March 15, 2025

Odia Express

Leading Odia News Portal of Odisha

ପିଲାମାନଙ୍କ ଓଜନ କମେଇବା ପାଇଁ ସବୁଠୁ ସହଜ ଉପାୟ – ଏହି ଅଭ୍ୟାସ ଆଜି ଆପଣଙ୍କ ପିଲାଙ୍କ ପାଇଁ କରାନ୍ତୁ..

ସାଙ୍ଗମାନେ ପିଲାମାନଙ୍କ ଠାରେ ବଢୁଥିବା ମୋଟାପଣ ଏକ ଗମ୍ଭୀର ସମସ୍ୟା ଅଟେ।ବେଳେବେଳେ ଏହା ଜେନେଟିକ ହୋଇଥାଏ ତ କେତେବେଳେ ଖାଦ୍ୟପେୟ କାରଣରୁ।ପିତାମାତା ମାନେ କୁହନ୍ତି ଯେ ଆମ ପିଲା କିଛି ବି ଖାଉନାହିଁ କିନ୍ତୁ ତାର ମୋଟାପଣ ବଢୁଛି। ତ ଆସନ୍ତୁ ଆମ ଜାଣିବା ପିଲାମାନଙ୍କ ମୋଟାପଣ କିପରି ଦୂର କରିବେ ଘରୋଇ ଉପାୟ ମାଧ୍ୟମରେ।ଯଦି ଆପଣ ଏହି ଛୋଟ ଛୋଟ ଉପାୟ ପାଳନ କରିବେ ତ ପିଲାମାନଙ୍କ ମୋଟାପଣ ଦୂର ହୋଇଯିବ।ପିଲାମାନେ ସର୍ବଦା ସ୍ଲିମ ଓ ଫିଟ ରହିବେ।

ପ୍ରଥମ ଉପାୟ ହେଉଛି ପିଲା ସକାଳୁ ଉଠିବା କ୍ଷଣି ଖାଲି ପେଟରେ ବାସି ମୁଁହରେ ଏକ ଗ୍ଲାସ ପାଣି ପିଇବ।ଯଦି ସେହି ପାଣି ରାତିରେ ପିତଳ ବାସନରେ ରଖା ଯାଇଥିବ ତ ଆହୁରି ଲାଭ ଦେବ।ପିଇବା ପରେ ବ୍ୟାୟମ ଓ ଚଲାବୁଲା କରିବା ଦ୍ୱାରା ଶରୀରର କୋଶ ଗୁଡ଼ିକୁ ଶକ୍ତି ପ୍ରାପ୍ତ ହୋଇଥାଏ।ଧ୍ୟାନ ରଖିବେ ଯେ ପିଲାମାନେ ଯେପରି ଏହାକୁ ଅନୁସରଣ କରିବେ।

ସକାଳେ ଜଳଖିଆ ଖାଇବା ପୂର୍ବରୁ ବା ଖରାବେଳେ ଖାଇବାର ଦୁଇ ତିନି ଘଣ୍ଟା ପରେ ପିଲାକୁ ଗ୍ରୀନ ଟି ଓ ଲେମ୍ବୁ ଦେବା ଅଭ୍ୟାସ କରାନ୍ତୁ।ଲେମ୍ବୁ ସହିତ ମହୁ ମିଶାଇ ପିଇବା ଦ୍ଵାରା ଓଜନ କମିଯାଏ।ଆପଣ ପିଲାମାନଙ୍କ ଖାଇବାରେ ମଟର,କାକୁଡି,ମୂଳା,ଚଣା,ଖିରା,ଭଣ୍ଡା, ଗାଜର ଆଦି ମିଶାନ୍ତୁ।ଏହା ସହିତ ପିଲାମାନଙ୍କୁ ସବୁ ପ୍ରକାର ଡାଲି ଓ ଶସ୍ୟ ଜାତୀୟ ଖାଦ୍ୟ ଦିଅନ୍ତୁ।ପିଲାମାନଙ୍କୁ ଖାଇବା ପରେ ତୁରନ୍ତ ପାଣି ପିଇବା ଠାରୁ ରୋକନ୍ତୁ।କାରଣ ଏହା ଦ୍ଵାରା ତୁରନ୍ତ ଓଜନ ବଢ଼ିଥାଏ।

ଡାଲ୍ଡା,ତେଲ,ଆଳୁ,ଚିନି,ମଇଦା ଆଦି ଖାଦ୍ୟ ପିଲାମାନଙ୍କ ଠାରୁ ଦୂରେଇ ରଖନ୍ତୁ।ଏଗୁଡ଼ିକ ଚର୍ବି ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।ଏହା ବ୍ୟତୀତ ପିଲାମାନଙ୍କୁ କୋଲ୍ଡଡ୍ରିଙ୍କ,ଫାଷ୍ଟଫୁଡ,ପିଜା ବିସ୍କୁଟ,କେକ,ଆଇସକ୍ରିମ ଆଦି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ।ଯଦି ଓଜନ କମେଇବାର ଅଛି ତ ପିଲାମାନଙ୍କୁ ଏସବୁ ଦେବା ଛାଡି ଦିଅନ୍ତୁ।ଜୁଆଣି,ମେଥି,ଗୋଲମରିଚ,ଲବଙ୍ଗ,ଭୃଷଙ୍ଗ ପତ୍ର ଆଦି ମସଲା ଖାଇବାରେ ବ୍ୟବହାର କଲେ ପିଲା ମାନଙ୍କ ପେଟ ସଫା ରହିଥାଏ ଓ ଶରୀରରୁ ଫ୍ୟାଟ ସବୁ ବାହାରିଯାନ୍ତି।

ଓଜନ କମେଇବା ପାଇଁ ଫଳପ୍ରଦ ହୋଇଥାନ୍ତି ଯୋଗ ଓ ବ୍ୟାୟାମ।ଏହା ରୋଗ ମାନଙ୍କୁ ମଣିଷ ଶରୀରରୁ ଦୂରେଇ ରଖିଥାଏ।ଏହା ପିଲା ମାନଙ୍କୁ ଏକ୍ଟିଭ ବନାଇଥାଏ।ଏହା ସହିତ ଗୋଟିଏ ଜାଗାରେ ବସି ରହିବା ଅଭ୍ୟାସକୁ ଛାଡ଼ନ୍ତୁ। ନିତି ଦିନିଆ କାମରେ ପିଲାମାନଙ୍କୁ ଲିଫ୍ଟ ବଦଳରେ ଶିଢିରେ ଆସିବା ପାଇଁ କୁହନ୍ତୁ।ପ୍ରତିଦିନ ଏକ କିଲୋମିଟର ଚାଲିବାକୁ ବା ଦୌଡିବାକୁ କୁହନ୍ତୁ।ଟିଭି ଓ ଭିଡ଼ିଓ ଗେମ ଖେଳିବା ପାଇଁ ଦିଅନ୍ତୁ ନାହିଁ।ବାହାରେ ପିଲାମାନଙ୍କୁ ଖେଳିବା ପାଇଁ ପଠାନ୍ତୁ।

Leave a Reply

Your email address will not be published. Required fields are marked *