October 23, 2024

Odia Express

Leading Odia News Portal of Odisha

୨୨ ଜୁଲାଇ ୨୦୧୯ ଶ୍ରାବଣ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

ମେଷ :– ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ । ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତିହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ। ଚକ୍ଷୁପୀଡା ପ୍ରତି ସତର୍କତା ଅବଲମ୍ବନ କରିବେ। ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳାର ଅଭାବ ଦେଖାଦେବ। ଆୟ ବ୍ୟୟରେ ତାଳମେଳ ରହିବ ନାହିଁ ଯାହାଫଳରେ ମନ ବିଷାଦଗ୍ରସ୍ତ ରହିବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ:– ଆଜି ଆପଣଙ୍କର ଦିନ ଶାନ୍ତିରେ କଟିବ । ଦୁନିଆର ଅଶାନ୍ତି ବାତାବରଣ ଆପଣଙ୍କୁ ବ୍ୟସ୍ତ କରିପାରିବ ନାହିଁ । ଆଜି ଆପଣ ନିଜ ମସ୍ତିଷ୍କକୁ କିଛି ସମୟ ବିଶ୍ରାମ ଦେଲେ ଭଲ ହେବ । ଆଜି ଆପଣଙ୍କ ଘରୋଇ ଜୀବନରେ କିଛି ଉତଥାନ ପତ୍ତନ ହେବାର ଅଛି । କିନ୍ତୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା ହେବ ଭଲ ହେବ । ଘରକୁ ଅତିଥି ଆସିବେ ଏବଂ ଖୁସି ବଢ଼ିବ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି। ସରକାରୀ କର୍ମକ୍ଷେତ୍ରରେ ଉନ୍ନତିହେବ। ବ୍ୟବସାୟରେ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ।

ମିଥୁନ:– ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ଉଚ୍ଚପଦସ୍ଥ ଅଫିସରମାନେ ଅସନ୍ତୋଷ ହେବେ। ରାଜନୈତିକ କ୍ଷେତ୍ରରେ ଦଦୁଲ୍ୟମାନ ପରିସ୍ଥିତି ସୃଷ୍ଟିହେବ। ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେବ। କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ। ବାଦ ବିବାଦଠାରୁ ଦୂରେଇ ରହିବା ଉଚିତ। ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି। ଦୂରଯାତ୍ରାରେ ଶତୃ ଓ ବିରୋଧିମାନେ ଅପଦସ୍ଥ କରିବେ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ। ପ୍ରତିକାର:- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ:– ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ । ଆପଣ ଦେଖିବେ ଆଜି ଆପଣଙ୍କର ବିଦେଶୀ ଲୋକଙ୍କ ସହ ଆତ୍ମୀୟତା ବଢିବ । ଆପଣଙ୍କ ବିଦେଶୀ ବନ୍ଧୁ ଆପଣଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ କରିପାରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଯୋଗୁଁ ବିଦେଶ ଯାଇପାରନ୍ତି । ପରିବାରରେ ମାନ ମନାନ୍ତର ଦୂର ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ମାନସିକ ଏକାଗ୍ରତା ରଖି ପାରିବେ। ଶୁଭ ସମ୍ବାଦପାଇ ଖୁସିହେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରତିକାର:- ଷଣ୍ଢକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:– ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ ।ବହୁତ ମଜା କରନ୍ତୁ ଆଜି ଆପଣଙ୍କର ଭାବନା ସ୍ଥିର ରହିବ ଏବଂ ଆପଣ ବହୁତ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ଅଛି ,ତେଣୁ ଏହି ସମୟର ସଦୁପଯୋଗ କରନ୍ତୁ । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ। ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ଓ ଆୟ ବଢିବ। କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ। ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସମସ୍ୟା ଦୂର ହେବ। ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି। ପ୍ରତିକାର:- ଗାଈକୁ ପନିପରିବା ଖାଇବାକୁ ଦେବେ।

କନ୍ୟା:– ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ । ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବିଦେଶଯାତ୍ରାରେ ଯଶଲାଭ, ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। ଉତ୍ତମ ରୋଜଗାର ହେବ। ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ। ନୂତନ ଗୃହ ନିର୍ମାଣ କରିବେ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳା:– ଖରାପ ସମୟରେ ଆଜି ଆପଣ ଗତିକରିବେ କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ବିଜୟ ସୁନିଶ୍ଚିତ । ଆଜି ଯେତେ ସମସ୍ୟା ଆସିଲେ ସୁଧା ଆପଣ ସବୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି । ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳିବ। ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ।

ବିଛା:– ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ । ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ। ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ପ୍ରତିକାର:- କୁକୁରକୁ ଖାଇବାକୁ ଦେବେ।

ଧନୁ:– ଆଜିର ଦିନ ଟି ଆପଣଙ୍କର ଜୋସ୍ ରେ ଭରା ରହିବ । ଆଜି ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ ଦିନର ଦିନଚ଼ର୍ଯ୍ୟାରୁ ମୁକ୍ତି ମିଳିବ । ଏବଂ ଆପଣ ନିଜକୁ ସତେଜ ଅନୁଭବ କରିବେ । ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ସାମାଜିକ ପତିଆରା ଅମଳିନ ରହିବ। ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ।

ମକର:– ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ । ଗୋଟିଏ ପକ୍ଷରେ ଆପଣ ସାମାଜିକ ସମାରୋହରେ ଭାଗ ଲେବାପାଇଁ ଚ଼ାହିଁବେ ଏବଂ ଅନ୍ୟ ପକ୍ଷରେ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କାର୍ଯ୍ୟ ଯେପରି ଠିକ୍ ସମୟରେ ପୁର୍ଣ୍ଣ ହୁଅନ୍ତୁ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରି ଲାଭବାନ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ। ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ରାଜନୈତିକ କ୍ଷେତ୍ରରେ ଅପବାଦ ଅପଯଶ ମିଳିପାରେ। ପ୍ରତିକାର:- କୁକୁରଙ୍କୁ ଖାଦ୍ୟ ଦେବା ଉଚିତ୍।

କୂମ୍ଭ:– ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ଉଚ୍ଚଆଶା ସଫଳ ହେବ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ସୁଖ ଶାନ୍ତିରେ ଦିନ କାଟିବେ। ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି ଚେଷ୍ଟା କରିବେ। ପ୍ରତିକାର:- କେଶର, ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ:– ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ବିବାହ ସମାରୋହ କାରଣରୁ ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ। ମାନସିକ ଦୁଶ୍ଚିନ୍ତା ବୃଦ୍ଧିପାଇବ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମ୍ମୁଖୀନ ହେବେ। ପୁରାତନ ରୋଗର ପ୍ରକୋପ ବୃଦ୍ଧି ଯୋଗେ ସ୍ୱାସ୍ଥ୍ୟରେ ଅବନ୍ନତି, ମାନସିକ ଅସ୍ଥିରତା ଓ ମନ ଉତ୍ତେଜିତ ରହିବ। ପାରିବାରିକ ସ୍ତରରେ କିଛି କୁହୁଳା ଆଶାନ୍ତି ସୃଷ୍ଟି ହେବ। ପ୍ରତିକାର:- ଦିବ୍ୟଙ୍ଗଙ୍କୁ ଲଡୁ ଖାଇବାକୁ ଦେବେ।

Leave a Reply

Your email address will not be published. Required fields are marked *