May 19, 2025

Odia Express

Leading Odia News Portal of Odisha

ଯେଉଁ ଘରେ ରହିଥାଏ ଏହି ପାଞ୍ଚୋଟି ବୃକ୍ଷ,ସେହି ଘରେ ଗାଡ଼ି,ବଙ୍ଗଳା, ବ୍ୟାଙ୍କ ବାଲାନ୍ସ ଓ ସବୁକିଛି ରହିଥାଏ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏମିତି କିଛି ଗଛ ବିଷୟରେ କହିବି ଯାହାକୁ ଆପଣ ନିଜ ଘରେ ଲଗାଇବା ଉଚିତ।ଗଛ ଲଗେଇବା ଦ୍ଵାରା ଆମ ଘରେ ସକାରାତ୍ମକ ଭାବନା ଆସିଥାଏ ଓ ତା ସହିତ ଧନ ଧାନ୍ୟର ବୃଦ୍ଧି ହୋଇଥାଏ।

ସାଙ୍ଗମାନେ ପ୍ରଥମେ ମୁଁ ନେଇଛି ମିଠା ନିମ୍ବ ଗଛ।ଏହି ଗଛ ବହୁତ ଶୁଭ ହୋଇଥାଏ।ଏହାକୁ ଲଗାଇବା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ।ଏହାର ବହୁତ ଔଷଧୀୟ ଗୁଣ ରହିଛି।ଏହାକୁ ଆପଣ ନିଜ ଚୁଟି ଓ ଚେହେରାରେ ମଧ୍ୟ ବ୍ୟବହାର କରିପାରିବେ।ଏହା ଆପଣଙ୍କ ବାଳକୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ।ଆପଣଙ୍କ ଚେହେରାକୁ ବ୍ରଣମୁକ୍ତ କରିଥାଏ ଓ ଚମକ ଆଣିଥାଏ।

ଏହାପରେ ମୁଁ ନେଇଛି ତୁଳସୀ ଗଛ।ଏହା ବହୁତ ଔଷଧୀୟ ଓ ପବିତ୍ର ଗଛ ଅଟେ।ତୁଳସୀ ଗଛ ଘରେ ଲାଗିବା ଦ୍ଵାରା ଘରୁ ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ।ଏହାକୁ ଲଗେଇବା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ।ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ରହିଥାଏ।ତୁଳସୀର ବହୁତ ଔଷଧୀୟ ଗୁଣ ରହିଛି।ବହୁତ ଆୟର୍ବେଦିକ ଔଷଧରେ ଏହାର ବ୍ୟବହାର କରାଯାଇଥାଏ।ଏହା ଆମକୁ ସର୍ଦ୍ଦି,ଖାସ,ଥଣ୍ଡା ଆଦି ବେମାରୀରୁ ରକ୍ଷା କରିଥାଏ।

ଏହାପରେ ମୁଁ ଯେଉଁ ଗଛ କଥା କହିବା ପାଇଁ ଯାଉଛି ସେ ହେଉଛି ଅରଖ ଗଛ।ଅରଖ ଗଛ ଆପଣଙ୍କୁ ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳିବ। ଭଗବାନ ଗଣେଶ ଓ ଶିବଙ୍କୁ ଏହାର ଫୁଲ ଅର୍ପଣ କରାଯାଏ।ଯେଉଁ ବ୍ୟକ୍ତି ମାନଙ୍କର ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଛି,ଚାଲି ବୁଲି ପାରୁନାହାନ୍ତି ସେମାନେ ଯଦି ଏହାର ପତ୍ରକୁ ଗରମ କରି ଗଣ୍ଠି ଜାଗାରେ ଲଗାଇବେ ତ ତାଙ୍କର ଯନ୍ତ୍ରଣା ବହୁତ ମାତ୍ରାରେ ଉପଶମ ହୋଇପାରିବ।ଆପଣ ଚାହିଁଲେ ସେହି ପତ୍ରକୁ କପଡା ସାହାଯ୍ୟରେ ଆପଣଙ୍କ ଆଣ୍ଠୁରେ ବାନ୍ଧିପାରିବେ।ଏହାର ଫୁଲର ରସ ଦ୍ଵାରା ଆପଣଙ୍କ ଦାଗ, କୁଣ୍ଢିଆ ଆଦି କମିଯାଇଥାଏ।

ଅଁଳା ଗଛ ମଧ୍ୟ ବହୁତ ଉପକାରୀ ହୋଇଥାଏ।ସାଙ୍ଗମାନେ ମହାଲକ୍ଷ୍ମୀଙ୍କ ବାସ ହୋଇଥାଏ ଅଁଳା ଗଛ ଉପରେ।ଆମକୁ ମଧ୍ୟ ଆମ ଘରେ ଅଁଳା ଗଛ ନିହାତି ଲଗାଇବା ଆବଶ୍ୟକ।କୁଣ୍ଡରେ ମଧ୍ୟ ଆପଣ ଅଁଳା ଗଛ ଲଗାଇ ପାରିବେ।ଯଦି ଆପଣଙ୍କର ଖୋଲା ଜାଗା ଅଛି ତ ନିହାତି ଲଗାନ୍ତୁ ଯଦି ନାହିଁ ତ ଆପଣ କୁଣ୍ଡରେ ଲଗାଇ ପାରିବେ।ଏହାର ଫଳ ଓ ପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି।

ଏହାପରେ ମୁଁ କହିବି ପାରିଜାତ ଫୁଲ ବା ହରଶୃଙ୍ଗାର ଫୁଲ।ଏହାର ପ୍ରଚୁର ମହକ ରହିଥାଏ।ଏହା ବହୁତ ସୁନ୍ଦର ମଧ୍ୟ ଦେଖା ଯାଇଥାଏ।ଏହାର ଫୁଲ ଦେବତା ମାନଙ୍କୁ ଚଢାଇ ଯାଇଥାଏ।ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ ବାତାବରଣ ପୁରା ସୁଗନ୍ଧିତ ହୋଇଯିବ। ତ ଏହିସବୁ ଗଛ ମାନଙ୍କୁ ନିଜ ଘରେ ନିହାତି

Leave a Reply

Your email address will not be published. Required fields are marked *