May 20, 2025

Odia Express

Leading Odia News Portal of Odisha

ମାତ୍ର କିଛି ମିନିଟରେ ଜ୍ଵର ଠିକ କରିବାର ଘରୋଇ ଉପାୟ -ଏହି ଉପାୟ ଆଜି ଜାଣିରଖନ୍ତୁ ଯାହା ଘରୋଇ ଉପାୟ ରେ କରିହେବ..

ସାଙ୍ଗମାନେ ତୁଳସୀ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ।ଏମିତି କେଉଁ ଘର ନାହିଁ ଯେଉଁଠି ତୁଳସୀ ଗଛ ନଥିବ।ଶରୀରର ପ୍ରାୟ ୨୫ ରୁ ୩୦ ଟି ରୋଗରେ ତୁଳସୀର ପ୍ରୟୋଗ ହୋଇଥାଏ। ତୁଳସୀର ପ୍ରୟୋଗ ଆପଣ ଅନେକ ରୋଗରେ କରିପାରିବେ।ତୁଳସୀ ଦୁଇ ପ୍ରକାରର ହୋଇଥାଏ।ପ୍ରଥମ ହେଉଛି ରାମ ତୁଳସୀ ଓ ଦ୍ଵିତୀୟ ହେଉଛି ଶ୍ୟାମ ତୁଳସୀ।ରାମ ତୁଳସୀର ରଙ୍ଗ ହାଲକା ସବୁଜ ହୋଇଥାଏ।ଆଉ ଯେଉଁ ଶ୍ୟାମ ତୁଳସୀ ରହିଥାଏ ତାହାର ରଙ୍ଗ ଟିକେ ଗାଢ଼ ସବୁଜ ହୋଇଥାଏ।ବେଳେବେଳେ ଏହା ଟିକେ କଳା ରଙ୍ଗର ମଧ୍ୟ ଦେଖାଯାଏ ଏଥିପାଇଁ ଏହାକୁ ଶ୍ୟାମ ତୁଳସୀ କୁହାଯାଏ।

ଯେଉଁ ଶ୍ୟାମ ତୁଳସୀ ହୋଇଥାଏ ସେଥିରେ ଔଷଧୀୟ ଗୁଣ ରହିଥାଏ।ରାମ ତୁଳସୀର ଅଧିକ ଔଷଧୀୟ ଗୁଣ ରହିଥାଏ।ଆପଣ ଯେତେବେଳେ ଘରେ ତୁଳସୀ ଗଛ ଲଗାଉଛନ୍ତି ସେତେବେଳେ ଧ୍ୟାନ ଦେବେ ଯେ ଆପଣ ଯେପରି ଶ୍ୟାମ ତୁଳସୀ ଲଗାଇବେ।ତୁଳସୀର ବିଶେଷତା ଏହା ଯେ ତୁଳସୀ ସବୁ ସମୟରେ ବ୍ୟବହାର କରା ଯାଇପାରିବ।ବର୍ଷର ଯେକୌଣସି ମାସରେ ଆପଣ ଏହାର ରୋପଣ କରିପାରିବେ।ଏହାର ଅନ୍ୟ ଏକ ବିଶେଷ ଗୁଣ ହେଉଛି ଏହା ସବୁ ସମୟରେ ମିଳିଥାଏ।

ଆପଣ ଏହାକୁ ଘରେ କୁଣ୍ଡରେ ଲଗାଇ ପାରିବେ।ଆପଣ ଶ୍ୟାମ ତୁଳସୀକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବେ।ଏହାର ସବୁଠୁ ବଡ ଗୁଣ ହେଉଛି ଏହା ଯେକୌଣସି ଜ୍ୱରକୁ ଭଲ କରିଦିଏ। ବ୍ୟାକ୍ଟେରିଆଲ ଜ୍ଵର ହେଉକି ଭାଇରାଲ ଜ୍ଵର,ଟାଇଫଏଡ,ଥଣ୍ଡା ଜ୍ବର ଏହା ସବୁ ପ୍ରକାର ଜ୍ଵରକୁ ସମାପ୍ତ କରିଦିଏ।ବେଳେବେଳେ ଏପରି ହୁଏ କି ଯଦି ଆପଣ ଅଧିକ ପରିଶ୍ରମ କରିଦିଅନ୍ତି ତ ଆପଣଙ୍କୁ ଜ୍ଵର ହୋଇଥାଏ।କୌଣସି ପ୍ରକାର ଜ୍ବରକୁ ରୋକିବାରେ ଶ୍ୟାମ ତୁଳସୀର ବହୁତ ବଡ଼ ଅବଦାନ ରହିଥାଏ।

ଆପଣ ଏହାକୁ ସର୍ବଦା ନିଜ ଘରେ ଲଗାନ୍ତୁ ଓ ଯେବେବି ଜ୍ଵର ଆସେ ତ ଏହାର ଉପଯୋଗ କରନ୍ତୁ।ଏହାର ଉପଯୋଗ ବହୁତ ସହଜ।ଆପଣ ୧୫ ରୁ ୨୦ ଟି ପତ୍ର ନିଅନ୍ତୁ।ଏହାକୁ ଚିପୁଡି କରି ଏହାର ରସ ବାହାର କରିଦିଅନ୍ତୁ।ଏହାର ରସକୁ ଗରମ କରିଦିଅନ୍ତୁ।ଏଥିରେ ଟିକେ ଗୁଡ଼ ମିଶାଇ ଦିଅନ୍ତୁ।ଯଦି ଆପଣ ମହୁ ଖାଇପାରିବେ ତ ଟିକେ ମହୁ ମିଶାଇ ଦିଅନ୍ତୁ।ଏହାକୁ ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ଲେଖାଏଁ ଖାଆନ୍ତୁ।ଏପରି କରିବା ଦ୍ବାରା ଆପଣ ଯେକୌଣସି ପ୍ରକାର ଜ୍ୱରକୁ ସମାପ୍ତ କରିପାରିବେ। ତୁଳସୀର ସବୁଠୁ ବଡ଼ ଯୋଗଦାନ ହେଉଛି ଯେକୌଣସି ଜ୍ଵରକୁ ଭଲ କରିପାରିବ।ଯଦି ୧୦୩ ବା ୧୦୪ ଡିଗ୍ରୀ ଜ୍ଵର ଅଛି ତ ତୁଳସୀର କାଢା ତିଆରି କରି ପିଅନ୍ତୁ।ଆପଣ କିଛି ତୁଳସୀ ପତ୍ରକୁ ପାଣିରେ ସିଝନ୍ତୁ। ତା ପରେ ଏଥିରେ ଗୁଡ଼ ମିଶାଇ ପିଅନ୍ତୁ।

Leave a Reply

Your email address will not be published. Required fields are marked *