ କିଣିବେ ବା ଆଣିବେ ତ ଧ୍ୟାନ ରଖିବେ ଶୁକ୍ରବାର ଓ ବୁଧବାର ଦିନ ଆଣିବେ।ମନରେ ଧ୍ୟାନ ରଖିବେ କି ଆପଣ ମହାଲକ୍ଷ୍ମୀଙ୍କୁ ଆଣୁଛନ୍ତି ଓ ଇଏ ସବୁ ପ୍ରକାର କଷ୍ଟର ନିବାରଣ କରିଦେବେ।ଆପଣ ଘରର ଇସାନ୍ୟ କୋଣରେ ସର୍ବଦା ତୁଳସୀ ଗଛ ରଖିବେ।ତାଙ୍କୁ ଧୂପ,ଦୀପ ନୈବେଦ୍ୟ ଅର୍ପଣ କରନ୍ତୁ।ଆପଣ ତାଙ୍କୁ ଫଳ, ମିଶିରି,ଗୁଡ଼ ଆଦି ମଧ୍ୟ ଭୋଗ ଲଗାଇ ପାରିବେ।ଏପରି କରିବା ଦ୍ବାରା ଆପଣଙ୍କ ଘରେ ତୁଳସୀ କେବେବି ସୁଖିବ ନାହିଁ।

Leave a Reply

Your email address will not be published. Required fields are marked *