ଚେହେରାକୁ ଦାଗହୀନ ଏବଂ ସୁନ୍ଦର କେମିତି ରଖିବେ – ନିଶ୍ଚୟ ଘରେ ଏହି ଉପାୟ କରିବା ଦରକାର

କିଏ ନ ଚାହେଁ କି ତା ଚେହେରା ଦାଗହୀନ ଦେଖାଯାଉ।ସମସ୍ତେ ଏମିତି ଚାହିଁଥାନ୍ତି କି ତାଙ୍କ ମୁହଁ ଉଜ୍ଜଳ ଦେଖାଯାଉ ଏବଂ ତାଙ୍କ ଚେହରା ଗୋରା ଦେଖାଯାଉ।ସେଥିପାଇଁ ଆଜି ଆମେ ଆପଣଙ୍କୁ ବହୁତ ଭଲ ରୋଟିନ କହିବାକୁ ଯାଉଛୁ।ଯଦି ଆପଣ ଏହି ରୋଟିନକୁ ପ୍ରତିଦିନ କରିବା ଆରମ୍ଭ କରିବେ।ଆଜି କରିବେ ସେହିଭଳି କାଲି କରିବେ ତାହେଲେ ଆପଣଙ୍କ ଚେହରା ଦାଗହୀନ ହୋଇଯିବ।ଏଥିପାଇଁ ଆମେ ଆପଣଙ୍କୁ ୩ଟି ରୋଟିନ କହିବୁ ଯାହାଦ୍ୱାରା ଆପଣଙ୍କ ସୁନ୍ଦରତା ବହୁତ ଗୁଣ ବଢିଯିବ।ଆପଣ କହିବେ ଏତେ ସାଧାରଣ ଘରେ ପଡିଥିବା ଜିନିଷ ଦ୍ୱାରା ଆମ ଚେହରାକୁ ଏମିତି ଉଜ୍ଜଳ କରାଯାଇପାରିବ।ଯାହା ଭଲ ଭଲ ମେକପ କରିପାରିବ ନାହିଁ ଯାହା ଏହି ନୁଷ୍କା ଦ୍ୱାରା ଆମ ଚେହରାରେ ହେଇଛି।ତ ଆସନ୍ତୁ ଜାଣିବା କଣ କରିବା ପ୍ରଥମେ।
ପ୍ରଥମେ ଦିନସଂଖ୍ୟା-୧ ରେ ସକାଳେ ଉଠିବେ ଏବଂ ଗୋଟେ ବିଲାତିକୁ ଅଧାରୁ କଟିବେ।ଆପଣଙ୍କୁ ଅଧା ବିଲାତି ନବାର ଅଛି।ସେହି ଅଧା ବିଲାତିକୁ ଭଲ ଭାବରେ ଚେହେରାରେ ଘସନ୍ତୁ।ଆଖିର ଆଖପାଖ ଏବଂ ଆଖିର ତଳେ ଉପରେ,ମଥାରେ,ବେକରେ,ଗାଲରେ ଭଲ ଭାବରେ ରଗଡି ରଗଡି ସେହି ବିଲାତିକୁ ସେଇଠି ସାରିଦେବେ।କେବଳ ଚୋପା ରହିଯିବ ଏବଂ ଚୋପା ଆପଣ ଫିଙ୍ଗିଦେବେ।ଏହାକୁ ୧୦ ରୁ ୧୫ ମିନିଟ ଯାଏ ରଖିବେ ଏବଂ ଏହାପରେ ମୁହଁ ଧୋଇଦେବେ।ଏହା ଥିଲା ପ୍ରଥମ ଦିନର ରୋଟିନ।ପ୍ରଥମ ଦିନର ଆରମ୍ଭ ଏମିତି କରିବେ।
ଦ୍ୱିତୀୟ ଦିନରେ ଗ୍ଲସରୀନ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଚେହେରାରେ ରଗଡି ଦିଅନ୍ତୁ।ଭଲ ଭାବରେ ପୁରା ଚେହେରାରେ ରଗଡି ଦିଅନ୍ତୁ ଏବଂ ଏହିଭଳି ୫ ରୁ ୭ ମିନିଟ ଯାଏ ମାଲିସ କରନ୍ତୁ।ଏହାକୁ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏବଂ ତାଜା ଜଳରେ ସଫା କରି ଦିଅନ୍ତୁ।ଏହି ଭଳି ଦ୍ୱିତୀୟ ଦିନରେ ନିଜ କାର୍ଯ୍ୟ ଆରମ୍ଭ କରନ୍ତୁ।
ତୃତୀୟ ଦିନରେ ଆପଣ ୨ ଚାମଚ ବେସନ ନିଅନ୍ତୁ ଏବଂ ସେଥିରେ ୨ କିମ୍ବା ୪ ଚାମଚ ଗୋଲାପ ଜଳ ମିସେଇବେ ଯେତେ ଆପଣଙ୍କୁ ଲାଗିବ।ଯେତିକିରେ ଆପଣଙ୍କର ଏକ ମୋଟା ପେଷ୍ଟ ତିଆରି ହୋଇଯିବ।ଏହାକୁ ନିଅନ୍ତୁ ଏବଂ ଭଲ ଭାବରେ ମୁହଁରେ ରଗଡି ରଗଡି ଲଗାନ୍ତୁ।ଏହାକୁ ପୁରା ଚେହରାରେ ଲେପ ଭଳି ଲଗାଇ ତାହାକୁ ୧୫ ରୁ ୨୦ ମିନିଟ ଯାଏ ଛାଡି ଦିଅନ୍ତୁ ଏବଂ ଏହାପରେ ଶୁଦ୍ଧ ଜଳରେ ତାକୁ ଧୋଇ ଦିଅନ୍ତୁ।ତୃତୀୟ ଦିନର ରୋଟିନ ଏହା ଅଟେ।
ଚତୁର୍ଥ ଦିନରେ ପୁନଶ୍ଚ ସେହି ରୋଟିନକୁ କରନ୍ତୁ।ଏହାକୁ ଆପଣ କରିବା ଆରମ୍ଭ କରନ୍ତୁ।୧୫ ଦିନ ମଧ୍ୟରେ ଆପଣ ଦେଖିବେ ସବୁ ମଇଳା ସବୁ ଦାଗ ଦୁର ହୋଇଯିବ।ଚେହରା ଉଜ୍ଜଳ ହୋଇଯିବ ଏବଂ ପୁରା ସଫା ହୋଇଯିବ କାରଣ ଆପଣଙ୍କ ପୁରା ଶରୀର ତ କପଡ଼ାରେ ଢାଙ୍କି ହୋଇ ରହିଥାଏ କିନ୍ତୁ ଚେହେରା ବାହାରେ ରହିଯାଏ କିମ୍ବା ହାଥ ବାହାରେ ରହିଯାଏ।ତ ଏଇଠି ସବୁଠୁ ଅଧିକ ସୂର୍ଯ୍ୟ କିରଣର ପ୍ରଭାବ ପଡ଼ିଥାଏ ଏବଂ ସବୁଠୁ ଅଧିକ ପ୍ରଦୂଷଣ ହୋଇଥାଏ।ଆପଣ କେତେଥର ଦେଖିବେ କି ବେକ ତଳ ତ୍ୱଚା ଏବଂ ମୁହଁ ମଧ୍ୟରେ ତଫାତ ରହିଥାଏ।ତେଣୁ ଏହି ନୁଷ୍କାକୁ ଆପଣାନ୍ତୁ ଏବଂ ଦେଖନ୍ତୁ ପାର୍ଥକ୍ୟ କିଛି ଦିନରେ ପାଇଯିବେ।