ମଧୁମେହ ରୋଗରୁ ରକ୍ଷା ପାଇବାର ଉପଚାର – ଯଦି ଏହି ୩ଟି ଜିନିଷ ଖାଇବ ତେବେ ମଧୁମେହ ଆପଣଙ୍କ ପାଖ ମାଡିବ ନାହିଁ..
ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମଧୁମେହ ରୋଗକୁ ଆପଣ କିପରି ଅତି ସହଜରେ ଭଲ କରିବେ।ମଧୁମେହ ଏକ ଏପରି ରୋଗ ଯାହାଦ୍ୱାରା ଅନେକ ଲୋକ ଅସୁବିଧାରେ ଅଛନ୍ତି।ଆଜିର ସମୟରେ ଛୋଟ ପିଲାକୁ ମଧ୍ୟ ମଧିମେହ ହେଉଛି।ମଧୁମେହ ଏକ ପ୍ରକାର ଜୀବନଶୈଳୀ ରୋଗ ଅଟେ।ଆମେ ଏହି ଜିନିଷକୁ ଜାଣିପାରି ନଥାଉ।ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରରେ କାହାକୁ ଏହି ରୋଗ ଅଛି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।
ଯଦି ଆପଣ ପୂର୍ବ କିଛି ମାସ ହେବ ମଧୁମେହର ଔଷଧ ଖାଉଛନ୍ତି ତେବେ ୨ରୁ ୩ ମାସ ମଧ୍ୟରେହିଁ ଆପଣଙ୍କର ଏହି ଔଷଧ ଖାଇବା ବନ୍ଦ ହୋଇଯିବ।ଏବଂ ଏଥିପାଇଁ ଆପଣଙ୍କୁ କୌଣସି ଔଷଧ ଖାଇବାକୁ ପଡିବ ନାହିଁ।ଆପଣଙ୍କ ମଧୁମେହ ଜଡରୁ ଶେଷ ହୋଇଯିବ।ତେବେ ଆସନ୍ତୁ ଜାଣିବା ମଧୁମେହକୁ କିପରି ଭଲ କରିବେ।ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ୩ ଏପରି ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ମଧୁମେହକୁ ଭଲ କରିପାରବେ।ଏହି ଉପାୟ ସମ୍ପୂର୍ଣ୍ଣ ଭାବରେ ଆୟୁର୍ବେଦିକ ଅଟେ।
ପ୍ରଥମେ ଆସନ୍ତୁ ଜାଣିବା ଏହି ରୋଗ କାହିଁକି ହୋଇଥାଏ?ମଧୁମେହର କାରଣ ଆମ ଜୀବନଶୈଳୀ ଅଟେ।ଆଗ କାଳରେ ଲୋକଙ୍କୁ ମଧୁମେହ ଏତେ ପରିମାଣରେ ନଥିଲା।ଆଜି କାଲି ଯେଉଁମାନଙ୍କ ଜୀବନଶୈଳୀ ଠିକ ରହୁନାହିଁ ସେଥିପାଇଁ ସେମାନଙ୍କୁ ମଧୁମେହ ହେଉଛି।ଏହାର କାରଣ ହେଉଛି ଆଗ କାଳରେ ଲୋକ ବହୁତ ଶାରୀରିକ ପରିଶ୍ରମ କରୁଥିଲେ।ଆଜିକାଲି ଏକ ଟ୍ୟାପ ଖୋଲିବା ଦ୍ୱାରା ପାଣି ଆସିଯାଇଥାଏ।କିନ୍ତୁ ସେତେବେଳେ ପାଣି ପାଇଁ ଆପଣଙ୍କୁ ଅନେକ ବାଟ ଚାଲିକରି ଯିବାକୁ ପଡୁଥିଲା ଏବଂ କଳରୁ କିମ୍ବା ନଦୀରୁ ପାଣି ଆଣିବାକୁ ପଡୁଥିଲା ଏଥିରେ ମନୁଷ୍ୟ ବହୁତ ସୁସ୍ଥ ରହୁଥିଲା।ଆଗ କାଳରେ ଲୋକ ମାଠିଆର ପାଣି ପିଉଥିଲେ ଏବଂ ଆମେ ଫ୍ରିଜର ପାଣି ପିଉଛୁ।ଆଗ କାଳରେ ଲୋକ ଖୋଲା ପବନରେ ରହୁଥିଲେ ଏବଂ ଆମର ଏସିରେ ରାହୁଛୁ ଏହା ସବୁ ଜୀବନଶୈଳୀର ପରିବର୍ତ୍ତନ ଅଟେ।ଆଗକାଳରେ ଲୋକ ଚାଲିକରି କିମ୍ବା ସାଇକେଲରେ ଯାଉଥିଲେ କିନ୍ତୁ ଏବେ ଆମେ ସ୍କୁଟି,ସ୍କୁଟର କିମ୍ବା କାରରେ ଯାଉଛୁ।ଏହିସବୁ ପରିବର୍ତ୍ତନ ଆପଣଙ୍କ ରୋଗର କାରଣ ଅଟେ।
ଆପଣ ଏବେ ଏହି ସବୁ ଜୀବନଶୈଳୀ ବଦଳାଇବା ତ ଏତେ ସମ୍ଭବ ନୁହେଁ।କିନ୍ତୁ କିଛି ଭଲ ଅଭ୍ୟାସ ଆପଣ ନିଜ ଜୀବନଶୈଳୀରେ ମିଶାଇ ପାରିବେ।ପ୍ରତିଦିନ ଏକ ଘଣ୍ଟା ଖରାକୁ ବାହାରିବା।ଏହା ବହୁତ ଜରୁରୀ ଅଟେ।ଏଥିରୁ ଆମକୁ ଭିଟାମିନ D ମିଲିଥାଏ।ଏହି ଭିଟାମିନ D ମଧୁମେହକୁ ଶେଷ କରିଥାଏ ଏହା ଶରୀରର ଇମ୍ୟୁନିଟିକୁ ବଢାଇଥାଏ।
ଏବେ ଆସନ୍ତୁ ଜାଣିବା ଉପାୟ ବିଷୟରେ।ପ୍ରଥମେ ଆପଣଙ୍କୁ ଜାମୁରମଞ୍ଜିର ପାଉଡର ଦରକାର।ଜାମୁ ଖାଇବା ପରେ ତାହାର ମଞ୍ଜିକୁ ଖରାରେ ଶୁଖାଇଦିଅନ୍ତୁ ଏହାପରେ ତାହାର ପାଉଡର ତିଆରି କରନ୍ତୁ।ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଅନ୍ତୁ।ଏହା କରିବା ଦ୍ୱାରା ମଧୁମେହର ରୋଗ ତିନି ମାସ ମଧ୍ୟରେ ଜଡରୁ ଶେଷ ହୋଇଜାଇଥାଏ।ଏହା ସାହିତ ଆପଣଙ୍କୁ ପ୍ରତିଦିନ ଏକ ଘଣ୍ଟା ଖରାରେ ବାହାରିବାକୁ ପଡିବ ଏବଂ ଏହା ସହିତ ଆପଣଙ୍କ ଖାଦ୍ୟର ୫୦% ଜିନିଷ କଞ୍ଚା ଖାଆନ୍ତୁ।ଯେପରି ଫଳ ଏବଂ ଅନ୍ୟ ପଦାର୍ଥ।
ଦ୍ୱିତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ମେଥି ଦାନାର ପାଣି।ମେଥିର ଅନେକ ଔଷଧୀୟ ଗୁଣ ରହିଛି।ଏହା ଆପଣଙ୍କ ଓଜନ କମ କରିବାରେ ସାହାଯ୍ୟ କରେ।ଏହା ଆପଣଙ୍କ ଦରଜ ଶେଷ କରେ ଆଦି।ମେଥିକୁ ଆପଣ ରାତିରେ ଏକ ଗ୍ଲାସ ପାଣିରେ ରଖିଦିଅନ୍ତୁ।ଏହା ପରେ ସକାଳେ ଖାଳିପେଟରେ ଏହି ପାଣିର ଏବଂ ମେଥିର ସେବନ କରନ୍ତୁ।ଏହା କରିବା ଦ୍ୱାରା ମଧ୍ୟ ମଧୁମେହକୁ ତିନି ମାସ ମଧ୍ୟରେ ଜଡରୁ ଭଲ କରାଯାଇପାରିବ।
ତୃତୀୟ ଉପାୟ ପାଇଁ ଆପଣ ଗିଲୋଏର ସେବନ କରନ୍ତୁ।ଏହା ଆପଣଙ୍କ ଶରୀରର ଇମ୍ୟୁନିଟିକୁ ବଢ଼ିଥାଏ।ଆପଣ ଗିଲୋଏର କାଢା ବନାଇ ପ୍ରତିଦିନ ସେବନ କରନ୍ତୁ ଏହା ଦ୍ୱାରା ମଧ୍ୟ ଆପଣଙ୍କ ମଧୁମେହ ଜଡରୁ ଶେଷ ହୋଇଯିବ।