ଏହି ମହିଳାଙ୍କ ପାଖରେ ଖାଇବାକୁ ନଥିଲା ରୁଟି, ଯେବେ ଇନକମ୍ ଟ୍ୟାକ୍ସ ରେଡ୍ ପଡିଲା ତେବେ ବାହାରିଲା ୧୦୦ କୋଟିର ସଂମ୍ପତ୍ତି..

ମଣିଷର ଭାଗ୍ୟରେ କଣ କେବେ ଲେଖାହୋଇଛି କେହି ବି ଜାଣନ୍ତି ନାହିଁ , ଏହି ଭାଗ୍ୟ କେବେ କେବେ ପଲଟିଯାଏ , ଓ ଭିକାରୀ ବି ରାଜା ଓ ରାଜା ବି ଭିକାରୀ ହୋଇପାରେ । କିନ୍ତୁ ଯଦି ଭାଗ୍ୟ ଖରାପ ହୋଇଯାଏ ତେବେ ବ୍ୟକ୍ତିର ପାଖରେ ଯେବେ ସବୁ କିଛି ଥାଇ ବି କିଛି ହାତରେ ଲାଗେ ନାହିଁ , କିଛି ଏମିତି ମାମଲା ଏବେ ଦେଖିବାକୁ ମିଳିଛି, ଯେଉଁଠି ସଞ୍ଜୁଦେବୀ ନାମକ ଜଣେ ମହିଳାଙ୍କ ସାଙ୍ଗରେ ଏମିତି କିଛି ଘଟିଥିବା ଯାହା ସବୁ କିଛି ଥିବାପରେ ବି ସେ ଏବେ ଜୀବନରେ ଦାରିଦ୍ରତାର କଷାଘାତରେ ଚଳୁଛନ୍ତି , ସ୍ୱାମୀଙ୍କ ନିଧନ ପରେ ସଞ୍ଜୁଦେବୀ ଦୁଇଛୁଆଙ୍କ ପେଟ ପୋଷିବାପାଇଁ ମୁଲିଆ କାମ କରିବା ଆରମ୍ଭ କରିଦେଇଥିଲେ, ଓ ତା ସହ ଗାଇ ଓ ଛେଳି ପୋଷି ନିଜ ଘରର ଖର୍ଚ୍ଚ ଚଳାଉଥିଲେ ।
ସୁଚେଇ ଦେବୁ କି ଦିନ ଦରିଦ୍ର ହୋଇ ଚଳୁଥିବା ସଞ୍ଜୁଦେବୀ ଆଜି କୋଟିଏ ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଛନ୍ତି , କିନ୍ତୁ ତା ସତ୍ତ୍ୱେ ପରିବାର ଚଳାଇବାକୁ ତାଙ୍କୁ ଦିନ ରାତି ପରିଶ୍ରମ କରିବାକୁ ପଡୁଛି , ଏବେ ଆପଣ ଭାବୁଥିବେ କି ଏମିତି କଣ ପାଇଁ ? ଆପଣଙ୍କୁ କହିଦେବୁ କି ଏବେ ସଞ୍ଜୁ ଦେବୀଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ୍ ମାରିଥିଲେ, ଏହି ସମୟରେ ସେମାନେ ପାଇଲେ କି ସେ ଏବେ ଆୟରେ ୧୦୦ କୋଟିର ମାଲିକାଣୀ ଅଛନ୍ତି , ଇନକମ୍ ଟ୍ୟାକ୍ସରେ ସଞ୍ଜୁଦେବୀଙ୍କ ନାଁରେ ୬୪ ଏକର ଜମି ମିଳିଲା , ସଞ୍ଜୁ ଏକ ଆଦିବାସୀ ମହିଳା ଅଟନ୍ତି , ସେ ନିଜେ ଜାଣନ୍ତି ନାହିଁ କି ତାଙ୍କ ପାଖରେ କେତେ ଜମି ଅଛି ଓ କେଉଁଠାରୁ ଆସିଲା , କିନ୍ତୁ ଖରାପ ଭାଗ୍ୟକୁ ନେଇ ତାଙ୍କ ପାଖକୁ ଖୁସି ତ ଆସିଲା କିନ୍ତୁ କେବଲ କିଛି ମୁହୁର୍ତ୍ତ ପାଇଁ , କାରଣ ଏହି ଜମି ଏବେ ଇନକମ୍ ଟ୍ୟାକ୍ସ ବିଭାଗ ନିଜ କବଜାରେ ନେଇସାରିଛି ।
ଜୟପୁର-ଦିଲ୍ଲୀ ହାଇୱେରେ ତିଆରି ହୋଇଥିବା ଦଣ୍ତ ଗାଁରେ ପଡୁଥିବା ଜମିରେ ଏବେ ଆୟକର ବିଭାଗ ବ୍ୟାନର ଲଗାଇ ଏହାକୁ ସରକାର ଅଧିକୃତ ଜମି ବୋଲି ଘୋଷିତ କରିଦେଇଛି, ଆୟକର ବିଭାଗ ଏହି ସବୁ ଜମିକୁ ନିଜ କବଜାରେ ନେଇସାରିଛି, ଏହି ଜମିରେ ଲାଗିଥିବା ବ୍ୟାନର୍ ଅନୁସାରେ ଏହି ଜମିର ମାଲିକାଣୀ ସଞ୍ଜୁ ମିନା ଅଟନ୍ତି ଯାହାଙ୍କର ସେ ମାଲିକାଣୀ ନୁହନ୍ତି ନା ହୋଇପାରିବେ , ଏମିତିରେ ଇନକମ୍ ଟ୍ୟାକ୍ସ ରେଡ୍ କରିବା ଦ୍ୱାରା ଏବେ ସରକାରଙ୍କ ହାତକୁ ଏହା ଚାଲିଯାଇଛ୍, ମାମଲାର ଯାଞ୍ଚ ପରେ ଜଣାଗଲା କି ସଞ୍ଜୁଦେବୀଙ୍କ ସ୍ୱାମୀ ଓ ଶଶୁର ମୁମ୍ବାଇରେ କାମ କରୁଥିଲେ , ଓ ୨୦୦୬ ରେ ସେ ଏକ କାଗଜରେ ଟିପଚିହ୍ନ ଦେଇଥିଲେ ।
ସଞ୍ଜୁଦେବୀ କହିଲେ କି ତାଙ୍କ ସ୍ୱାମୀ ନିଧନ ହେବାର ୧୨ ବର୍ଷ ହୋଇସାରିଛି, ଓ ସେ ଜାଣନ୍ତି ନାହିଁ କି ତାଙ୍କ ନାଁରେ କେତେ ଜମି ଅଛି, କିମ୍ବାକେଉଁଠି ଅଛି, ସଞ୍ଜୁଙ୍କ ଅନୁସାରେ ସ୍ୱାମୀଙ୍କ ନିଧନ ପରେ ତାଙ୍କ ଘରକୁ କିଏ ପାଞ୍ଚ ହଜାର ଟଙ୍କା ଦେଇଯାଇଥାଏ , ଯେଉଁଥିରେ ସେ ଅଢେଇ ହଜାର ଟଙ୍କା ନିଜ ସଂମ୍ପର୍କୀୟ ଭଉଣୀ ରଖିନେଉଥିଲେ , କିନ୍ତୁ ଏବେ ବହୁତ ବର୍ଷ ହେବାପରେ ନା କେହି ପଇସା ଦେଉଥିଲେ ନା ସଂମ୍ପତ୍ତି ବିଷୟରେ କିଛି କହୁଥିଲେ , ସୁଚନା ମୁତାବିକ ଆୟକର ବିଭାଗଙ୍କୁ ଏହି ଅଭିଯୋଗ ମିଳିଲା କି ଦିଲ୍ଲୀ ହାଇୱେର ଏକ ଜମିରେ କେବଳ ଜଣେ ଆଦିବାସୀ ହିଁ କିଣିପାରିବ , ଏମିତିରେ ଯେବେ ଇନକମ୍ ଟ୍ୟାକ୍ସ ବାଲା ଜମିର ମାଲିକକୁ ସନ୍ଧାନ କଲେ ତେବେ ଜାଣିବାକୁ ପାଇଲେ କି ଜମିର ମାଲିକ ସଞ୍ଜୁ ମୀନା ଅଛନ୍ତି , ସଞ୍ଜୁ ରାଜସ୍ଥାନର ସିକର ଜିଲ୍ଲାର ନିମ ଥାନା ତହସିଲ୍ ର ଦିପବାସ ଗାଁରେ ରୁହନ୍ତି, ଯାହାକି ନିଜ ଜମି ବିଷୟରେ ଅଜଣା ଅଛନ୍ତି ।