October 23, 2024

Odia Express

Leading Odia News Portal of Odisha

ନିଶା ସେବନ କରି ବ୍ୟାଟିଙ୍ଗ୍ କରିବାକୁ ଆସିଥିଲେ ଏହି ଲୋକପ୍ରିୟ ଖେଳାଳୀ ଓ କରିଦେଇଥିଲେ ୧୭୫ ରନ୍ – ଦର୍ଶକ ତାଙ୍କ ବ୍ୟାଟିଙ୍ଗ୍ ଦେଖି ହେଲେ ଚମକି ପଡିଲେ…

୨୦୦୬ ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଦିବସୀୟ ମ୍ୟାଚ୍ ଚାଲୁଥିଲା , ଅଷ୍ଟ୍ରେଲିଆ ସୁନିଶ୍ଚିତ ଓଭରରେ ୪୩୪ ରନ୍ ର ଏକ ବଡ ସ୍କୋର୍ ଠିଆ କରିଦେଇଥିଲା , ଦକ୍ଷିଣ ଆଫ୍ରିକାକୁ ଜିତିବାପାଇଁ । ଲକ୍ଷ୍ୟ ବହୁତ କଠିନ ଥିଲା , କିନ୍ତୁ ପୂର୍ବରୁ ସମସ୍ତଙ୍କୁ ଜଣାଥିଲା କି ଅଷ୍ଟ୍ରେଲିଆ ହିଁ ଏହି ୱାନ୍ ଡେ ସିରିଜ୍ ର ବିଜେତା ହେବ । ଏହି ମ୍ୟାଚରେ ରିକି ପଣ୍ଟିଙ୍ଗ୍ ବହୁତ ଶାନଦାର୍ ଖେଳ ଖେଳିଥିଲେ , ଓ ନିଜର ତୁଫାନୀ ଅନ୍ଦାଜରେ ଶତକ ମାରିଥିଲେ , ଓ ୪୩୪ ରନ୍ ର ଏକ ବିଶାଳ ସ୍କୋର ଠିଆ କରିଥିଲେ , ଓ ଦକ୍ଷିଣ ଆଫ୍ରିକା ଜିତିବାପାଈଁ ୫୦ ଓଭରରେ ୪୩୪ ରନ୍ ର ଆବଶ୍ୟକତା ଥିଲା । ଯାହାକି ଏକ ଅସମ୍ଭବ ରନ୍ ଥିଲା ।

 

ତେ ବଡ ସ୍କୋର୍ ଥିଲା କି ଦକ୍ଷିଣ ଆଫ୍ରିକା ଟିମ୍ ସେହି ରନ୍ ର ପିଛା କରିପାରିନଥାନ୍ତେ , ସବୁ ବ୍ୟାଟ୍ସମ୍ୟାନ ମାନେ ଲାଗିପଡିଥିଲେ ଏହି ସ୍କୋର୍ ର ଲକ୍ଷ୍ୟକୁ ପୂରଣ କରିବାପାଇଁ , କିନ୍ତୁ କିଛି ଖାସ୍ କରିପାରିନଥିଲେ ସମସ୍ତଙ୍କୁ ଲାଗିଥିଲା କି ଏହି ସିରିଜ୍ ଅଷ୍ଟ୍ରେଲିଆ ହିଁ ଜିତିବ , କିନ୍ତୁ ହର୍ଷଲ ଗିବ୍ସ ଆସିକରି ନିଜ ବ୍ୟାଟିଙ୍ଗ୍ ଯାଦୁ ଦେଖାଇ ୧୧୧ ଟି ବଲରୁ ୧୭୫ ରନ୍ କରିଦେଇଥିଲେ । ଓ ଏହି ପାରି ପାଇଁ ହାରି ଯାଇଥିବା ବାଜି ୧ ୱିକେଟ୍ ରେ ଜିତ୍ ହାସିଲ୍ କଲେ , ଏହି ପ୍ରଦର୍ଶନ ପାଇଁ ଗିବ୍ସ ବହୁତ ପ୍ରଶଂସା ସାଉଁଟିଥିଲେ , ଏଥିରେ କୌଣସି ସନ୍ଦେହ ନାହିଁ କି ହର୍ଷଲ ଗିବ୍ସ ଜଣେ ଉଚ୍ଚ କୋଟିର ଖେଳାଳୀ ଅଟନ୍ତି ,।

 

ଏହି ଖତରନାକ ପାରି ଖେଳି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ୧୭୫ ରନ୍ ର ଏହି ଶାନଦାର ପାରି ଖେଳୁଥିବା ବେଳେ ହର୍ଷଲ ଗିବ୍ସ ମଦ୍ୟପାନ କରିଥିଲେ , ଏହି କଥାର ଖୁଲାସା ସେ ନିଜ ଅଟୋବାୟୋଗ୍ରାଫି ଟୁ ଦ ପଏଣ୍ଟ- ଦ ନୋ ହୋଲ୍ଡସ୍ ବୋର୍ଡ ଅଟୋ ବାୟୋଗ୍ରାଫି ରେ କରିଥିଲେ , ସେହି ସମୟରେ ହର୍ଷଲ ଗିବ୍ସ କହିଥିଲେ ମ୍ୟାଚର ପୂର୍ବ ରାତିରେ ସେ ବହୁତ ମଦ୍ୟପାନ କରିଥିଲେ , ଯାହାର ନିଶା ଭଲ ଭାବେ ଉତୁରି ନଥିଲା ଗିବ୍ସଙ୍କ କ୍ୟାରିୟର ବରବାଦ ହେଲା ମ୍ୟାଚ୍ ଫିକ୍ସିଙ୍ଗ୍ କାରଣରୁ , ୨୦୦୦ ମସିହାରେ ହାନ୍ସି କ୍ରୋନିଏ ଙ୍କ କହିବା ଦ୍ୱାରା ମ୍ୟାଚ୍ ଫିକ୍ସିଙ୍ଗ୍ କରି ନିଜ କ୍ୟାରିୟରକୁ ଜଳାଞ୍ଜଳି କରିଦେଇଥିଲେ ।

Leave a Reply

Your email address will not be published. Required fields are marked *