ହଜମ ଶକ୍ତି ବଢ଼େଇବା ଓ ଖାଦ୍ୟ ହଜକ କରିବାର କେତେକ ଘରୋଇ ଉପାୟ – ନିଶ୍ଚୟ ଜାଣିରଖନ୍ତୁ ଏହି ଉପାୟ..
ଯଦି ଆପଣ କୌଣସି ହଜମ କ୍ରିୟା କୁ ନେଇ ଚିନ୍ତିତ ଅଛନ୍ତି, ତେବେ ଚାଲନ୍ତୁ ଜାଣିବା କଣ ରହିଛି ଉପାୟ ଯାହାକୁ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ହଜମ ଜନିତ ସମସ୍ୟା ଦୂର ହୋଇଯିବ।ଆପଣ ମାନେ ଜାଣିଥିବେ ଖାଦ୍ୟ ଖାଇବା ଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ ହଜମ କରିବା। ଯଦି ଖାଦ୍ୟ ଠିକ୍ ଭାବରେ ହଜମ ନହେବ, ତେବେ ଏହା ଦ୍ବାରା ଶରୀରରେ ଟକ୍ସିନ୍ ଅଧିକ ହୋଇଥାଏ, ଯାହାଦ୍ୱାରା ଆମ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ।ଆୟୁର୍ବେଦ ରେ କୁହାଯାଇଛି ଯେ ପ୍ରାୟ ୯୫ ପ୍ରତିଶତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଆମ ପେଟ ରୁ ହିଁ ଆରମ୍ଭ ହୋଇଥାଏ।ଯଦି ଆପଣଙ୍କ ହଜମ ପ୍ରକ୍ରିୟା ଠିକ ନଥାଏ ତାହେଲେ ଯେତେ କୁସ୍ତିକସରତ କଲେ ମଧ୍ୟ ଆମ ଶରୀରର ଠିକ ରହି ନଥାଏ।ଆଜି ଜାଣିବା ଏମିତି ୫ ଟି ଘରୋଇ ଉପାୟ ଯାହା ଦ୍ୱାରା ଆପଣ ମାନଙ୍କୁ ସମସ୍ତ ପ୍ରକାର ପେଟ ସମସ୍ୟା ରୁ ରକ୍ଷା ମିଳିପାରିବ।

୧.ପ୍ରଥମ ଉପାୟ ହେଉଛି ଜିରା ପାଣି,ଏକ ପାତ୍ର ରେ କିଛି ପାଣି ନିଅନ୍ତୁ ଓ ସେଥିରେ ଏକ ଚାମଚ୍ ଜିରା କୁ ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ।ଆପଣ ଦେଇଥିବା ପାଣି ଫୁଟି ଅଧା ହେଲା ପରେ ସେଥିରୁ ଜିରା କୁ ଛାଣି ସେହି ପାଣି କୁ ପିଅନ୍ତୁ ଓ ଯଦି ପାରୁଛନ୍ତି ତେବେ ସେହି ଛଣା ଯାଇଥିବା ଜିରା କୁ ଚୋବାଇ କରି ଖାଆନ୍ତୁ। ଏହାକୁ ଆପଣ ଯେକୌଣସି ସମୟରେ କରି ପାରିବେ।ଏହା ବଦହଜମି ରୋଗୀ ମାନଙ୍କ ପାଇଁ ଏକ ବହୁତ ବଢିଆ ଉପାୟ ଅଟେ।

୨.ଦ୍ଵିତୀୟ ଉପାୟ ହେଉଛି, ହେଙ୍ଗୁ ପାଣି, ଏହା ଆପଣଙ୍କର ହଜମ କ୍ରିୟା କୁ ବୃଦ୍ଧି କରିଥାଏ ଆଉ ପେଟ ଗ୍ୟାସ ଭଳି ସମସ୍ୟା ରୁ ରକ୍ଷା ଦେଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ର ରେ ଗରମ୍ ପାଣି ନିଅନ୍ତୁ ଓ ସେଥିରେ ଦୁଇ ଚୁଟକି ହେଙ୍ଗୁ ମିଶାଇ ଦିଅନ୍ତୁ ଓ ସେହି ପାଣି କୁ ଖାଇବାର ୩୦ ମିନିଟ୍ ପୂର୍ବରୁ ଅଳ୍ପ ଅଳ୍ପ କରି ଚା ପିଇବା ପରି ପିଅନ୍ତୁ, ଏହା ଦ୍ବାରା ଆପଣଙ୍କ ହଜମ ଶକ୍ତି ବୃଦ୍ଧି ପାଇଥାଏ।

୩.ତୃତୀୟ ଉପାୟ ହେଉଛି ଭୂଷି।ଏହି ଭୂଷି ପେଟ ସମସ୍ୟା ଓ ପତଳା ଝଡା ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।ଏକ ଗ୍ଲାସ୍ ଗରମ୍ କ୍ଷୀର ରେ କିଛି ଭୂଷି ମିଶାଇ ରାତିରେ ଶୋଇବା ର ୩୦ ମିନିଟ୍ ପୂର୍ବରୁ ସେବନ କରନ୍ତୁ।ଆଉ ଯଦି ଝାଡା ଜନିତ ସମସ୍ୟା ହେଉଛି ତାହେଲେ ତାହେଲେ ସକାଳୁ ଖାଲି ପେଟରେ ଦହିରେ ଗୋଟେ ଚାମୁଚ ଭୂଷି ଗୋଳେଇ ପିବେ।ଆଉ ଏହାକୁ ଗୋଲେଇବା ତୁରନ୍ତ ସାଙ୍ଗେ ସାଙ୍ଗେ ପିନିଅନ୍ତୁ।

୪.ପାନ ମଧୁରି ଓ ଜୁଆଣି ଏ ଦୁଇଟି ଜିନିଷ ଖାଦ୍ୟ ହଜମ କରିବାରେ ବହୁତ ସାହାଯ୍ୟ କରିଥାଏ।ତେଣୁ ଖାଇବା ପରେ କିଛି ପାନ ମଧୁରୀ ଖାଇବା ଦ୍ୱାରା ଏହା ଆପଣଙ୍କ ଖାଦ୍ୟ କୁ ଭଲ ଭାବେ ହଜମ କରାଇଥାଏ।ଆଉ ଏହାକୁ ସେବନ କରିବା ଦ୍ୱାରା ପେଟରେ ଗ୍ୟାସ ଜନିତ ସମସ୍ୟା ଦୂର ହୋଇଥାଏ।
୫.ପାଞ୍ଚ ରେ ଆସିବ ଏଲୋବେରା ଯୁସ୍, ଏହା କୁ ଆପଣ ଅଳ୍ପ ଗରମ ପାଣିରେ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ,ଏହା ଦ୍ବାରା ଆପଣଙ୍କ ହଜମ ପ୍ରକ୍ରିୟା ବୃଦ୍ଧି ହୋଇଥାଏ।ଏହି ସବୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ବୃଦ୍ଧି ପାଇଥାଏ।ଆଉ ପେଟରେ ଗ୍ୟାସ ଜନିତ ସମସ୍ୟା ଦୂର ହୋଇଥାଏ।
ଆସନ୍ତୁ ଜାଣିବା ଜୀବନ ଶୈଳୀ ପରିବର୍ତ୍ତନ କରିବା ପାଇଁ ୫ ଟି ଘରୋଇ ଉପାୟ।
୧.ପାଣି ଏହା ଆମ ଶରୀରରେ ଖାଦ୍ୟ ହଜମ କରିବା ସହିତ ଆମ ଶରୀରକୁ ସୁସ୍ଥ ରଖିଥାଏ।ଆଉ ଆମ ହଜମ ପ୍ରକ୍ରିୟାକୁ ଦୃଢ଼ କରିଥାଏ,ଆଉ ଆମ ସହିତ ସବୁବେଳେ ଗୋଟେ ପାଣି ବୋତଲ ରଖିବା ନିହାତି ଆବଶ୍ୟକ ଅଟେ।ଆଉ ଗୋଟେ କଥା ନିହାତି ଧ୍ୟାନ ଦେବେ କି ଆପଣ ଖାଇବା ବେଳେ ପାଣି ପିଇବା ଉଚିତ ନୁହେଁ କାରଣ ଏହା ଆମର ହଜମ କ୍ରିୟା ଉପରେ ଖରାପ ପ୍ରଭାବ ପକେଇ ପାରିବ।ଆପଣ ଖାଇବାର ଅଧଘଣ୍ଟା ପୂର୍ବରୁ ନହେଲେ ଅଧଘଣ୍ଟା ପରେ ପାଣି ପିଇବା ଉଚିତ।
୨.ଖରାପ ଖାଦ୍ୟ ଖାଇବା ଅପେକ୍ଷା ଆପଣ ସୁସ୍ଥ ଓ ପୁଷ୍ଟିକର ଖାଇବା ଖାଇବା ନିହାତି ଆବଶ୍ୟକ ଅଟେ।ଅଧିକ ତେଲ ଯୁକ୍ତ ଖାଦ୍ୟ ନଖାଇ ସବୁଜ ପନିପରିବା ଖାଇବା ଉଚିତ।
୩.ଆଉ ସବୁଦିନ କୁସ୍ତିକସରତ କରିବା ନିହାତି ଆବଶ୍ୟକ ହୋଇଥାଏ,ଆଉ ସବୁଦିନ ରାତ୍ରି ଭୋଜନ ପରେ ୩୦ ମିନିଟ ପାଇଁ ଚଲାବୁଲା କରିବା ଉଚିତ।
୪.ଶାସ୍ତ୍ର ଓ ପୁରାଣ ଅନୁସାରେ ଆମେ ଯେଉଁ ଆସନ କରିବା ଉଚିତ ସେ ହେଉଛି ବଜ୍ରା ଆସନ।ଏହାକୁ କରିବା ଦ୍ୱାରା ଆମ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିଥାଏ।
୫.ଶେଷ ବିନ୍ଦୁଟି ହେଉଛି ଆପଣ ଖାଇବା ସମୟରେ ଖାଦ୍ୟକୁ ଭଲ ଭବାରେ ଚୋବେଇ ଚୋବେଇ ଖାଇବା ଉଚିତ।ମୁହଁରେ ଖାଇବାକୁ ୨୫-୩୦ ଥର ଚୋବେଇ ଢ଼ୋକିବା ପରେ ଆମ ଖାଦ୍ୟ ହଜମ ହେବାରେ ସାହାଯ୍ୟ ହୁଏ।
ଆପଣ ଏହି ଭଳି ୫ଟି ଜୀବନ ଶୈଳୀ ପାଳନ କଲେ ଆଉ ଏହି ଭଳି ୫ ଟି ଜିନିଷ ନିଜ ଖାଦ୍ୟ ରେ ସେବନ କଲେ ଆପଣଙ୍କୁ ହଜମ ଜନିତ ସମସ୍ୟା ହେବ ନାହିଁ।
