December 5, 2024

Odia Express

Leading Odia News Portal of Odisha

କେବେ ଆସିବ କୁମ୍ଭ ରାଶିର ଲୋକମାନଙ୍କର ଭଲ ସମୟ ?କାହିଁକି ଆପଣଙ୍କ ଖରାପ ସମୟ ଚାଲୁଚି – ଏହି ଉପାୟ କରିଲେ ଆପଣଙ୍କ ଭଲ ସମୟ ଆସିଯିବ

ଲୋକଙ୍କ ମନରେ ସନିଦେବଙ୍କୁ ନେଇକି ଅନେକ ଭୁଲ ଓ ନକାରାତ୍ମକ ବିଚାରଧାରା ରହିଛି।ଲୋକମାନଙ୍କୁ ଲାଗିଥାଏ କି ଯେତେବେଳେ ସନିଦେବଙ୍କର ଦଶା ରହିଥାଏ ସେତେବେଳେ ଖରାପ ପରିଣାମ ପ୍ରାପ୍ତ ହୋଇଥାଏ।ଏହା ବିଲକୁଲ ଭୁଲ।କାରଣ ସନିଦେବ ହେଉଛନ୍ତି ନ୍ୟାୟର ଦେବତା ଭଗବାନ ଶିବଙ୍କ ଦ୍ଵାରା ତାଙ୍କୁ ନବ ଗ୍ରହ ମଧ୍ୟରେ ନ୍ୟାୟଧିଷରର ସ୍ଥାନ ଦିଆଯାଇଛି। ଶନିଦେବ ସଦାସର୍ବଦା କର୍ମଫଳ ଦେଇଥାନ୍ତି। ଶନିଦେବ ନ୍ୟାୟର ଦେବତା ହୋଇଥିବାରୁ ସେ କେବେ କାହା ସହ ଅନ୍ୟାୟ ହେବାକୁ ଦିଅନ୍ତି ନାହିଁ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଯେଉଁ ପ୍ରକାର କାର୍ଯ୍ୟ କରିଥାଏ ସେହି ବ୍ୟକ୍ତିକୁ ନିଜ କର୍ମ ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆମେ ଆମ ଜୀବନରେ ଭଲ କର୍ମ କରିବା ତେବେ ଆମକୁ ଭଲ ତଥା ଶ୍ରେଷ୍ଠ ଫଳ ପ୍ରାପ୍ତ ହେବ।କାରଣ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା ତେଣୁ ସେ କେବେ ମଧ୍ୟ କାହା ସହ ଅନ୍ୟାୟ ହେବାକୁ ଦିଅନ୍ତି ନାହିଁ ସେ ସଦା ସର୍ବଦା ଲୋକମାନଙ୍କୁ ନିଜ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି।ଯେଉଁ ବ୍ୟକ୍ତି ଖରାପ କର୍ମ କରନ୍ତି ଶନିଦେବ ସେମାନଙ୍କୁ ଖରାପ ଫଳ ପ୍ରଦାନ କରିଥାନ୍ତି।

ତେଣୁ ଆମେ ଏପରି ଭାବିବା ବନ୍ଦ କରିବା ଆବଶ୍ୟକ କି ଶନିଦେବ ସଦାସର୍ବଦା ଖରାପ ଫଳ ଦେଇଥାନ୍ତି।ଯେତେବେଳେ କୌଣସି ବ୍ୟକ୍ତିର ଜୀବନରେ ଶନିଙ୍କ ଦୃଷ୍ଟି ଥାଏ ଓ ସେହି ବ୍ୟକ୍ତିର କର୍ମ ମଧ୍ୟ ଭଲ ହୋଇଥାଏ ସେତେବେଳେ ସେହି ବ୍ୟକ୍ତିର ଜୀବନରେ ଅନେକ ଶୁଭ ଫଳ ମିଳିଥାଏ ସେହି ସମୟରେ ସେହି ବ୍ୟକ୍ତି ଅନେକ ସଫଳତା ପାଇଥାଏ।ଯେଉଁ ବ୍ୟକ୍ତିର କର୍ମ ଭଲ ନଥାଏ ତେବେ ଶନିଙ୍କ ଦୃଷ୍ଟି ପଡିବା ପରେ ସେହି ବ୍ୟକ୍ତିକୁ ଅନେକ କଷ୍ଟ ଓ ନକାରାତ୍ମକ ଫଳ ପ୍ରାପ୍ତ ହୋଇଥାଏ।ତେଣୁ କେବଳ କର୍ମ ଅନୁସାରେ ହିଁ ଶନିଦେବ ଫଳ ଦେଇଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିର ସ୍ବାମୀ ହେଉଛନ୍ତି ଶନି ଓ ୨୦୨୦ ମସିହାରୁ ଏହି ରାଶି ଉପରେ ଶନିଙ୍କର ସାଢେ଼ସାତି ଚାଲୁଅଛି।ଏହି ରାଶିର ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ଜୀବନରେ ଭଲ ତଥା ପୁଣ୍ୟ କର୍ମ କରିଛନ୍ତି ସେହି ମାନଙ୍କ ଜୀବନରେ ଶନିଙ୍କ ସାଢେ଼ସାତି ଲାଗିବା ମାତ୍ରେ ଭଲ ତଥା ଅନେକ ଶୁଭ ଫଳ ମିଳିବା ଆରମ୍ଭ ହୋଇଯିବ ଓ ଯେଉଁମାନେ ନିଜ ଜୀବନରେ ପୁଣ୍ୟ କର୍ମ କରିନଥିବେ ସେମାନଙ୍କୁ ସାଢେ଼ସାତି ଲାଗିବା ମାତ୍ରେ କୁଫଳ ମିଳିବା ଆରମ୍ଭ ହୋଇଯିବ।ଏଥିରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ଏବେ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।୨୦୧୧ ମସିହା ଶେଷ ଆଡକୁ ଆପଣଙ୍କ ଦିନ ବଦଳିବାକୁ ଯାଉଛି

ତେଣୁ ଏହି ରାଶିର ଲୋକମାନେ ଏବେ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଅନ୍ୟ କାହାର କ୍ଷତି ହେଉଥିବ।ଅସହାୟ ବ୍ୟକ୍ତିଙ୍କର ଅସମ୍ମାନ କରନ୍ତୁ ନାହିଁ।ମାତା ଓ ପିତା ତୁଲ୍ୟ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ କରନ୍ତୁ।ଶନିଙ୍କ ସାଢେ଼ସାତି ସମୟରେ ସନିଦେବଙ୍କ ସହିତ ଆପଣଙ୍କୁ ହନୁମାନଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରିବା ଆବଶ୍ୟକ କାରଣ ହନୁମାନ ହେଉଛନ୍ତି ସଙ୍କଟ ହର୍ତା ତେଣୁ ନିଜର ଏହି ସାଢେ଼ସାତି ସମୟରେ କୁମ୍ଭ ରାଶିର ଲୋକମାନଙ୍କୁ ହନୁମାନଙ୍କର କୃପାର ଆବଶ୍ୟକତା ରହିଛି ତେଣୁ ଆପଣ ହନୁମାନଙ୍କୁ ଓ ଶନି ଦେବ ଉଭୟଙ୍କୁ ସ୍ମରଣ କରନ୍ତୁ।

Leave a Reply

Your email address will not be published. Required fields are marked *