July 22, 2024

Odia Express

Here, There and Everywhere

କାହିଁକି ଅଧିକାଂଶ ଲୋକଙ୍କ ଲିଭର ସମସ୍ୟା ଦେଖାଦିଏ – କଣ ଏହାର ଲକ୍ଷଣ ଓ କିପରି ଏଥିରୁ ବଂଚିବେ ଜାଣିରଖନ୍ତୁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏକ ଉପାୟ କହିବି ଯାହାଦ୍ଵାରା ଆପଣ ଆପଣଙ୍କ ଲିଭର ସମସ୍ୟାକୁ ଭଲ କରିପାରିବେ।ଏହା ଆପଣଙ୍କୁ ଆପଣଙ୍କ ଘର ପାଖରେ ମିଳିଯିବ ଯାହାର ନାମ ହେଉଛି ବେଲ ପତ୍ର।ଆପଣ ସମସ୍ତେ ବେଲ ପତ୍ରକୁ ଚିହ୍ନିଥିବେ ଓ ଏହାର ପତ୍ର ଆମେ ଭଗବାନ ଶିବଙ୍କୁ ଅର୍ପଣ କରିଥାଉ।ଆପଣ ଯେଉଁ ବେଲ ପତ୍ର ଶିବଙ୍କୁ ଚଢ଼ାନ୍ତି ତାକୁ ମନ୍ଦିରରେ ନ ଛାଡ଼ି କେବଳ ସ୍ପର୍ଶ କରିକି ଘରକୁ ଆଣନ୍ତୁ।ଆପଣ ଶିବ ମନ୍ଦିର ଯାଆନ୍ତୁ।ବେଲ ପତ୍ର ଅର୍ପଣ କରି ତାକୁ ଛୁଆଁଇ ଦେଇ ଆଣନ୍ତୁ କାରଣ ତାହା ଶିବଙ୍କ ପ୍ରସାଦ ଅଟେ।

ସାଙ୍ଗ ମାନେ ରିସର୍ଚ୍ଚ ଏହା କହେ ଯେ ଭାରତରେ ୫୦ ପ୍ରତିଶତ ଲୋକ ମାନଙ୍କ ଠାରେ ଲିଭର ଜନିତ ସମସ୍ୟା ଦେଖାଯାଏ।ଏପରି ଅବସ୍ଥାରେ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ। ଲିଭର ଏମିତି ଏକ ଅଙ୍ଗ ଯାହା ନିଜକୁ ନିଜେ ମରାମତି କରିଥାଏ।କିନ୍ତୁ ଲୋକ ମାନେ ମଦ,ସିଗାରେଟ୍, ଚା ଆଦି ବିଷାକ୍ତ ଜିନିଷ ଖାଇ ନିଜ ଲିଭରକୁ ଖରାପ କରିବାରେ ଲାଗିଛନ୍ତି।ବିଭିନ୍ନ ପ୍ରକାର ଔଷଧ ଖାଇକୀ ନିଜ ହାର୍ଟ ଖରାପ କରୁଛନ୍ତି।

ଆମଠାରେ ଯେଉଁ ଲିଭର ସମସ୍ୟା ଦେଖାଯାଏ,ତାର କାରଣ ହେଉଛି ଆମର ଖରାପ ଖାଦ୍ୟ ବ୍ୟବସ୍ଥା ,ଜୀବନ ଚର୍ଯା।ଆଉ ଏକ କାରଣ ହେଉଛି ଚିନ୍ତା।ଆମେ ମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା ପ୍ରକାଶ କରିଥାଏ ଯାହାଦ୍ଵାରା ଆମ ଚେହେରା ଶୁଷ୍କ ପଡ଼ିଯାଏ,ଆମ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରଭାବ ପଡିଥାଏ।ଓ ତୃତୀୟ କାରଣ ହେଉଛି ହରମୋନ ଅସନ୍ତୁଳତା।

ଆପଣ ବେଲ ପତ୍ରକୁ ଚୋବେଇ ଖାଆନ୍ତୁ। ତା ପରେ ଆପଣ ଗରମ ପାଣି ପିଅନ୍ତୁ।ଏହା ଆପଣଙ୍କ ଓଜନ କମେଇବା ସହିତ ଆପଣଙ୍କ ଲିଭରର ସମସ୍ୟା କମ କରିବ।ଆପଣଙ୍କ କୋଲେଷ୍ଟରୋଲ କମ କରିବ।ଆପଣ ବେଲ ପତ୍ର ପାଞ୍ଚୋଟି ନିଅନ୍ତୁ।ତାହାକୁ ପେଶି ଦିଅନ୍ତୁ।ଏହାକୁ ପାଣିରେ ମିଶାଇ ଏପରି ଗରମ କରନ୍ତୁ ଯେପରି ତାହା ଅଧା ହୋଇଯିବ।ଏହା ବେଲ ପତ୍ରର କାଢା ଅଟେ।ଏହାକୁ ଯଦି ଆପଣ ସବୁଦିନ ପିଇବେ ତ ଆପଣଙ୍କର ଲିଭର ସମସ୍ୟା ସବୁଠୁ ପ୍ରଥମେ ଠିକ ହେବ।ଏହା ସହିତ ଯଦି ଆପଣ ପ୍ରାଣାୟମ କରିବେ ତ ଏହା ଆପଣଙ୍କୁ ବହୁତ ଫାଇଦା ଦେବ।

ଏହା ବାଦ ଆପଣ ଜାମୁ ପତ୍ରର କାଢା ତିଆରି କରି ପିଇ ପାରିବେ।ଆପଣ ୩ ରୁ୪ଟି ପତ୍ର ନେଇ ତାକୁ ଦେଢ଼ ଗ୍ଲାସ ପାଣିରେ ଭଲ ଭାବେ ଫୁଟାନ୍ତୁ।ଭଲ ଭାବେ ଫୁଟାଇ ସାରିବା ପରେ ଆପଣ ଏହାକୁ ଥଣ୍ଡା କରିଦେବେ।ତା ପରେ ଆପଣ ଚା ପିଇବା ଭଳି ଏହାକୁ ପିଇ ପାରିବେ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ ଶରୀରରେ ବହୁତ୍ ପରିବର୍ତ୍ତନ ଆସିବ।ଏହା ଆପଣଙ୍କ ଶରୀରର ସମସ୍ତ ଚର୍ବିକୁ ବାହାର କରିଦେବ।ଆପଣଙ୍କ ଲିଭରକୁ ନର୍ମାଲ ଅବସ୍ଥାକୁ ନେଇଆସିବ।

Leave a Reply

Your email address will not be published. Required fields are marked *