June 28, 2025

Odia Express

Leading Odia News Portal of Odisha

ଦାନ୍ତ ସଫା କରିବାର ଘରୋଇ ଉପାୟ – ଏହି ଉପାୟରେ ଘରେ ବସି ମାତ୍ର କିଛି ମିନଟ ରେ ଦାନ୍ତ କୁ ସମ୍ପୂର୍ଣ୍ଣ ସଫା କରନ୍ତୁ..

ସାଙ୍ଗ ମାନେ ଆଜି ଆପଣ ଜାଣି ପାରିବେ କିପରି ହଳଦିଆ ଓ ଅପରିଷ୍କାର ଦାନ୍ତ କୁ ସଫା ଓ ଧଳା କରି ପାରିବେ।ସାଙ୍ଗ ମାନେ ଯେତେବେଳେ ଆମ ଦାନ୍ତ ସଢ଼ୀ ଯାଇଥାଏ, ତ ଖାଇବା ସମୟ ରେ ଆପଣଙ୍କ ଦାନ୍ତ ଭିତରେ ଜମିଥିବା କିଟାନୁ ଆମ ପେଟ ଭିତରକୁ ଚାଲି ଯାଇଥାନ୍ତି ଓ ପେଟ ଭିତରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଥାନ୍ତି ଓ ଆମ୍ଭ ମାନଙ୍କୁ ରୋଗ ରେ ପକାନ୍ତି।ଆଉ ଯଦି ଆମ ପାଖରେ ଅସନା ହଳଦିଆ ଦାନ୍ତ ଥିବ ତ ସମସ୍ତଙ୍କ ସାମ୍ନା ରେ ଆମକୁ କଥା କହିବାକୁ ଖରାପ ଲାଗି ଥାଏ ଓ ବିଭିନ୍ନ ପ୍ରକାର ର ସମସ୍ୟା ସୃଷ୍ଟି ହୁଏ। ଆମ ମାନଙ୍କୁ ଅନ୍ୟ ମାନଙ୍କ ପାଖରେ ଛିଡ଼ା ହେବା ପାଇଁ ମଧ୍ୟ ଇଚ୍ଛା ହୋଇ ନ ଥାଏ।ଏହା ଆମ ର ନିତି ଦିନିଆ ଜୀବନ ଉପରେ ପ୍ରଭାବ ପକାଇଥାଏ।ଆମେ ସମସ୍ତେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଚାହୁଁ ଥାଉ କିନ୍ତୁ ଉପଯୁକ୍ତ ମାର୍ଗ ପାଇ ନଥାଉ।କିନ୍ତୁ ଆଜି ମୁଁ ଯାହା କହିବି ତାକୁ ଯଦି ଆପଣ ମାନେ ସଠିକ ଭାବେ ପାଳନ କରନ୍ତି ତ ଆପଣ ମାନଙ୍କୁ ଆଉ ହଇରାଣ ହେବାକୁ ହେବାକୁ ପଡ଼ିବ ନାହିଁ।ତ ଆଜିର ଉପାୟ କୁ ଆପଣ ମାନେ ଆପଣେଇ କରି ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଆପଣଙ୍କୁ ଏହି ଘରୋଇ ଉପାୟ ଆପଣେଇ ବା ଲାଗି ପ୍ରଥମ ଜିନିଷ ଦରକାର ଯେପରି କି ହଳଦୀ ,ହଳଦୀ ଆମ ଅସନା ଦାନ୍ତ କୁ ପରିଷ୍କାର କରିବାରେ ବିଶେଷ ଭୂମିକା ବହନ କରିଥାଏ।ଏଥିରେ ପ୍ରଚୁର ମାତ୍ରାରେ ବ୍ୟାକ୍ଟେରିଆ ମାରିବାର କ୍ଷମତା ଥାଏ।ଏଥିପାଇଁ ଆମକୁ ୧ ଚାମଚ ହଳଦୀ ନେବାକୁ ପଡ଼ିବ।

ଦ୍ଵିତୀୟ ଜିନିଷ ଭାବେ ଆପଣଙ୍କୁ ନେବାକୁ ପଡ଼ିବ ଅଦା କାରଣ ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ,ଯାହା ଆମ ଦାନ୍ତ ଭିତରୁ ବ୍ୟାକ୍ଟେରିଆ ମାନଙ୍କୁ ମାରିଥାଏ ଓ ଦାନ୍ତ ସଫା କରିବାରେ ସହାୟକ ହୋଇଥାଏ। ତ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ମାତ୍ର ଗୋଟିଏ ଛୋଟ ଖଣ୍ଡ ଅଦା ନେବେ ଓ ତାର ଚୋପା ଛଡାଇ ଦେବେ ଏହାକୁ ପେଷ୍ଟ କରି ଆପଣ ମାନେ ହଳଦୀ ସହିତ ମିଶାଇ ଦେବେ।

ତା ପରେ ଆପଣ ମାନେ ନେବେ ଲେମ୍ବୁ ,ଲେମ୍ବୁରେ ସାଇଟ୍ରିକ ଏସିଡ ଥାଏ,ଯାହା ଆମକୁ ଅପରିଷ୍କାର ଦାନ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ।ଆପଣ ମାନେ ଏକ ଅଧ କଟା ଲେମ୍ବୁ ରସ କୁ ତା ସହ ମିଶାଇ ଦେବେ ଓ ତା ପରେ ତାକୁ ଭଲ ଭାବେ ଗୋଳାଇ ଦେବେ ,ଯେତେ ଆପଣ ଅଦା କୁ ଭଲ ଭାବରେ ପେଶିବେ ଆପଣଙ୍କ ପେଷ୍ଟ ସେତେ ପତଳା ହେବ।

ସାଙ୍ଗ ମାନେ ହଳଦୀର ପ୍ରୟୋଗ ବହୁ ପୂର୍ବରୁ ଦାନ୍ତ ର ସଫା ପାଇଁ ପ୍ରୟୋଗ କରାଯାଉଛି। ଏହା ସମ୍ପୂର୍ଣ୍ଣ ଭାବେ ଆୟୁର୍ବେଦିକ ଅଟେ।ଏହା ଖୁବ ପ୍ରଭାବଶାଳୀ। ତ ସେସବୁକୁ ଭଲ ଭାବେ ମିଶାଇ ଦେବା ପରେ ଆପଣଙ୍କ ଟୁଥ ବ୍ରସରେ ତାକୁ ଲଗାଇ ଭଲ ଭାବେ ଘଷିବେ।ସପ୍ତାହ କୁ ୩ ଦିନ ଏହିପରି ଭାବେ କଲେ ଆପଣଙ୍କ ଦାନ୍ତ ଧଳା ଓ ସଫା ହୋଇଯିବ।ଏହାକୁ ନିୟମିତ ଭାବେ ପ୍ରୟୋଗ କଲେ ଆପଣଙ୍କୁ ନିଶ୍ଚିତ ଭାବେ ଭଲ ଫଳ ମିଳିବ।

Leave a Reply

Your email address will not be published. Required fields are marked *