October 22, 2024

Odia Express

Leading Odia News Portal of Odisha

୧ ଅଗଷ୍ଟ ୨୦୧୯ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜିଠୁ ଏହି ୪ଟି ରାଶିର ଭାଗ୍ୟ ଉଦୟ କରିବେ ମା ଲକ୍ଷ୍ମୀ

ମେଷ : ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ ,ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ । ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତୁ ପ୍ରାପ୍ତି ସହିତ ଏପରି ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ସାମନାରେ ଆସିବ। ନିଜର ବ୍ୟବସାୟରେ ଆପଣଙ୍କ ମନ ଲାଗିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ନୂଆ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ଅବଶ୍ୟ କରନ୍ତୁ, ଭବିଷ୍ୟତରେ ଲାଭ ହେବ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ : ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତହୁଅନ୍ତୁ ନାହିଁ । ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି । ଆଜିର ଦିନ ବୁଦ୍ଧି ବିବେକରେ ନୂଆ-ନୂଆ ଖୋଜ କରିବାରେ କଟିବ। ଆପଣ ସୀମିତ ଏବଂ ଆବଶ୍ୟକତାନୁସାରେ ହିଁ ବ୍ୟୟ କରନ୍ତୁ। ସାଂସାରିକ ସୁଖ ଭୋଗ, ଚାକରମାନଙ୍କର ସୁଖ ସମ୍ପୂର୍ଣ୍ଣ ରୂପରେ ମିଳିବ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ମିଥୁନ : ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ। ଆପଣଙ୍କ ଅଧିକାର ସଂପତ୍ତିରେ ବୃଦ୍ଧି ହେବ। ଆପଣ ଅନ୍ୟମାନଙ୍କର ଭଲ ଭାବିବେ ଏବଂ ହୃଦୟଭରି ସେବା ମଧ୍ୟ କରିବେ। ଆଜି ନୂଆ କାର୍ଯ୍ୟଗୁଡ଼ିକ ଯଦି କରିବାକୁ ପଡ଼େ ତେବେ ଶୁଭ ରହିବ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ : ଆଜି ଆପଣଙ୍କୁ ଏମିତି ପ୍ରଶଂସା ମିଳିବ ଯାହା ଆପଣ କେବେ ଆଶା କରି ନଥିବେ । ଆପଣ ନିସ୍ୱାର୍ଥ ଭାବରେ କରିଥିବା କାର୍ଯ୍ୟଯୋଗୁଁ ଆଜି ଆପଣଙ୍କୁ ସୁଫଳ ମିଳିବ । ଆପଣ ବୋଧହୁଏ ଏହା ଭାବିନଥିବେ ଯେ ଆପଣଙ୍କ ଉଚ୍ଚାଧିକାରୀ ଆପଣଙ୍କ ଉପରେ ନଜର ରଖିଛନ୍ତି । ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ସୌଭାଗ୍ୟ ହେତୁ ଉଚ୍ଚ ଅଧିକାରୀ ଆଜି ଆପଣଙ୍କ ସପକ୍ଷରେ ରହିବେ ,ଯାହା ଫଳରେ ଆପଣଙ୍କୁ ବହୁତ ଲାଭ ହେବ । ଆଜି ଆପଣଙ୍କ ମନ ଅଶାନ୍ତ ଏବଂ ଚିନ୍ତିତ ରହିବ। ବ୍ୟାପାର ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସ ନିଷ୍ଫଲ ହୋଇପାରେ। ଯଦି କୌଣସି ବାଦ ବିବାଦ ଲମ୍ବିତ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଅଛି।ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ସିଂହ : ଆପଣଙ୍କ ଆଶା ଏବଂ ବୁଝିପାରିବାର ଶକ୍ତି ଆପଣଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ । ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନୂଆ ପରିଚ଼ୟ ମିଳିପାରେ । ଏଥିପାଇଁ ବୋଧହୁଏ ତାଙ୍କୁ ବହୁତ ପ୍ରଶଂସା ମିଳିପାରେ । ଆଜି ନିଜ ପରିବାରର କିଛି ସଦସ୍ୟଙ୍କର ଦେଖାଶୁଣା କରିବାକୁ ପଡ଼ିପାରେ । ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ ଆଜି ଆପଣଙ୍କ ବିଦ୍ୟା, ବୁଦ୍ଧି, ଜ୍ଞାନର ବୃଦ୍ଧି ହେବ। ଭାଗ୍ୟର ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସଂନ୍ଧ୍ୟା କାଳରୁ ନେଇକରି ରାତ୍ରି ପର୍ଯ୍ୟନ୍ତ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି। ସାବଧାନ ରୁହନ୍ତୁ ତଥା ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

କନ୍ୟା :  ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ । ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ । ଆଜି ଆପଣଙ୍କୁ ଶାସନ ଦ୍ଵାରା ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ସଂସ୍ଥାରୁ ଋଣ ନେବାକୁ ଚାହୁଁଛନ୍ତି ତେବେ କଦାପି ନିଅନ୍ତୁ ନାହିଁ। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ। ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ।ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ

ତୁଳା : କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ । ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି । ଆଜିର ଦିନ ଆପଣ ବ୍ୟସ୍ତ ରହିବେ, ଅଧିକ ଦୌଡ଼ଦୌଡ଼ି କରିବାରେ ସାବଧାନ ରୁହନ୍ତୁ। ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତାରୁ ଆପଣଙ୍କୁ ଆଜି ଲାଭ ମିଳିପାରେ। ରହିଯାଇଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ। କୌଣସି କାମରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ହୃଦୟ ଖୋଲିକରି, ଆଗକୁ ଚାଲନ୍ତୁ ଭରପୂର ଲାଭ ମିଳିବ।ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ

ବିଚ୍ଛା : ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ । ଆଜି ଆପଣ ନିଜ ବନ୍ଧୁମାନଙ୍କ ସହ ନାଚ ଗୀତରେ ବ୍ୟସ୍ତରହିବେ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି ।ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ । ଆଜି ଆପଣ ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ। ସାମାଜିକ କ୍ରିୟା କଳାପରେ ବ୍ୟବଧାନ ଆସିପାରେ। କିଛି ଅକସ୍ମାତ୍ ଲାଭ ହେବାରୁ ଆପଣଙ୍କ ଧର୍ମ, ଆଧ୍ୟାତ୍ମ ପ୍ରତି ରୁଚି ସୁଦୃଢ଼ ହେବ। ସନ୍ତାନମାନଙ୍କ ପକ୍ଷରୁ ହର୍ଷବର୍ଦ୍ଧକ ସମାଚାର ମିଳିବ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ଧନୁ : ଏହି ସମୟରେ ଆପଣଙ୍କୁ ଧନ,ମାନ ,ଯଶ ସବୁ ମିଳିପାରିବ । ଆଜି ଆପଣଙ୍କର ମଜା କରିବାର ଦିନ , ଜୀବନ ଆଜି ଆପଣଙ୍କୁ ସେ ସବୁ କିଛି ଦେଇଛି ,ଯାହାପାଇଁ ଆପଣ ବହୁତ ପରିଶ୍ରମ କରିଥିଲେ । ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ । ଭାଗ୍ୟ ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ। ଆପଣଙ୍କ ପରିଶ୍ରମର ଫଳ ଭଲ ମିଳିବ। ଆପଣ ନିଜର ମାନମର୍ଯ୍ୟାଦା ଏବଂ ଆମୋଦ ପ୍ରମୋଦ ପାଇଁ ଧନ ଖର୍ଚ୍ଚ କରିବେ। ଯେଉଁଥିରେ ଆପଣଙ୍କ ପାଖରେ ଥିବା ଶତ୍ରୁର ବ୍ୟଥା ବଢ଼ାଇବ। ମାତା-ପିତାଙ୍କର ଆଜି ବିଶେଷ ଧ୍ୟାନ ରଖିବେ।ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମକର :ଆଜି ଆପଣଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଆପଣଙ୍କ କାର୍ଯ୍ୟ ଆପଣଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେବ ।ଆପଣଙ୍କ ଭଲ ଗୁଣ ଯୋଗୁଁ ଆଜି ଆପଣଙ୍କର ନୂଆ ବନ୍ଧୁ ହେବ ଏବଂ କିଛି ବ୍ୟବସାୟୀଙ୍କ ସହ ମଧ୍ୟ ଆପଣଙ୍କର ଭଲ ସମ୍ବନ୍ଧ ହୋଇପାରିବ ।  ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଆଜି ଅଷ୍ଟମ ଭାବରେ ଶତ୍ରୁ ରାଶିଙ୍କର ବୃହଷ୍ପତି ହେବାର କାରଣରୁ ବହୁତ ସମୟରେ ଲଟକି ରହିଥିବା ବିବାଦର ସମାଧାନ ହେବ। ଖୁସିମିଜାଜ ବ୍ୟକ୍ତିତ୍ଵ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ। ସାମାଜିକ ସମ୍ମାନ ମିଳିବାରୁ ଆପଣଙ୍କ ମନୋବଳ ବଢ଼ିବ।ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

କୁମ୍ଭ : ଆଜି ଆପଣଙ୍କୁ ବହୁତ ଧନ,ମାନ,ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି,ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ । ଆଜି ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ ଏବଂ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯିବା ପାଇଁ ଚ଼ାହିଁବେ । ଭଲଭାବେ ପ୍ରସ୍ତୁତ ହୋଇ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯାଆନ୍ତୁ ଏବଂ ଖୁବ୍ ମଜ୍ଜା କରନ୍ତୁ । ଆଜି ଆପଣଙ୍କମଧ୍ୟରେ ନିର୍ଭୀକତାର ଭାବ ରହିବ ତଥା ସାହସ ପୂର୍ବକ ନିଜର କଠିନ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସକ୍ଷମ ରହିବେ। ଆପଣଙ୍କୁ ନିଜର ମାତା-ପିତାଙ୍କର ସୁଖ ସହଯୋଗ ଯଥେଷ୍ଠ ରୂପରେ ପ୍ରାପ୍ତ ହେବ। ବ୍ୟର୍ଥ ବ୍ୟୟର ଯୋଗ ମଧ୍ୟ ଅଛି। ବ୍ୟାପାରରେ ଧନ ଲାଭ ହେବ।ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ : ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ । ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଆଜିର ଦିନରେ ମିଶ୍ରିତ ଫଳ ମିଳିବ। ଶ୍ୱଶୁରଘର ପକ୍ଷରୁ ଆଜି ଅସନ୍ତୋଷର ସଂକେତ ମିଳିବ। ମଧୁର ବାଣୀର ପ୍ରୟୋଗ କରନ୍ତୁ ଅନ୍ୟଥା ସମ୍ବନ୍ଧ ଖରାପ ହୋଇପାରେ। ଯଦି ନେତ୍ର ସମ୍ବନ୍ଧିତ କୌଣସି କଷ୍ଟ ଅଛି ତେବେ ସେଥିରେ ସୁଧାର ହେବା ନିଶ୍ଚତ ଅଟେ।ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

Leave a Reply

Your email address will not be published. Required fields are marked *