October 22, 2024

Odia Express

Leading Odia News Portal of Odisha

19 ମାର୍ଚ୍ଚ ୨୦୨୩ ରବିବାର,ଆଜିର ରାଶିଫଳ – କେମିତି କାଟିବ ଆଜି ଆପଣଙ୍କ ଦିନ,ଏହି ରାଶି ପାଇଁ ଆସିବ ବଡ ଖୁସି ର ଦିନ..

ମେଷ ରାଶି:- ନିକଟରେ ରହୁ ନଥିବା ପିଲାଙ୍କ ପାଇଁ ଚିନ୍ତିତ ରହିବେ। ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ଉପଯୋଗ କରିବା ଆବଶ୍ୟକ। ପାରିବାରିକ କାର୍ଯ୍ୟ ଓ ଅନେକ ଦିନରୁ ପଡି ରହିଥିବା କାର୍ଯ୍ୟ ଶେଷ କରିବା ପାଇଁ ଆଜିର ଦିନ ଉତ୍ତମ ଅଟେ।

ବୃଷ ରାଶି:- ପିଲାଙ୍କ ସହିତ ଖେଳିବା ଅନେକ ଶାନ୍ତି ଦେବା ଭଳି ଅନୁଭବ ହେବ।ଆପଣଙ୍କ ସମ୍ମୁଖରେ ଅନେକ ବିବାଦ ମଧ୍ୟ ଆସି ପାରେ। ଆପଣଙ୍କ ପାଇଁ ପ୍ରତିକାର ହେଉଚି ଗାଈକୁ ମକାର ଅଟା ଖାଇବା ପାଇଁ ଦିଅନ୍ତୁ।

ମିଥୁନ ରାଶି:- ଯାନ ଚଳାଇବା ସମୟରେ ସତର୍କ ରହିବା ଆବଶ୍ୟକ। ପୁରାତନ ଜିନିଷ ଉପରେ ନିବେଶ କରିଲେ ଲାଭ ହୋଇପାରେ।

କର୍କଟ ରାଶି:- ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଯାଇପାରେ। ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରି ପାରିବେ।

ସିଂହ ରାଶି:- ଆପଣଙ୍କ ପିଲା ମାନଙ୍କୁ ଅଧିକ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ଆଜି ବାଧା ଆସିପାରେ। ଅଫିସରୁ ଆପଣ ଶୀଘ୍ର ଘରକୁ ଫେରି ପାରନ୍ତି।

କନ୍ୟା ରାଶି:- ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ନିଜର ଲୋକଙ୍କ ପାଇଁ କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଯାଇ ପାରେ। ଆପଣଙ୍କ ଶରୀର ଭଲ ରହିବ।

ତୁଳା ରାଶି:- ତରତର ହୋଇ କିଛି କରନ୍ତୁ ନାହିଁ। ବନ୍ଧୁ ମାନଙ୍କୁ ଉପଯୁକ୍ତ ଉପଦେଶ ଦେଇ ପ୍ରଶଂସିତ ହେବେ ଆପଣ ମାନସିକ ଚାପ ପାଇ ପାରନ୍ତି।

ବିଛା ରାଶି:- ପତ୍ନୀଙ୍କ ସ୍ବାସ୍ଥ୍ୟ ହାନି କାରଣରୁ ମନ ଅସନ୍ତୋଷ ରହିବ। ଆପଣ ଖେଳା ଖେଳିରେ ଭାଗ ନେଇ ପାରନ୍ତି।ବହୁତ ସୁନ୍ଦର ଓ ସ୍ନେହୀ ଲୋକ ସହିତ ଦେଖା କରିବାର ସମ୍ଭାବନା ରହିଛି। ନିଜର ରୂପ ସୁଧାରିବା ପାଇଁ ଯାହା ପ୍ରୟାସ କରିଛନ୍ତି ସେଥିରେ ସଫଳ ହେବେ।

ଧନୁ ରାଶି:- କଠିନ ଶ୍ରମ ଓ ପରିଶ୍ରମ ଜନିତ ସାମାନ୍ୟ କଷ୍ଟ ଅନୁଭବ କରିବେ। ଅନେକ ଦିନରୁ ରହି ଯାଇଥିବା କାର୍ଯ୍ୟ ସଫଳ ହେବ।

ମକର ରାଶି:- ପ୍ରତ୍ୟେକ କ୍ଷେତ୍ରରେ ଅନେକ ସମସ୍ୟା ଦେଇ ଗତି କରିବେ। ଯଦି ଆପଣ ବହୁତ ବେଶୀ ଚାପ ଅନୁଭବ କରୁଛନ୍ତି ତେବେ ପିଲାଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଆପଣଙ୍କ ଯୋଜନାରେ ବାଧା ଆସି ପାରେ। କୌଣସି ଶୁଭ ଖବର ଆପଣଙ୍କୁ ମିଳି ପାରେ।

କୁମ୍ଭ ରାଶି:- ସ୍ବାର୍ଥ ହାସଲ ପାଇଁ ନିଜ ଲୋକ ଅଚାନକ ଶତ୍ରୁତା କରିବା ପାଇଁ ପଛାଇବେ ନାହିଁ। ସକାଳ ସମୟ ବହୁତ ଭଲ ରହିବ।

ମୀନ ରାଶି:- ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସୁସ୍ଥ ରହିବା ପାଇଁ ବ୍ୟାୟାମ କରନ୍ତୁ। ଆପଣଙ୍କ ପାଇଁ ପ୍ରତିକାର ହେଉଚି ଗାଈଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଦିନ ଆହୁରି ଉଜ୍ଵଳମୟ ହେବ।

ତେବେ ଆପଣଙ୍କର ଯେଉଁ ବି ରାଶି ହୁଅନ୍ତୁ ଆପଣ ସବୁବେଳେ ସତ ପଥରେ ରୁହନ୍ତୁ, ନ୍ୟାୟରେ ରୁହନ୍ତୁ, ହରିନାମ ଜପ କରନ୍ତୁ, ଜୀବନରେ ସବୁ ଅସୁବିଧା ପ୍ରଭୁଙ୍କ କୃପାରୁ ଦୂର ହୋଇଯିବ ଓ ଆପଣ ଶାନ୍ତି ପାଇବେ।

Leave a Reply

Your email address will not be published. Required fields are marked *