October 18, 2024

Odia Express

Leading Odia News Portal of Odisha

ଘରୋଇ ଉପାୟରେ ପିଲା ମାନଙ୍କ ଉଚ୍ଚତା କିପରି ବଢାଇବେ – ଏହି ଉପାୟ କଲେ ଆପଣଙ୍କ ପିଲା ହେଇଯିବେ ଡେଙ୍ଗା..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଛୋଟ ପିଲାଙ୍କ ଉଚ୍ଚତା ଘରୋଇ ଉପାୟରେ କିପରି ବଢାଇବେ?ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟ ମାଧ୍ୟମରେ ଛୋଟ ପିଲାଙ୍କ ଉଚ୍ଚତା କିପରି ବଢାଇବେ।ସଠିକ ବୟସରେ ଛୋଟ ପିଲାଙ୍କ ଉଚ୍ଚତା ପର୍ଯ୍ୟାପ୍ତ ହେବାର ବହୁତ ଆବଶ୍ୟକତା ଥାଏ।ଏହାଦ୍ୱାରା ତାଙ୍କ ବିକାଶରେ କୌଣସି ପ୍ରକାର କମି ଯେପରି ରହିବ ନାହିଁ।ଯଦି ଆପଣ ମଧ୍ୟ ଆପଣଙ୍କ ପିଲାଙ୍କ କମ ଉଚ୍ଚତାକୁ ନେଇ ଚିନ୍ତିତ ଅଛନ୍ତି ତେବେ ତାକୁ ଦିଅନ୍ତୁ ପର୍ଯ୍ୟାପ୍ତ ପୋଷଣ।ଯେଉଁଥିରେ ସାମିଲ ହୋଇଥିବ ଭିଟାମିନ ମିନିରାଲସ ଏବଂ କ୍ୟାଲସିୟମ।ଏବେ ଆସନ୍ତୁ ଜାଣିବା ଏହି ସାତଟି ଜିନିଷ ଯାହା ପିଲାଙ୍କ ଉଚ୍ଚତା ବଢାଇବାରେ ସହାୟକ ହୋଇଥାଏ।

ପ୍ରଥମ ହେଉଛି ସବୁଜ ପନିପରିବା ଯେପରି ପାଲକ, ମେଥି, ଭେଣ୍ଡି ମାତ୍ର ଏବଂ ଅନ୍ୟ ପତ୍ର ଯୁକ୍ତ ପରିବା କାରଣ ଏହି ସବୁ ପରିବା ଭିଟାମିନ ଏ, ବି, ସି, ଆଇରନ,ମ୍ୟାଗନେସିୟମ ଆଦି ପୋଷକ ତତ୍ୱରେ ଭରପୁର ଥାଏ।ଯାହା ଶରୀର ବିକାଶ ପାଇଁ ବହୁତ ଆବଶ୍ୟକ ହୋଇଥାଏ।ବିନ ମଧ୍ୟ ଆପଣ କହିପାରିବେ ଏହା ଏକ ବହୁତ ଭଲ ବିକଳ୍ପ ଅଟେ।

ଦ୍ୱିତୀୟରେ କ୍ଷୀର।ପ୍ରୋଟିନ ,କ୍ୟାଲସିୟମ ଏବଂ ଅନ୍ୟ ସବୁ ପୋଷକ ତତ୍ୱ ପାଇଁ ପିଲାଙ୍କ ଡାଏଟରେ କ୍ଷୀର ନିଶ୍ଚିତ ସାମିଲ କାରନ୍ତୁ କ୍ଷୀର ଏକ ସୁଷମ ଖାଦ୍ୟ ହୋଇଥିବାରୁ ଏହା ପିଲାଙ୍କ ସମ୍ପୂର୍ଣ୍ଣ ବିକାଶରେ ସାହାଯ୍ୟ କରିଥାଏ।ଏହା ସହିତ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଉଚ୍ଚତା ମଧ୍ୟ ବଢ଼ିଥାଏ।

ତୃତୀୟରେ ଶୁଖିଲା ଖାଦ୍ୟ।ଯେପରି ବାଦାମ, ଖଜୁରୀ,ଖିସମିସ,କାଜୁ ଏହା ସବୁ ପ୍ରୋଟିନ ସହିତ ମିନିରାଲରେ ଭରପୁର ହୋଇଥାଏ।ଏହା ମସ୍ତିଷ୍କକୁ ପୋଷଣ ଦେବା ସଙ୍ଗେ ସଙ୍ଗେ ଶାରୀରିକ ବିକାଶକୁ ମଧ୍ୟ ପୋଷଣ ଦେଇଥାଏ।ଏହାପରେ ଚତୁର୍ଥରେ ହେଉଛି ସୋୟବିନ।ଏହା ଶରୀର ବିକାଶ ପାଇଁ ବହୁତ ଲାଭଦାୟୀ ହୋଇଥାଏ।ଏଥିରେ ଅମିନୋ ଏସିଡ ସଙ୍ଗେସଙ୍ଗେ ଅନ୍ୟ ପୋଷକତତ୍ୱ ମଧ୍ୟ ରହିଥାଏ ଯାହା ଶରୀର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଏହାପରେ ପଞ୍ଚମରେ ହେଉଛି ଅଣ୍ଡା।ଏଥିରେ କ୍ୟାଲସିୟମ, ଭିଟାମିନ ବି,ଡି ରାଇବୋଫ୍ଲୋବିନ ଏବଂ ଅନ୍ୟ ପୋଷକତତ୍ୱ ରହିଥାଏ।ଯାହା ପିଲାଙ୍କ ଶାରୀରିକ ଏବଂ ମସ୍ତିଷ୍କର ବିକାଶର ଲାଭଦାୟୀ ହୋଇଥାଏ।ଏହାପରେ ୬ ନମ୍ବରରେ ଆସେ ନିଦ।ଛୁଆଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ନିଦ ଅତ୍ୟନ୍ତ ଅଵଶ୍ୟକ ହୋଇଥାଏ।ଏକ ସ୍ରୋତ ଅନୁସାରେ ପିଲାମାନେ ଯେତେବେଳେ ଶୋଇଥାନ୍ତି ସେତେବେଳେ ତାଙ୍କ ବିକାଶ ହେଉଥାଏ।କାରଣ ଏହି ସମୟରେ ନୂଆ କୋଷର ଉତ୍ପନ୍ନ ହୋଇଥାଏ।

ଶେଷରେ ହେଉଛି ଖେଳକୁଦ।ଖେଳ କୁଦ ବ୍ୟାୟାମ, ଶାରୀରିକ ଶ୍ରମ ଆଦି ଶରୀରର ବିକାଶ ପ୍ରକ୍ରିୟାକୁ ଭଲ କରିଥାଏ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭବରେ ହୋଇଥାଏ।ଏହା ଦ୍ୱାରା ପିଲାଙ୍କ ଶାରୀରିକ ମାନସିକ ବିକାଶ ହୋଇଥାଏ।

Leave a Reply

Your email address will not be published. Required fields are marked *