ଏକ ଗରିବ ଯୁବକର୍ ପ୍ରେମ କାହାଣୀ, ଏହା ଏକ ସତ୍ୟ ଘଟଣା ଅଟେ – ପଢିଲେ କୌଣସି ଲୋକ ନିଜ ଲୁହ କୁ ରୋକି ପାରିବ ନାହିଁ..
ଆପଣ ସମସ୍ତେ ବହିରେ ବହୁତ ସାରା ପ୍ରେମ କାହାଣୀ ପଢିଥିବେ, କିମ୍ବା ଫିଲ୍ମରେ ଆଜିକାଲି ବହୁତ ପ୍ରେମ କାହାଣୀ ଦେଖିବାକୁ ମିଳିଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ହୃଦୟସ୍ପର୍ଶୀ ସଚ୍ଚା ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବୋଧେ ଏହି ଦୁନିଆଁରେ ସବୁଠାରୁ ଅନୋଖା ପ୍ରେମ କାହାଣୀରୁ ଗୋଟେ ହୋଇଥିବ । ଏହି କାହାଣୀ କେବଳ ଗୋଟେ ପୁଅର ନୁହେଁ ବରଂ ସେହି ଲକ୍ଷାଧିକ ଲୋକଙ୍କ କାହାଣୀ ଅଟେ ଯାହା କେଉଁ କାରଣରୁ ନିଜ ପ୍ରେମକୁ ପରିପ୍ରକାଶ କରିପାରିନଥିଲେ , ଓ ତାଙ୍କ ସ୍ୱପ୍ନ ଅଧୁରା ରହିଯାଇଥିଲା, ତେବେ ଚାଲନ୍ତୁ ଆଉ ବିଳମ୍ବ କରିବା ନାହିଁ ଆରମ୍ଭ କରିବା ଏହି କାହାଣୀ ଉପରେ ନଜର ।
ଏହି କାହାଣୀ ଗାଁର ଏକ ଗରିବ ସିଧାସାଧା ସୁନ୍ଦର ପୁଅର ଅଟେ , ଯାହାର ପାଖରେ ପରିବାରରେ ତାର ମା ବାପା ଭାଈ ଭଉଣୀ ସମସ୍ତେ ଥିଲେ, କିନ୍ତୁ ଦୁଃଖର କଥା ତା ମା ବାପା ବହୁତ ଗରିବ ଥିଲେ, ଏତେ ଗରିବ କି ବଡ ମୁସକିଲ୍ ରେ ତାଙ୍କ ଗୁଜୁରାଣ ମେଣ୍ଟୁଥିଲା, ସେ ପୁଅ ପଢିବାରେ ଭଲ ଥିଲା, ଓ ଚାଲାକ୍ ଥିଲା, ଦିନକର କଥା ଖେଲ ଖେଳରେ ଗାଁର ଏକ ସୁନ୍ଦର ଝିଅକୁ ସେ ଭଲ ପାଇବସିଲା, ସେ ଝିଅ ବହୁତ ଧନୀ ଘରର ଏକ ମାତ୍ର ଝିଅ ଥିଲା, ସେ ସେହି ଝିଅକୁ ଏତେ ଭଲ ପାଇବସିଲା କି ତାକୁ ନଦେଖିବା ପର୍ଯ୍ୟନ୍ତ ସେ ବଞ୍ଚିପାରୁନଥିଲା, ସେହି ପୁଅ ଝିଅକୁ ମନେ ମନେ ନିଜର କରିବାପାଈଁ ନିଷ୍ପତ୍ତି ନେଇଯାଇଥିଲା, ସେ ପୁଅ ବହୁତଥର ନିଜ ପ୍ରେମ ପରିପ୍ରକାଶ କରିବାକୁ ଚେଷ୍ଟାକରୁଥିଲା କିନ୍ତୁ କରିପାରୁନଥିଲା
ବହୁତଥର ପ୍ରେମଚିଠି ଲେଖିଲା କିନ୍ତୁ ସେ ଦେଇପାରିଲା ନାହିଁ, ସେ ସେହି ଝିଅର ପାଖକୁ ଯିବା ସମୟରେ ତାର ହୃଦୟର ବେଗ ବଢିଯାଉଥିଲା, ସେ ଡରିକରି ନିଜ ଇରାଦା ବଦଳାଇଦେଲା, ବୋଧେ ତାର ମନରେ ଏହା ଡର ଥିଲା କି ସେ ମନା କରିଦେବନି ତ, କିମ୍ବା ତା ଉପରେ ରାଗିଯିବନି ତ, ସେ କେଉଁ ବି ହାଲତ୍ ରେ ତାକୁ ହରାଇବାକୁ ଚାହୁଁନଥିଲା, ଦେଖୁ ଦେଖୁ ୩ ବର୍ଷ ହୋଇଗଲା, ଓ ସେ ନିଜ ପ୍ରେମକୁ ଆଉ ଅପେକ୍ଷା କରିପାରିଲାନାହିଁ, ଖାଲି ଯେଉଁଠି ବି ରହୁଥିଲା ସେ ଝିଅକୁ ଦେଖିବାକୁ ବାହାନା ଖୋଜିବୁଲୁଥିଲା । ସେ ପୁଅ ଗରିବ ଥିଲା ଓ ଝିଅ ଧନୀ ଥିଲା, ବୋଧେ ଏହା ଭାବିକରି ସେ ନିଜ ପ୍ରେମକୁ ପରିପ୍ରକାଶ କରିବାକୁ ସାହାସ କରିପାରୁନଥିଲା, କିନ୍ତୁ ତାର ପ୍ରେମ ସଚ୍ଚା ଓପବିତ୍ର ଥିଲା, ସେ କେବେ ସେହି ଝିଅ ବିଷୟରେ ଭୁଲ୍ ଭାବିନଥିଲା ଓ ନା ସେ କେବେ ଭୁଲ୍ ନିୟତ୍ ରେ ଛୁଇଁବାକୁ ଚେଷ୍ଟା କରିଥିଲା, କେବେ କେବେ ହସିମଜାକ୍ କରିଦେଉଥିଲା, କିନ୍ତୁ କେବେ ବି ଜଣେ ଅନ୍ୟ ଜଣଙ୍କ ସହ୍ ଖୋଲିକରି ପ୍ରେମର କଥା କହିପାରୁନଥିଲେ ।
ଏପଟେ ଧୀରେ ଧୀରେ ସେ ପୁଅର ଘରର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲା, ନିଜ ମା ବାପା ଓ ଛୋଟ ଭାଇ ଭଉଣୀଙ୍କ ଏକମାତ୍ରା ସାହାରା ହେବା କାରଣରୁ ତାର ଉପରେ ଘରର ଦାୟିତ୍ୱ ପଡିଗଲା, ଓ ସେ ଏହି ଦାୟିତ୍ୱକୁ ବୁଝୁ ବି ପାରୁଥିଲା, ଶେଷରେ ସେ ପଇସା କମାଇବାପାଇଁ ସହର ଚାଲିଗଲା, କିନ୍ତୁ ସେ ୧୫ ବର୍ଷର ପୁଅ ଦିନ ସାରା କାମ କରୁଥିଲା, ଓ ରାତି ସାରା ସେ ଝିଅର ଭାବନାରେ ଆଖିରୁ ଲୁହ ଗଡାଉଥିଲା, ଏମିତିରେ ୩ ମାସ ଅତିବାହିତ ହୋଇଗଲା, ଦିନେ ତାର ମନ ଏମିତି ଉଡିଲା କି ସେ କାମ ଛାଡିକରି ସହରରୁ ନିଜ ଗାଁ ପଳେଇ ଆସିଲା , ଗାଁ ଆସିକରି ଦେଖିଲା କି ସେ ଝିଅର ବାହାଘର କାଲି ହେବାର ଅଛି । ଏବେ ତ ପୁଅକୁ ଏମିତି ଲାଗିଲା କି ତାର ସବୁ ଖୁସି, ଓ ଦୁନିଆଁ ଭାଙ୍ଗିଚୁର୍ ମାର୍ ହୋଇଗଲା, କିନ୍ତୁ ସେ କଣ କରିବ ଏକ ତରଫା ପ୍ରେମ ଥିଲା, ଗୋଟେ ଭାଇ ଓ ଏକ ପୁଅର କର୍ତ୍ତବ୍ୟ ଥିଲା , ଓ ଦ୍ୱିତୀୟ କଥା ସେ ତ କେବେ ନିଜ ପ୍ରେମକୁ ପରିପ୍ରକାଶ କରିନଥିଲା
ଏଥିପାଇଁ ସେ ଝିଅକୁ ସେ ଦୋଷ ଦେଇପାରିବ ନାହିଁ, ଏହାର ଅତିରିକ୍ତ ତାର୍ ପାଖରେ ବହୁତ ସାରା ଅସୁବିଧା ଥିଲା, ସେ ଆର୍ଥିକ ରୁପରେ ଏତେ ସକ୍ଷମ ନଥିଲା କି ସେ ନିଜ ପ୍ରେମିକାକୁ ଜୀବନର ସବୁ ଖୁସି ଦେଇପାରିବ , ଅନ୍ୟ ପଟେ ସେ ନିଜ ଗରିବ ପରିବାରର ଶେଷ ସାହାରା ଥିଲା, ପରିଶେଷରେ ସେ ଫଇସଲା କଲା କି ସେ ନିଜ ବୁଢା ମା ବାପା ଓ ଭାଇ ଭଉଣୀଙ୍କ ଖୁସି ପାଇଁ ନିଜ ପ୍ରେମକୁ ଜଳାଞ୍ଜଳୀ ଦେବାକୁ ହେବ, ଆଗାମୀ ଦିନ ସେ କାହାକୁ କିଛି କହିଲା ନାହିଁ ଓ ଚୁପ୍ ଚାପ୍ ସହର ଚାଲିଗଲା । ସେ ସେହି ଝିଅକୁ ଭୁଲିବାକୁ ବହୁତ ଚେଷ୍ଟା କଲା କିନ୍ତୁ ଭୁଲାଇପାରୁନଥିଲା, ଆଜି ସେହି ଘଟଣାର ୧୭ ବର୍ଷ ହୋଇଯାଇଛି, ସେହି ପୁଅର ବି ବାହାଘର ହୋଇଯାଇଛି, ଛୁଆ ବି ହୋଇସାରିଛନ୍ତି, ଓ ସେ ନିଜ ଜୀବନରେ ଖୁସିରେ ଅଛି, କିନ୍ତୁ ସେ ପୁଅ ଆଜି ବି ସେହି ଝିଅକୁ ସେତିକି ଭଲ ପାଉଛି, ଯେତେ ପୁର୍ବରୁ କରୁଥିଲା
ଆଜି ବି ସେ ଝିଅ ସବୁଦିନ ତାର ସ୍ୱପ୍ନରେ ଆସେ, ଓ ସେ ବହୁତ କାନ୍ଦେ, ତାର ମନରେ ଆଜି ବି ସେ ଇଚ୍ଛା ଅଛି ଦୁଃଖ ଅଛି କି ସେ ନିଜ ପ୍ରେମର ପରିପ୍ରକାଶ କଣପାଇଁ କରିପାରିନଥିଲା, ଆଜି ସେ ସେହି ଝିଅକୁ କହିବାକୁ ଚାହେଁ କି ସେତାକୁ କେତେ ଭଲ ପାଏ ବୋଲି, ଆଜି ବି ସେ ସେହି ଝିଅକୁ ଥରେ ପଚାରିବାକୁ ଚାହେଁ କି ସେ ତାକୁ କେତେ ଭଲ ପାଉଥିଲା, କିନ୍ତୁ ପାରିବାରିକ ମର୍ଯ୍ୟଦା ଓ ସାମାଜିକ କଟକଣା ତାକୁ ଏହା ଅନୁମତି ଦେଇନଥିଲା, କିନ୍ତୁ ସେ ସେହି ଝିଅକୁ କାଲି ବି ସେତିକି ଭଲ ପାଉଥିଲା ଓ ଆଜି ବି କରୁଛି, ଓ ସବୁଦିନ କରୁଥିବ ।
ଏହି କାହାଣୀରୁ ମହତ୍ତ୍ୱପୁର୍ଣ୍ଣ ଶିକ୍ଷା- ପ୍ରଥମ କଥା ହେଲା ଯଦି ଆପଣ କେଉଁ ଝିଅକୁ ଭଲ ପାଉଛନ୍ତି ଓ ସଚ୍ଚା ପ୍ରେମ କରୁଛନ୍ତି ତେବେ ଅପେକ୍ଷା କରନ୍ତୁ ନାହିଁ, କାରଣ ସମୟର କିଛି ବି ଭରସା ନାହିଁ କେବେ କଣ ହୋଇଯିବ, ନହେଲେ ଆପଣଙ୍କୁ ଜୀବନସାରା ଏକ ସନ୍ଦେହ ଘେରରେ ବଞ୍ଚିବାକୁ ପଡିପାରେ, ନା ତ ବିଗତ ସମୟ ଆଉ ଫେରିପାରିବେ , ନା ଆଉଥରେ ଏହି ଜୀବନ ପାଇପାରିବେ , ଦ୍ୱିତୀୟ କଥା ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତେବେ ପ୍ରଥମେ ନିଜ ପ୍ରେମକୁ ସାଇଡ୍ କରି ନିଜ ଲକ୍ଷ୍ୟକୁ ଧ୍ୟାନ ଦିଅନ୍ତୁ, ଓ ନିଜ ଜୀବନରେ ସଫଳ ହୋଇକରି ଦେଖାନ୍ତୁ, ନହେଲେ ଏହି ଦୁନିଆଁ ଆପଣଙ୍କ ପ୍ରେମକୁ କେବେ ପୁରା ହେବାକୁ ଦେବନାହିଁ
ଏହି ଦୁନିଆଁର ନିରାଟ ସତ୍ୟ ହେଲା ଏହି ଦୁନିଆଁ ଜାତି ଓ ଧର୍ମ ନୁହେଁ ବରଂ ଆପଣଙ୍କ ବ୍ୟକ୍ତିତ୍ୱକୁ ଦେଖେ । ତୃତୀୟ କଥା ଯଦି ଆପଣଙ୍କୁ ନିଜ ପ୍ରେମ ଓ ପରିବାରରୁ କେଉଁ ଗୋଟେ କୁ ବାଛିବାକୁ ପଡେ ତେବେ ନିଜ ପରିବାରକୁ ବାଛନ୍ତୁ, ବିଶେଷକରି ତେବେ ଯେବେ ଆପଣଙ୍କ ପୁରା ପରିବାର ଆପଣଙ୍କ ଉପରେ ନିର୍ଭର ହୋଇଥିବ, କାରଣ ମା ବାପା ପ୍ରଥମ ପ୍ରେମ ହେବେ, ଓ ଆପଣଙ୍କ ମା ବାପାଙ୍କ ଖୁସିପାଇଁ ହଜାର କୁର୍ବାନୀ ଦେଇପାରିବେ, ଏହି ସାରା ପୃଥିବୀରେ ଆପଣଙ୍କ ମା ବାପାଙ୍କ ଠାରୁ ଆଉ କିଏ ବି ଅଧିକା ଭଲ ପାଇବା ଦେବନାହିଁ, ଏଥିପାଇଁ ନିଜ ମାବାପାଙ୍କ ଖୁସିପାଈଁ ନିଜ ପ୍ରେମକୁ ଜଳାଞ୍ଜଳୀ ଦେବା ହିଁ ଆପଣଙ୍କ ପାଇଁ ଭଲ ହେବ ।