October 22, 2024

Odia Express

Leading Odia News Portal of Odisha

୧୪ ଜୁଲାଇ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାକାଳ ଏହି ୩ଟି ରାଶି ଉପରେ ରୁଷ୍ଟ ହେଇ କ୍ଷତି କରି ପାରନ୍ତି

େଷ : ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ । ସାହିତ୍ୟ କ୍ଷେତ୍ରରେ ରୁଚି ରଖୁଥିବା ବ୍ୟକ୍ତି ଆଜି ନିଜର କାର୍ଯ୍ୟକ୍ଷେତ୍ରରେ ବିଶେଷ ଯୋଗଦାନ ଦେଇ ପାରିବେ। ନିଜର ରଚନାତ୍ମକ ଏବଂ ସୃଜନାତ୍ମକ ଶକ୍ତିଗୁଡ଼ିକର ପରିଚୟ କରି ପାରିବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଘନିଷ୍ଠତା ଏବଂ ପ୍ରେମ ବଢ଼ିବ। ତାଙ୍କ ସହ ସାକ୍ଷାତକରି ରୋମାଞ୍ଚକ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ସନ୍ତାନଙ୍କର କାମ ହାସଲ ହେବ। ମିତ୍ରମାନଙ୍କଠାରୁ ଲାଭ ହେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ : ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କହିପାରୁନାହାନ୍ତି । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଚାକିରିପେଶା ବର୍ଗଙ୍କ ପାଇଁ ଆଜି ଲାଭର ଦିନ ଅଟେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଘରେ ଆନନ୍ଦର ବାତାବରଣ ରହିବ। ନୌକର ଏବଂ ସହକର୍ମିମାନଙ୍କ ସମ୍ପୂର୍ଣ୍ଣ ସାଥି ମିଳିବ। କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ବିରୋଧୀ ଏବଂ ଶତ୍ରୁ ନିଜର ଚାଲରେ ନାକାମ ହେବେ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ସାଥିରେ ଅଛି।ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମିଥୁନ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି ।  ସ୍ଵଭାବରେ ଭାବୁକତା ଅଧିକ ହେବାରୁ ମାନସିକ ଚିନ୍ତା ରହିବ। ଆର୍ଥିକ ବିଷୟଗୁଡ଼ିକର ଆୟୋଜନ ହେବ। ମାତାଙ୍କର ତରଫରୁ ଅଧିକ ପ୍ରେମ ଏବଂ ଭାବନାର ଅନୁଭବ ହେବ। ମହିଳାମାନଙ୍କର ଧନ ସୌନ୍ଧର୍ଯ୍ୟ ପ୍ରଶାଧନ, ବସ୍ତ୍ର କିମ୍ବା ଆଭୂଷଣର କ୍ରୟ ପଛରେ ଖର୍ଚ୍ଚ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ସ୍ଵଭାବରେ ପରିବର୍ତ୍ତନ ଆସିବ। ସାର୍ବଜନିକ ରୂପରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ।ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ।

କର୍କଟ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଆଜି ଉତ୍ତମ ଦିନ ଅଟେ। ଆପଣଙ୍କ ନିକଟରେ ବିଚାରରେ ଆଜି ସ୍ଥିରତା ରହିବ, ଯେଉଁଥିରେ କୌଣସି କାର୍ଯ୍ୟ ଭଲ ଭାବରେ କରି ପାରିବେ। କଳାକାମାନଙ୍କୁ ନିଜର କଲା ପ୍ରଦର୍ଶିତ କରିବାପାଇଁ ମୌକା ମିଳିବ ଏବଂ ତାଙ୍କର ସମ୍ମାନ ମଧ୍ୟ ହେବ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଧନଲାଭ ହେବ।ପ୍ରତିକାର:-ଗୋମାତାର ସେବାକରିବା ଆବଶ୍ୟକ।

ସିଂହ : ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ । ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଦୃଢ଼ତାର ସହିତ ଆପଣ ସାବଧାନପୂର୍ବକ କାମ କରିବେ। ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ତୁଳା : ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି । ଆର୍ଥିକ ଆୟୋଜନମାନଙ୍କ ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ। ବ୍ୟାପାରରେ ଲାଭ, ଚାକିରିରେ ପଦୋନ୍ନତି ଏବଂ ଆୟ ସ୍ରୋତରେ ବୃଦ୍ଧି ହେବାରୁ ଆପଣ ଖୁବ ଆନନ୍ଦ ଏବଂ ସନ୍ତୋଷର ଭାବନା ଅନୁଭବ କରିବେ। ମିତ୍ର, ପତ୍ନୀ, ପୁତ୍ର ଆଦିଙ୍କର ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରା ତଥା ବିବାହର ଯୋଗ ଅଛି। ପ୍ରଣୟ ପାଇଁ ଅନୁକୂଳ ଦିନ ଅଟେ। ଉତ୍ତମ ବୈବାହିକ ସୁଖର ଆନନ୍ଦ ଉଠାଇ ପାରିବେ।ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଚ୍ଛା : ଆଜି ଆପଣଙ୍କୁ ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ ।  ଦୈନିକ ଘଟଣାଚକ୍ରର ପ୍ରବୃତ୍ତିଗୁଡ଼ିକରେ ଆଜି ପରିବର୍ତ୍ତନ ଆସିବ। ଆଜି ଆପଣ ମଉଜ-ମସ୍ତୀ ଏବଂ ମନୋରଞ୍ଜନର ଦୁନିଆରେ ବୁଲିବାକୁ ଇଚ୍ଛା ହେବ। ଏଥିରେ ମିତ୍ରମାନଙ୍କ, କୁଟୁମ୍ବମାନଙ୍କ ସାଥି ମିଳିବ। ସାର୍ବଜନିକ ଜୀବନରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ନୂଆ ବସ୍ତ୍ର ପରିଧାନ ଏବଂ ବାହନସୁଖର ପ୍ରାପ୍ତି ହୋଇପାରେ। ଭାଗୀଦାରୀରେ ଲାଭ ହେବ। ଦାମ୍ପତ୍ୟଜୀବନର ଉତ୍ତମ କ୍ଷଣର ଅନୁଭବ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରିବେ ଏବଂ ଧନଲାଭ ହେବ।ପ୍ରତିକାର:- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ

ଧନୁ : ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ । ଆକସ୍ମିକ ଧନ ଲାଭର ଦିନ ଅଟେ। ଆଧ୍ୟାତ୍ମିକ ପ୍ରବୃତ୍ତି ତଥା ସିଦ୍ଧି ପ୍ରାପ୍ତ କରିବା ପାଇଁ ଉତ୍ତମ ଦିନ ଅଟେ। ତଥାପି ମଧ୍ୟ ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରୟାସ କରିବେ। ଜଲାଶୟ ଏବଂ ମହିଳାଙ୍କଠାରୁ ସତର୍କ ରୁହନ୍ତୁ। ଈଶ୍ଵର ଭକ୍ତି ଏବଂ ଗଭୀର ଚିନ୍ତନ ଶକ୍ତି ମନକୁ ଶାନ୍ତି ଦେବ।ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମକର : ଗୋଟେ ପରେ ଗୋଟେ ସମସ୍ୟାର କାରଣରୁ ଆପଣଙ୍କର ମାନସିକ ଶାନ୍ତି ଭଙ୍ଗ ହୋଇପାରେ । ଏହାର ଉପାୟ ଏହି କି ଆପଣ ଗୋଟେ ଗୋଟେ କରି ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ ।|ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ । ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ ଲାଭ ହେବ। ଉଦାସ ହେବା କାରଣରୁ ନକାରାତ୍ମକ ବିଚାର ଆସିପାରେ ଏଥିରୁ ବଞ୍ଚିତ ରୁହନ୍ତୁ। ଅତ୍ୟଧିକ ଧନ ପ୍ରାପ୍ତିର ସମ୍ଭାବନା ଅଛି। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ସ୍ୱାସ୍ଥ୍ୟ ପାଇଁ ଠିକ ରହିବ।ପ୍ରତିକାର: ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କୁମ୍ଭ : ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ । ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଲାଭଦାୟକ ଏବଂ ସଫଳ ଦିନ ଅଟେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ଜମାଇ ପାରିବେ। ଭରପୂର ଆତ୍ମବିଶ୍ଵାସ ଏବଂ ଦୃଢ଼ ମନୋବଳରେ ଆପଣଙ୍କ କାର୍ଯ୍ୟ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ। ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା କାମର ସମ୍ମାନ ମିଳିବ। ପଦୋନ୍ନତିର ସମ୍ଭାବନା ଅଛି। ପିତାଙ୍କଠାରୁ ଲାଭ ହେବ। ଜମି ତଥା ବାହନ ସମ୍ବନ୍ଧୀତ କାମକାର୍ଯ୍ୟ ପାଇଁ ଅନୁକୂଳ ସମୟ ଅଟେ।ପ୍ରତିକାର– ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ମୀନ : ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।| କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ । ଆପଣଙ୍କ ବାଣୀ କିମ୍ବା ବ୍ୟବହାର ଆଜି କାହା ସହିତ ଭୁଲ ବୁଝାବଣା ସୃଷ୍ଟି କରିପାରେ। ପରିବାରର ଲୋକମାନଙ୍କ ସହିତ ମନମାଳିନ୍ୟ ହୋଇପାରେ, ସମ୍ଭାଳିକରି ରୁହନ୍ତୁ। ବାହନ ଏବଂ ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରୁହନ୍ତୁ। ମାନ-ପ୍ରତିଷ୍ଠାରେ ଉନ୍ନତି ହେବ। ଆଜି ମନୋରଞ୍ଜନର ପଛରେ ଖର୍ଚ୍ଚ ହୋଇପାରେ। ମସ୍ତିସ୍କକୁ ଶାନ୍ତ ରଖିବାକୁ ଉପଦେଶ।ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ

Leave a Reply

Your email address will not be published. Required fields are marked *