December 11, 2024

Odia Express

Leading Odia News Portal of Odisha

ଦେଖନ୍ତୁ ମରିବା ପୁର୍ବରୁ ପ୍ରଥମେ ଷ୍ଟିଭ୍ ଜବସ୍ ଦୁନିଆଁକୁ କଣ କହିଥିଲେ – ଏହା ପଢିଲେ ତାଙ୍କ ପ୍ରତି ସମ୍ମାନ ବଢିଯିବ

ଦୁନିଆଁର ସବୁଠାରୁ ବଡ ସ୍ମାର୍ଟଫୋନ୍ ନିର୍ମାତା “ଆପଲ୍” କମ୍ପାନୀର ସଂସ୍ଥାପକ ଷ୍ଟୀଭ୍ ଜବସ୍, ବେପାର ଜଗତରେ ସବୁଠାରୁ ସଫଳ ଲୋକଙ୍କ ସୁଚୀରେ ନାଁ ଆସେ , ବିଜନେସ୍ କୁ ବଢାଇବା ପାଇଁ ସେ ଲୋକଙ୍କ ରାସ୍ତା ଦେଇ ନିଜେ ଅଗ୍ରସର ହୁଅନ୍ତି , ଆପଲ୍ କମ୍ପାନୀର ନିର୍ମାଣ କରିବା ପରେ ସେହି ସ୍ଥାନରେ ପହଞ୍ଚିବା ବାଲା ବ୍ୟକ୍ତି ଷ୍ଟିଭ୍ ହିଁ ଥିଲେ, ଆଜି ବି ଏହି କମ୍ପାନୀ ନିରନ୍ତର ଶିଖରକୁ ଯାଉଛି, ତେବେ ଏହାର ବଡ ଶ୍ରେୟ ଷ୍ଟିଭ୍ ଜବସ୍ ଙ୍କୁ କୁହାଯାଏ , କାରଣ ଏହି କମ୍ପାନୀର୍ ମୁଳ ସେ ହିଁ ବହୁତ ମଜବୁତ୍ କରିଦେଇଥିଲେ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଆପଲ୍ କମ୍ପାନୀକୁ ସଫଳ ବନାଇବାରେ ଷ୍ଟିଭ୍ ଜବସ୍ ନିଜ ଶେଷ ସମୟରେ କଣ ଅନୁଭବ କରୁଥିଲେ । ଏମିତି କଣ ଥିଲା ସେ ଦୁନିଆଁ ଆଗରେ ରଖିବାକୁ ଚାହୁଁଥିଲେ, ଏକ ସଫଳ କମ୍ପାନୀ ଓ ବିଜନେସ୍ ଦେବାବାଲା ଷ୍ଟିଭ୍ ଜବସ୍ ନିଜେ ମରୁଥିବା ସମୟରେ ଗର୍ବ ଅନୁଭବ କରୁଥିବେ , ତାଙ୍କୁ ନିଜ କାର୍ଯ୍ୟ ଉପରେ ଗର୍ବ ହେଉଥିବ, କିନ୍ତୁ ଆପଣ ଏପରି ଭାବୁଥିବେ ତେବେ ଟିକିଏ ନଜର ତାଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଚିଠି ଉପରେ ପକାନ୍ତୁ

ଏହା ଆପଣଙ୍କ ଭାବନାକୁ ବଦଳାଇଦେବ ମରିବାର କିଛି କ୍ଷଣ ପୁର୍ବରୁ ଷ୍ଟିଭ୍ ଜବସ୍ ଏକ ଚିଠିକୁ ସେୟାର୍ କରିଥିଲେ, ଯେଉଁଥିରେ ସେ ନିଜ ଭାବନାକୁ ବ୍ୟକ୍ତ କରିବାର ଚେଷ୍ଟା କରିଥିଲେ, ଏହାକୁ ପଢିବାପରେ ଆପଣଙ୍କ ଆଖିରୁ ଲୁହ ଚାଳିଆସିବ । ସେ ସେହି ଚିଠିରେ ଉଲ୍ଲେଖ କରିଥିଲେ କି ଏକ ସମୟ ଥିଲା ଯେବେ ମୁଁ ବେପାର ଜଗତରେ ଶିଖରରେ ଥିଲି, ତେବେ ଲୋକଙ୍କ ନଜର ମୋର ଜୀବନର ସଫଳତା ଉପରେ ପଡିଥିଲା, କିନ୍ତୁ ଆଜି ମୁଁ ନିଜକୁ ରୋଗାଗ୍ରସ୍ତ ଓ ଏହି ବିଛଣାରେ ପଡିଥିବାର ଦେଖିକରି କିଛି ଅଜବ ଅନୁଭବ କରୁଛି, ପୁରା ଜୀବନ କଡା ପରିଶ୍ରମ କରି କିନ୍ତୁ ନିଜକୁ ଖୁସି କରିବାପାଇଁ କିମ୍ବା ନିଜକୁ ସମୟ ବାହାର କରିବା ଠିକ୍ ଭାବିନଥିଲି, ଯେବେ ମୋତେ ସଫଳତା ମିଳିଲା ତେବେ ମୋତେ ଗର୍ବ ଅନୁଭବ ହେଲା, କିନ୍ତୁ ଆଜି ମୃତ୍ୟୁର ଏତେ ପାଖରେ ଥାଇ ସେ ସବୁ ଉପଲ୍ଲବ୍ଧୀ ଫିକା ଲାଗୁଛି ଆଜି ଏହି ଅନ୍ଧକାରରେ ଏହି ମେସିନ୍ ଦ୍ୱାରା ମୁଁ ଘେରେଇହୋଇଛି, ମୁଁ ମୃତ୍ୟୁର ଦେବତାଙ୍କୁ ନିଜ ପାଖରେ ଥିବା ଭଳି ଅନୁଭବ କରୁଛି ,

ଆଜି ମନରେ ଗୋଟେ ହିଁ କଥା ଆସୁଛି କି ମଣିଷ କୁ ଯେବେ ଏହା ଲାଗିବ କି ସେ ନିଜ ଭବିଷ୍ୟ ପାଇଁ ପର୍ଯ୍ୟାପ୍ତ କମାଇନେଇଛି, ତେବେ ସେ ନିଜ ପାଇଁ ସମୟ ବାହାର କରିବା ଉଚିତ୍ ,ଓ ପଇସା କମାଇବାର ଇଚ୍ଛା ନ ରଖି ନିଜ ଖୁସି ପାଇଁ ବଞ୍ଚିବା ଆରମ୍ଭ କରିଦେବା ଉଚିତ୍ । ନିଜର୍ କିଛି ପୁରୁଣା ଇଚ୍ଛା ପୁରା କରିବା ଉଚିତ୍ , ଛୁଆବେଳର କିଛି ଅଧୁରା ଇଚ୍ଛା, ଯୁବା ବସ୍ଥାରେ କିଛି ଇଚ୍ଛା କିମ୍ବା କିଛି ବି ମନକୁ ଶାନ୍ତି ଦେଉଥିବ,  କେଉଁ ଜଣଙ୍କ ସହ ସମୟ ଅତିବାହିତକରିବା ଉଚିତ୍ ଯିଏ ଆପଣଙ୍କୁ ଖୁସି ଦେଇପାରିବ, ଓ ବଦଳରେ ତାକୁ ବି ତାହା ହାସିଲ୍ ହୋଇପାରୁଥିବ, ଯେଉଁ ପଇସା ମୁଁ ପୁରା ଜୀବନ ସାରା କମାଇଛି, ତାକୁ ମୂଁ ସାଥିରେ ନେଇ ଯାଇପାରିବି ନାହିଁ , ଯଦି କିଛି ନେଇଯାଇପାରିବି ତେବେ କିଛି ସ୍ମୃତି,କାରଣ ଏହି ସ୍ମୃତି ଓ ତାହା ସହଯୋଡି ହୋଇଥିବା ଭଲପାଇବା ଏମିତି ଏକ ଜିନିଷ ଅଟେ ଯାହା ବହୁତ ବାଟ ଯାତ୍ରା କରି ଆପଣଙ୍କ ସହ ଯାଇପାରିବ

ଆପଣ ଯେଉଁଠି ବି ଚାହିଁବେ ନେଇଯାଇପାରିବେ , ଯେତେ ଇଚ୍ଚତାରେ ଚାହିଁବେ ସେ ଆପଣଙ୍କ ସହ ଥିବ, କାରଣ ଏହା ଉପରେ କେବଳ ଆପଣଙ୍କ ହକ୍ ଅଛି, ଜୀବନର ଏହି ମୋଡରେ ଆସି ବହୁତ କିଛି ଅନୁଭବ କରିପାରିବି, ଜୀବନରେ କିଛି ବି ସବୁଠାରୁ ମହଙ୍ଗା ବସ୍ତୁ ଅଛି, ତେବେ ସେ ବୋଧେ ମୃତ୍ୟୁର ଶଯ୍ୟା ଅଟେ, କାରଣ ଆପଣ ପଇସା ଫିଙ୍ଗିକରି କାହାକୁ ନିଜ ଗାଡିର ଡ୍ରାଇଭର୍ କରାଇପାରିବେ, ଯେତେ ଇଚ୍ଛା ଚାକରବାକର ରଖି ନିଜ ସେବାପାଈଁ ଲଗାଈପାରିବେ , କିନ୍ତୁ ଏହି ମୃତ୍ୟୁର ଶଯ୍ୟା ଆସିବା ପରେ କିଏ ଆପଣଙ୍କୁ ହୃଦୟରୁ ଆପଣଙ୍କୁ ଭଲ ପାଇବ, ଆପଣଙ୍କ ସେବା କରିବ, ଏହା ଜିନିଷ ପଇସାରୁ କିଣିପାରିବା ନାହିଁ ।

ଆଜି ମୁଁ ଏହା କହିପାରିବି କି ଆମ ଜୀବନରେ କେଉଁ ବି ମୋଡରେ ଥାଉ ନା କାହିଁକି ତାହାର ଅନ୍ତ ସୁନ୍ଦର ବନାଇବାପାଇଁ ଆମେ ଲୋକଙ୍କ ସାହାରା ନେବା ଉଚିତ୍ , ପଇସାରେ ଆମେ ସବୁ କିଛି ନେଇପାରିବା ନାହିଁ, ମୋର ଅନୁରୋଧ କି ଆପଣମାନେ ନିଜ ପରିବାରକୁ ଭଲ ପାଆନ୍ତୁ, ତାଙ୍କ ସହ ସମୟ ଅତିବାହିତ କରନ୍ତୁ, ଏହି ଦାମିକା ଖଜଣା କୁ ବର୍ବାଦ ହେବାକୁ ଦିଅନ୍ତୁ ନାହିଁ, ନିଜକୁ ବି ଭଲ ପାଆନ୍ତୁ, ଏହା ଥିଲା ଷ୍ଟିଭ୍ ଜବସ୍ ଙ୍କ ଦ୍ୱାରା କୁହାଯାଇଥିବା କିଛି ଶବ୍ଦ, ଯାହା ଆମ ଜୀବନରେ ସଠିକ୍ ମାଇନା ରଖେ , ତାଙ୍କ ଅନୁସାରେ ପଇସା ଜରୁରୀ ହୋଇନଥାଏ, ସେଥିପାଈଁ ସେ ଆମର ଜୀବନ ନୁହେଁ , ଆମେ ଆମର ନିଜ ଲୋକଙ୍କୁ ଜୀବନ ବନାଇଦେଇଥାଉ, ଓ କେବଳ ତାହା ହିଁ ଆମକୁ ଆରାମରେ ମରିବାକୁ ଅବସର ଦିଅନ୍ତି ।

Leave a Reply

Your email address will not be published. Required fields are marked *