December 4, 2024

Odia Express

Leading Odia News Portal of Odisha

ଅନ୍ଧବିଶ୍ୱାସ ନୁହେଁ ନଦୀର ପଇସା ପକାଇବା , ଏହି ସୁଚନା ଆପଣଙ୍କୁ କେଉଁଠି ବି ମିଳିବନି – ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ

ଭାରତ ଦେଶରେ ସବୁ ଧର୍ମରେ ଦାନଧର୍ମ କରିବାକୁ ସବୁଠାରୁ ଉଚ୍ଚ ମାନ୍ୟତା ମିଳିଛି, ଆମର ଶାସ୍ତ୍ରରେ ଲେଖା ହୋଇଛି କି ଦାନ ଧର୍ମ ପରି ପୁଣ୍ୟ କରିବା ଦ୍ୱାରା ଇଶ୍ୱରଙ୍କ ସଦୈବ କୃପା ଲାଭ ହୁଏ , ଏହି କର୍ମରେ ବହୁତ ସାରା ଏମିତି ପରମ୍ପରା ଅଛି ଯାହାକୁ ଆମେ କହିବାକୁ ଯାଊଛୁ, ଏହି ପରମ୍ପରାରୁ ଗୋଟେ ଅଟେ ନଦୀରେ ପଇସା ପକାଇବା, କଣ ପାଇଁ ପକାନ୍ତି ନଦୀରେ ଏହି ପଇସା ଆସନ୍ତୁ ଜାଣିବା ସେହି ବିଷୟରେ ।ଆପଣ ନଜର କରିଥିବେ କି ବହୁତ ଲୋକ ଯେଉଁମାନେ ନଦୀ ଦେଇ ଯାଉଥିବେ ସେମାନେ ଏକ ପଇସା ପକାଇଥାନ୍ତି ନଦୀରେ , କେବେ ବି ଲୋକେ ଟ୍ରେନ୍ କିମ୍ବା ବସ୍ ରେ ଯିବାବେଳେ ପଇସା ପକାଇଥାନ୍ତି , ଏହାର ପଛରେ କୌଣସି ଅନ୍ଧବିଶ୍ୱାସ ନୁହେଁ ବରଂ ଏକ ତଥ୍ୟାତ୍ମକ କାରଣ ଅଛି, ଲୋକେ ପୁର୍ବରୁ ନଦୀରେ ତମ୍ବାର ପଇସା ପକାଉଥିଲେ

ଯାହାକୁ ଜଳ ଶୁଦ୍ଧିକରଣ କୁହାଯାଉଥିଲା, ପୁରୁଣା ଜମାନାରେ ଲୋକେ ତମ୍ବାର ପଇସା ବ୍ୟବହାର କରୁଥିଲେ, ଏଥିପାଇଁ ନଦୀରେ ତମ୍ବାର ପଇସା ପକାଉଥିଲେ । ତମ୍ବାର ବାସନରେ ଜଳ ଗ୍ରହଣ କରିବା ଲାଭକାରୀ ମାନାଯାଏ , ଏହାର ଉଦ୍ଦେଶ୍ୟରୁ ଲୋକେ ନଦୀରେ ତମ୍ବାର ପଇସା ପକାଉଥିଲେ,  ଏମିତି କରିଲେ ନଦୀ ସ୍ୱଚ୍ଚ ରହିବ ଓ ଲୋକଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ , ଆଜିକାଳି ତମ୍ବାର ପଇସା ନାହିଁ ସେଥିପାଈଁ ଆଜି ବି ଲୋକେ ତମ୍ବାର ପଇସାର ଜାଗାରେ ପଇସା ପକାଉଛନ୍ତି । ଜ୍ୟୋତିଷ୍ୟଶାସ୍ତ୍ରରେ ଷଷ୍ଠିକରଣ ରୁ ବି ନଦୀରେ ପଇସା ପକାଇବାର ପରମ୍ପରା ଅଛି, ଜ୍ୟୋତିଷ୍ୟଶାସ୍ତ୍ରରେ ଗ୍ରହର ଦୋଷ ଦୁର କରିବା ପାଇଁ ନଦୀରେ ପଇସା ପକାଇବା ପରମ୍ପରା ଅଛି

ଏମିତି ମାନାଯାଏ କି ନଦୀରେ ପଇସା ଓ ପୁଜା ସାମଗ୍ରୀ ପ୍ରବାହିତ କରିଲେ ଏଥିରୁ ଗ୍ରହଦୋଷ ନାଶ ହୋଇଯାଏ , ଓ ବ୍ୟକ୍ତିର ଜୀବନରେ ଖୁସି ଆସିଯାଏ , ଏହା ଛଡା ମାନ୍ୟତା ଅଛି କି ନଦୀରେ ପଇସା ପକାଇବା ପୁଣ୍ୟର କାମ ହୋଇଥାଏ, କାରଣ ନଦୀର ପାଖରେ ଥିବା ଗାଁର ଛୁଆ ପଇସା ଏକାଠି କରି ନିଜ ପାଳନ ପୋଷଣ କରିପାରିବେ, ଏଥିପାଇଁ ଏହା ଏକ ପ୍ରକାରର ଦାନ ଅଟେ, ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଯଦି କାହା ଉପରେ ଚନ୍ଦ୍ର ଦୋଷ ଲାଗିଛି, ତେବେ ସେ ନଦୀରେ ରୁପାର ପଇସା ପକାଇବା ଦ୍ୱାରା ଚନ୍ଦ୍ରଦୋଷ କଟିଯାଏ ।

Leave a Reply

Your email address will not be published. Required fields are marked *