June 30, 2025

Odia Express

Leading Odia News Portal of Odisha

ଥଣ୍ଡା କାଶର ଘରୋଇ ଉପାୟ – ଏହି ଉପାୟ ଆଜି ଘରେ କରନ୍ତୁ ଓ ଥଣ୍ଡା କାଶ ରୁ ଯଥାଶୀଘ୍ର ଉପଶମ ପାଆନ୍ତୁ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ସର୍ଦ୍ଦି,ଥଣ୍ଡା,କାଶ ଆଦିରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପାୟ ଆଣିଚି।ନାକ ବନ୍ଦ,ଖରାପ ଗଳା,ମୁଣ୍ଡ ବିନ୍ଧା ଆଦି ଏହି ଋତୁରେ ସାମାନ୍ୟ କଥା। ମୌସୁମୀ ବଦଳିବା କାରଣରୁ ଆମ ଶରୀର ଏଭଳି ପରିବର୍ତ୍ତନକୁ ସହି ପାରେନାହିଁ।ଏହି କାରଣରୁ ଆମେ ଥଣ୍ଡା କାଶ ଆଦି ରୋଗରେ ପୀଡିତ ହେଉ।ବାରମ୍ବାର ଡକ୍ଟର ପାଖକୁ ଯିବା ଓ ଔଷଧ ଖାଇବା ଦ୍ବାରା ଆମ ଲିଭର ଉପରେ ଏହାର ପ୍ରଭାବ ପଡିଥାଏ ଓ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ କରିଥାଏ।ଆଜି ମୁଁ ଆପଣ ମାନଙ୍କୁ କିଛି ଉପାୟ କହିବି ଯାହାଦ୍ଵାରା ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ।

୧-ଷ୍ଟିମ ନିଅନ୍ତୁ-: ଗରମ ପାଣିରେ ଶ୍ୱାସ ନେବା ଦ୍ଵାରା ନାକ ଖୋଲି ଯାଇଥାଏ ଓ ସାରା କଫ ବାହାରି ଆସିଥାଏ।ପ୍ରତିଦିନ ଦୁଇଥର ଷ୍ଟିମ ନେବା ଦ୍ଵାରା ଆପଣଙ୍କୁ ଜଲଦି ଆରାମ ମିଳିବ।ଷ୍ଟିମ ଯେକୌଣସି ବୟସର ବ୍ୟକ୍ତି ନେଇପାରିବେ।

୨-ତୁଳସୀ ଚା-: ତୁଳସୀର ବ୍ୟାକ୍ଟେରିଆ ମାରିବାର କ୍ଷମତା ରହିଥାଏ।ଏହା ଜ୍ଵର ଥଣ୍ଡା ଆଦି ପାଇଁ ମଧ୍ୟ ବହୁତ ଉପକାରୀ।୩ ରୁ ୪ ଟି ତୁଳସୀ ପତ୍ରକୁ ସକାଳେ ଓ ସନ୍ଧ୍ୟାରେ ଚୋବାନ୍ତୁ ନଚେତ ୮ ରୁ ୧୦ ଟି ତୁଳସୀ ପତ୍ରକୁ ପାଣି ସହିତ ଗରମ କରନ୍ତୁ ଓ ଏହାକୁ ଦିନରେ ଦୁଇରୁ ତିନି ଥର ପିଅନ୍ତୁ।

୩-କ୍ଷୀର ହଳଦୀ-: ଥଣ୍ଡା କାଶରୁ ରକ୍ଷା ପାଇବା ପାଇଁ ହଳଦୀ ବହୁତ ପ୍ରଭାବଶାଳୀ ଅଟେ। ଅଧା କପ କ୍ଷୀର ଗରମ କରି ସେଥିରେ ଅଳ୍ପ ହଳଦୀ ମିଶାଇ ପିଇବେ।ଯଦି ଶୁଖିଲା କାଶ ଅଛି ତ ଏକ ଚାମଚ ମହୁରେ ଅଳ୍ପ ହଳଦୀ ମିଶାଇ ଖାଆନ୍ତୁ।ଏହାଦ୍ବାରା ଗଳା ଠିକ ହୋଇଯିବ।

୪-ଅଦା ମହୂ-: ଅଦା ବି ରୋଗ ସହିତ ଲଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଓ ଶରୀରରେ ଗରମ ସୃଷ୍ଟି କରିଥାଏ।ଏକ କପ ପାଣିରେ ଅଳ୍ପ ଅଦା ସିଝାଇ ତାକୁ ଛାଣି ଦିଅନ୍ତୁ।ସେଥିରେ ଏକ ଚାମଚ ମହୁ ମିଶାଇ କରି ଚା ଭଳି ଦିନରେ ଦୁଇ ତିନି ଥର ପିଅନ୍ତୁ।

୫- ସୋରିଷ ତେଲର ମସାଜ-: ସୋରିଷ ତେଲକୁ ଅଳ୍ପ ଗରମ କରି ତାକୁ ଛାତିରେ ମସାଜ କରିବା ଦ୍ୱାରା କଷ୍ଟ ଦୂର ହୋଇଯାଇଥାଏ।ଆପଣ ନିଜ ଛୋଟ ପିଲାକୁ ମସାଜ କରିପାରିବେ ବାସ ତେଲକୁ ବେଶୀ ସମୟ ଗରମ କରିବେ ନାହିଁ।

୬- ଉଷୁମ ପାଣି କୁଳି କରନ୍ତୁ-: ଗଳା କଷ୍ଟରୁ ମୁକ୍ତି ପାଇବା ପାଇଁ ଉଷୁମ ପାଣିରେ ଲୁଣ ପକାଇକରି ତାକୁ କୁଳି କରନ୍ତୁ।ଏହାଦ୍ବାରା ଗଳାରୁ ସବୁ କଫ ଦୂର ହୋଇଯାଏ।ଏହା ବାଦ ଆପଣ ଦିନରେ ଯେତେଥର ସମ୍ଭବ ସେତେଥର ଗରମ ପାଣି ପିଅନ୍ତୁ।

Leave a Reply

Your email address will not be published. Required fields are marked *