ସାପ୍ତାହିକ ରାଶିଫଳ: ଏହି ସପ୍ତାହରେ ୪ ରାଶିଙ୍କର ଭାଗ୍ୟ ଦେବ ସାଥି, ମାଆ ଲକ୍ଷ୍ମୀଙ୍କ କୃପା ବନେଇବ ମହା କୁବେର ଯୋଗ…
ଆପଣଙ୍କ ରାସୀ ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଏ। ରାଶିଫଳ ଦ୍ଵାରା ଭବିଷ୍ୟ ଜୀବନରେ ହେବାକୁ ଥିବା ଘଟଣା ଗୁଡିକର ଆପଣ ପୂର୍ବନୁମାନ ଲଗେଇ ପାରିବେ । ବହୁତ ଲୋକଙ୍କ ମନରେ ଏଇ ପ୍ରଶ୍ନ ହେବ ଯେ ଆଗକୁ ଆସୁଥିବା ସପ୍ତାହ ଆମପାଇଁ କିପରି ରହିବ? ଏଇ ସପ୍ତାହ ଆମର ଭାଗ୍ୟ କଣ କହୁଛି? ଆଜି ଆମେ ଆପଣଙ୍କୁ ଆସନ୍ତା ସପ୍ତାହ ର ରାଶିଫଳ କହିବୁ। ଏହି ସାପ୍ତାହିକ ରାଶିପହଲରେ ଆପଣଙ୍କୁ ଆପଣଙ୍କ ଜୀବନର ହେବାକୁ ଥିବା ଏକ ସପ୍ତାହର ଘଟଣାର ସଂକ୍ଷେପରେ ବର୍ଣ୍ଣନ ମିଳିବ, ତେଣୁ ଏସବୁ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ 10ରୁ 16 ଫେବୃଆରୀ ପର୍ଯ୍ୟନ୍ତ ।
ମେଷ ରାଶି(Aries) ଚ,ଚୁ, ଚେ, ଚୋ, ଲା, ଲି, ଲୀ, ଳୁ, ଳେ, ଲୋ, ଆ: ଏହି ସପ୍ତାହ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଆପଣ ନୂତନ ଯୋଜନା ଉପରେ କାମ କରିବେ ଓ ଆପଣଙ୍କ କାମର ପ୍ରଶଂସା ହେବ। ସହକର୍ମୀ ଓ ବରିଷ୍ଠଙ୍କ ଠାରୁ ମିଳିଥିବା ସାହଯୋଗ ଆପଣଙ୍କ ଉତ୍ସାହ ବୃଦ୍ଧି କରିବ। କାର୍ଯ୍ୟକୁ ନେଇ ଆପଣଙ୍କ ଆଲୋଚନା ହୋଇପାରେ । କାମର ବୋଝ ମଧ୍ୟ ଅଧିକ ହୋଇପାରେ । କୌଣସି ପ୍ରକାର ଲାଭ ପ୍ରାପ୍ତ ହୋଇପାରେ। ବିପରୀତ ଳିଙ୍ଗ ବକତିଙ୍କ ପ୍ରତି ଆକର୍ଷିତ ହେବେ ।
ପ୍ରେମ ପ୍ରସଙ୍ଗରେ: ଜୀବନସାଥିଙ୍କ ଠାରୁ ସହଯୋଗ ଓ ସମର୍ଥନ ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ସମୟ ବିପରୀତ ରହିପାରେ | କ୍ୟାରିଆର ବିଷୟରେ: ବ୍ୟବସାୟରେ ସାବଧାନ ରୁହନ୍ତୁ। କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ବିଷୟରେ: ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ସାମାନ୍ୟ ରହିବ। କିନ୍ତୁ ପୁରାତନ ରୋଗ ଅସୁବିଧା କରିପାରେ
ବୃଷରାଶି (Taurus) ଈ, ଇ, ଏ, ଓ, ୱା, ୱି, ୱୁ, ୱେ, ୱୋ, ବ, ବୋ: ଏହି ସପ୍ତାହ ଭୂମି ପ୍ରତି କିମ୍ବା ଆକସ୍ମିକ ଧନଲାଭର ପ୍ରବଳ ଯୋଗ ଅଛି। ଯାହା ସକାରାତ୍ମକ ନଜର ଆସିବ , ତାହାକୁ ଆପଣ ବର୍ତ୍ତମାନ କାହାକୁ କୁହନ୍ତୁ ନାହିଁ। ଶିକ୍ଷା-ପ୍ରତାୟଯୋଗୀତା ନିମନ୍ତେ ସମୟ ଅନୁକୂଳ ଅଟେ ଓ ସଫଳତା ସୂଚକ ଅଟେ। ସମ୍ପତ୍ତି ଦେବାନେବାରେ ସାବଧାନ ରୁହନ୍ତୁ । ବ୍ୟବସାୟରେ କରାଯାଇଥିବା କୌଣସି ଚୁକ୍ତି ବହୁତ ଲାଭ ଦେଇପାରେ। ନିଜର ପ୍ରେମପୂର୍ଣ୍ଣ ଗୁଣ ଯୋଗୁ ଆପଣମାନଙ୍କର ବହୁତ ଚାହିଦା ରହିବ ।
ପ୍ରେମ ପ୍ରସଙ୍ଗରେ: ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ। ଆପଣଙ୍କ ପ୍ରେମ ସମ୍ବନ୍ଧ ବହୁତ ଗଭୀର ହୋଇପାରେ । କ୍ୟାରିଆର ବିଷୟରେ: ଚାକିରି ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ନିମନ୍ତେ ଭଲ ରହିବ। କାର୍ଯ୍ୟ ଠିକ ସମୟରେ ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ଋତୁ ଅନୁଯାୟୀ ରୋଗ ଆପଣଙ୍କୁ ଅସୁବିଧା କରିପାରେ, ସାବଧାନ ରୁହନ୍ତୁ ।
ମିଥୁନ ରାଶି(Gemini) କା, କି, କୁ, ଘ, ଡ, ଛ, କେ , କୋ, ହ: ଏହି ସପ୍ତାହ ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବେ। ଚାକିରି ସ୍ଥିତି ଉନ୍ନତ କରିବା ଉପରେ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହିତ ବିଚାର ବିମର୍ଶ ହୋଇପାରେ । ସେୟାର-ଜୁଆରେ ସାବଧାନ ରୁହନ୍ତୁ। ପ୍ରତି କାର୍ଯ୍ୟରେ ଆପଣଙ୍କୁ ଆଶା ଠାରୁ ଅଧିକ ସଫଳତା ମିଳିବ । ମିଥୁନ ରାଶି ଏହି ସପ୍ତାହ ପୂର୍ଣ୍ଣ ରୂପେ ନିଶ୍ଚିତ ରୁହନ୍ତୁ । କାରଣ ଆପଣଙ୍କ ଭଲ ସମୟ ଏବେ ଚାଲିଛି। ବିଦେଶ ଯିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ଅନୁକୂଳ ସମୟ ଅଛି ।
ପ୍ରେମ ପ୍ରସଙ୍ଗରେ: ପ୍ରେମ ଓ ରୋମାନ୍ସ ସମ୍ବନ୍ଧରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ଅଛି । କ୍ୟାରିଆର ବିଷୟରେ: ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ବ୍ୟବସାୟରେ ଭଲ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ସ୍ୱାସ୍ଥ୍ୟ କିଛି ନରମ ଗରମ ରହିପାରେ ।
କର୍କଟ ରାଶି(Cancer) ହି, ହୁ, ହେ, ଡା, ଡି, ଡୁ, ଡେ, ଡା: ଶତ୍ରୁ ଉପରେ ଭାରି ପଡିବେ। ଆପଣଙ୍କ ରଚନାତ୍ମକତା ବନ୍ଧୁ ମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିପାରେ। ଆଗମ ନିଗମ ତଥା ବିଦେଶ ଯାତ୍ରା ନିମନ୍ତେ ସମୟ ଉତ୍ତମ ଅଟେ। ଅଚାନକ ଆସିଥିବା ଦାୟିତ୍ଵ ଆପଣଙ୍କ ଯୋଜନାରେ ବାଧା ଉପୁଯାଇ ପାରେ। ନୂତନ ଓ ରାୟଚକ ସୁଯୋଗ ଆପଣଙ୍କୁ ମିଳିପାରେ । ଅଚାନକ କୌଣସି ବଡ ଦାୟିତ୍ଵ ମଧ୍ୟ ଆପଣଙ୍କ ସମ୍ମୁଖକୁ ଆସିପାରେ । ନିଜର ଖରାପ ସମ୍ପର୍କ କୁ ସୁଧାରିବାରେ ସକ୍ଷମ ହେବେ
ପ୍ରେମ ପ୍ରସଙ୍ଗରେ: ବିବାହିତ ଲୋକଙ୍କ ନିମନ୍ତେ ସପ୍ତାହ ସାମାନ୍ୟ ରହିବ। ପ୍ରେମୀ ମାନଙ୍କ ପାଇଁ କିଛି କଠିନ ରହିବ | କ୍ୟାରିଆର ବିଷୟରେ: ଚାକିରି ଖୋଜୁଥିବା ଯୁବକ ମାନଙ୍କୁ ଭଲ ଚାକିରି ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ସ୍ୱାସ୍ଥ୍ୟ ଭଲ ରହିବ । ପୁରାତନ ରୋଗରୁ ଆରାମ ମିଳିବ
ସିଂହ ରାଶି(Cancer)ମା, ମି, ମୁ, ମେ, ମୋ, ଟା, ଟି, ଟୂ, ଟେ: ମହିଳାଙ୍କ ନିମନ୍ତେ ଏହି ସପ୍ତାହ ବହୁତ ଭଲ ରହିବ । ଉନ୍ନତିର ପଥ ଉନ୍ମୁକ୍ତ ରହିବ। ପୁରାତନ ନିବେଶରୁ ମଧ୍ୟ ଆପଣଙ୍କୁ ଲାଭ ମିଳିବ । ଆପଣ ନିଜର ପସନ୍ଦ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି । ମନରେ କୌଣସି ନିଷ୍ପତ୍ତି କୁ ନେଈ ସଙ୍କୋଚ ହୋଇପାରେ । ସଙ୍କୋଚ କରିବା କାରଣରୁ ଆପଣ କିଛି ଭଲ ସୁଯୋଗ ହରେଈ ପାରନ୍ତି । ଆପଣ ବେକାର କଥାରେ କିଛି ଭଲ ସୁଯୋଗ ହରେଈ ଦେବେ । ଆପଣ ବେକାର କଥାରେ ନିଜର ସମୟ ବରବାଦ କରନ୍ତୁ ନାହିଁ ।
ପ୍ରେମ ପ୍ରସଙ୍ଗରେ: ବୈବାହିକ ଜୀବନ ସୁଖମୟ ରହିବ ଓ ପ୍ରେମରେ ସଫଳତା ମିଳିବ । କ୍ୟାରିଆର ବିଷୟରେ: ବ୍ୟବସାୟରେ ଉନ୍ନତି ହେବ ଓ ଆପଣାକୁ କୌଣସି ନୂତନ ଚୁକ୍ତି ମିଳିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ବାହାର ଖାଦ୍ୟ କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
କନ୍ୟାରାଶି(Virgo) ଢୋ, ପା, ପି, ପୂ, ଷ, ଣ, ଠ, ପେ, ପୋ: ଏହି ସପ୍ତାହରେ ଆପଣ ଅନୁଭବ କରିବେ ଯେ ଆପଣ ଅନ୍ୟମାନଙ୍କ ପାଇଁ ଅଧିକ ଓ ଓ ନିଜ ପାଇଁ କମ କାମ କରୁଛନ୍ତି । କୌଣସି ମହିଳା ବନ୍ଧୁଙ୍କ ସହଯୋଗରୁ ଉନ୍ନତିର ସମ୍ଭାବନା ରହିଛି । ଗାଈର ସେବା କରନ୍ତୁ । ଅନ୍ନ ଖୁଆନ୍ତୁ। ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ ହେବ । ଆପଣ କୌଣସି ବଡ କଥା ଭୁଲିଯାଇ ପାରନ୍ତି । ଅଫିସରେ ଅଧିକାରୀବର୍ଗ ଆପଣଙ୍କ ଉପରେ କାର୍ଯ୍ୟର ଚାପ ଦେଇପାରନ୍ତି। ଆପଣଙ୍କୁ ନିଜର ଭାଇଭଉଣୀଙ୍କର ସମର୍ଥନ ମିଳିବ ।
ପ୍ରେମ ପ୍ରସଙ୍ଗରେ: ସାଥିଙ୍କ ସହିତ ମତଭେଦ ହେବାର ସଂକେତ ମିଳୁଛି | କ୍ୟାରିଆର ପ୍ରସଙ୍ଗରେ: ଆପଣଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି । ଚାକିରିରେ ଆପଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିବ | ସ୍ୱାସ୍ଥ୍ୟ ପ୍ରସଙ୍ଗରେ: ପେଟ ସମ୍ବନ୍ଧୀୟ ଅସୁବିଧା ଭୋଗି ପାରନ୍ତି
ତୁଳାରାଶି(Libra) ରା, ରି, ରୁ, ରେ, ରୋ, ତା, ତି, ତୁ, ତେ: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ତାଳମେଳ ଭଲ ରହିବ । ଆର୍ଥିକ ରୂପରେ ଆପଣ ମଜବୁତ ଓ ସୁରକ୍ଷିତ ହେବେ ଓ କୌଣସି ପୁରାତନ ଋଣ ସୁଝିବେ । କୌଣସି ମନ୍ଦିରରେ କୌଣସି ଉପଯୋଗୀ ସାମଗ୍ରୀ ଦାନ କରନ୍ତୁ। କର୍ମଚାରୀ, ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । ସମସ୍ତଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣ ନିଜର ସମସ୍ତ କାମ ବହୁତ ଉତ୍ସାହ ଓ ଶକ୍ତିର ସହିତ କରିବେ। ଅତିରିକ୍ତ ଆୟର ସମ୍ଭାବନା ରହିଛି ।
ପ୍ରେମ ପ୍ରସଙ୍ଗରେ: ପ୍ରେମ ସମ୍ବନ୍ଧୀୟ ବିଷୟରେ ଶୀଘ୍ରତା କରନ୍ତୁ ନାହିଁ ଅନ୍ୟଥା ସମ୍ବନ୍ଧ ହାନି ହୋଇପାରେ । କ୍ୟାରିଆର ପ୍ରସଙ୍ଗରେ: ଚାକିରି ବୃତ୍ତିର ଲୋକେ ଅଧିକ କାର୍ଯ୍ୟଭାର ଯୋଗୁ ବ୍ୟସ୍ତ ରହିବେ କିନ୍ତୁ ଆର୍ଥିକ ଉନ୍ନତିର ଯୋଗ ରହିଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ଛୋଟମୋଟ ଅସୁବିଧାକୁ ଛାଡି ଅନ୍ୟ କୌଣସି ସମସ୍ୟା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖାଯାଉ ନାହିଁ ।
ବୃଶ୍ଚିକ ରାଶି(Scorpio)ତୋ, ନା, ନି, ନୁ, ନେ, ନୋ, ୟା, ୟି, ୟୁ: ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏହି ସମୟ ଆନନ୍ଦପୂର୍ଣ୍ଣ ରହିବ । କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ଵାରା ଆପଣଙ୍କୁ ଧନଲାଭ ହେବାର ପୂର୍ଣ୍ଣ ଯୋଗ ରହିଛି , ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଗରିବଙ୍କୁ ଭୋଜନ ଦାନ କରନ୍ତୁ। ଆପଣଙ୍କ କୌଣସି ବ୍ୟକ୍ତିଗତ ମାମଲାର ସମାଧାନ ହେବ । ଆମଦାନୀ ବଢିବା ବିଷୟରେ ବିଚାର କରିବେ । ସନ୍ତାନ ସମ୍ବନ୍ଧୀୟ ମାମଲା ଆପଣଙ୍କ ଚିନ୍ତା ବଢେଇଦେଇପାରେ । କୌଣସି ବାହନ ଚଳେଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ପ୍ରେମ ପ୍ରସଙ୍ଗରେ: କିଛି ପ୍ରେମୀ ନିଜର ସମ୍ପର୍କକୁ ବିବାହର ରୂପ ଦେବାର ନିପତ୍ତି ନେଇପାରନ୍ତି । କ୍ୟାରିଆର ପ୍ରସଙ୍ଗରେ: ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଚାକିରିରେ ଲକ୍ଷ୍ୟ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ପ୍ରସଙ୍ଗରେ: ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ଶାରୀରିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
ଧନୁରାଶି(Sagittarius) ୟେ, ୟୋ, ଭା, ଭି, ଭୂ, ଧା, ଫା, ଢା, ଭେ: ବାହନ କ୍ରୟ କରିବାକୁ ମନ ବଳେଇ ପାରନ୍ତି। କୌଣସି ପୁରାତନ ବିବାଦ ସମାପ୍ତ ହେବ ଓ ପରିଣାମ ଆପଣଙ୍କ ପକ୍ଷରେ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି । ଯାନ୍ତ୍ରିକ କ୍ଷତି କିଛି ପରିମାଣରେ ହୋଇପାରେ। କୌଣସି କଥାକୁ ନେଇ ଅଧିକ ଜୋର ଦେବାରୁ ଆପଣଙ୍କୁ କ୍ଷାନ୍ତ ରହିବାକୁ ହେବ । ଯାହା ଯେପରି ଚାଲୁଅଛି, ସେହିପରି ଚଳିବାକୁ ଦିଅନ୍ତୁ । ଆପଣଙ୍କର କୌଣସି ଯୋଜନା ବିଫଳ ହେବାର ସମ୍ଭାବନା ରହିଛି । କୌଣସି ବି ତର୍କ ଓ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ ।
ପ୍ରେମ ପ୍ରସଙ୍ଗରେ : କିଛି ଜାତକ ନିମନ୍ତେ ନବୀନ ପ୍ରେମ ସମ୍ବନ୍ଧ ସ୍ଥାପନ ନୂତନ ଆଶାର ସଂଚାର କରିବ | କ୍ୟାରିଆର ପ୍ରସଙ୍ଗରେ: ବ୍ୟବସାୟରେ ଲାଭ ହେବ । ଚାକିରିରେ କିଛି ଉତ୍ତେଜନା ପ୍ରକାଶ ପାଇପାରେ | ସ୍ୱାସ୍ଥ୍ୟ ପ୍ରସଙ୍ଗରେ: ସ୍ୱାସ୍ଥ୍ୟରେ ଆପଣଙ୍କ କ୍ରୋଧ ଆପଣଙ୍କର କ୍ଷତି କରିପାରେ । କୌଣସି ପୁରାତନ ରୋଗ ପୁଣି ଦେଖାଦେଇପାରେ ।
ମକର ରାଶି(Capricorn) ଭୋ, ଜା, ଜି, ଖି, ଖୁ, ଖେ, ଖୋ, ଗା, ଗି: ଏହି ସପ୍ତାହ ଆପଣଙ୍କ ନିମନ୍ତେ କିଛି ଆହ୍ଵାନପୂର୍ଣ୍ଣ ରହିବ । କିଛି ମାମଲାରେ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ଜୀବନ ବହୁତ ସହଜ ଓ ସାମାନ୍ୟ ରହିବ ତେଣୁ ଆପଣଙ୍କ ନିମନ୍ତେ ଉତ୍ତମ ଅଟେ । କାହାର ପ୍ରରୋଚନାରେ ପଡି କିଛି ବଡ ଓ ଅସଙ୍ଗତ ନିଷ୍ପତ୍ତି ନେଇପାରନ୍ତି ଯାହାର ପରିଣାମ ଆଗକୁ ଯାଇ ଭଲ ହେବ ନାହିଁ । ବିବାଦ କିମ୍ବା ମକଦ୍ଦମାର ଫଳ ବାହାରିବ । ଆପଣଙ୍କ ସମସ୍ତ ଜିନିଷ ସୂଚାରୁ ରୂପେ ଚାଲିବ ।
ପ୍ରେମ ପ୍ରସଙ୍ଗରେ: ଆପଣ ଯାହାକୁ ପ୍ରେମ କରୁଛନ୍ତି, ସେମାନଙ୍କ ସହିତ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ । କ୍ୟାରିଆର ପ୍ରସଙ୍ଗରେ: ଚାକିରି ପ୍ରାପ୍ତ କରିବା ପାଇଁ କରାଯାଇଥିବା ପ୍ରୟାସ ସାର୍ଥକ ହେବ | ସ୍ୱାସ୍ଥ୍ୟ ପ୍ରସଙ୍ଗରେ: ସ୍ୱାସ୍ଥ୍ୟ ଅନୁଯାୟୀ ଏହି ସମୟ ବହୁତ ଭଲ ରହିବ। ଜୀବନ ପ୍ରତି ସକାରାତ୍ମକ ଚିନ୍ତାଧାରା ରହିବ ।
କୁମ୍ଭରାଶି(Aquarius) ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା: ଏହି ରାଶିର ବ୍ୟବସାୟୀଙ୍କ ନିମନ୍ତେ ହୀରା, କୋଇଲା, ଚୂନ ଆଦି କ୍ଷେତ୍ର ଲାଭପ୍ରଦ ହୋଇପାରେ। କୌଣସି ଖାସ କାମ କୁ ନେଇ ଦ୍ଵନ୍ଦରେ ପଡ଼ିପାରନ୍ତି । ଧନ ଓ ମୁଲ୍ଯବନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ନ୍ୟାୟଳୟ ସମ୍ବନ୍ଧିତ ମାମଲା ଏବେ କିଛି ଦୀର୍ଘ ଚାଲିପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । କିଛି ମାମଲାରେ ନିଜର କିଛି ଅଭ୍ୟାସ କାରଣରୁ ଅସୁବିଧାରେ ପଡ଼ିପାରନ୍ତି । ଭିକାରୀକୁ ନିଜର ପୁରୁଣା ପୋଷାକ ଦାନ କରନ୍ତୁ ।
ପ୍ରେମ ପ୍ରସଙ୍ଗରେ: ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ। କୌଣସି ଉପହାର ମଧ୍ୟ ମିଳିପାରେ । କ୍ୟାରିଆର ପ୍ରସଙ୍ଗରେ: ଚାକିରି ବ୍ୟବସାୟ ମାମଲାରେ ଏହି ସପ୍ତାହ ବହୁତ ଶୁଭ ରହିବ, ନିଜର ଲକ୍ଷ୍ୟପ୍ରାପ୍ତି କରିବାରେ ସଫଳ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ : ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ଜରୁରୀ ଅଟେ ।
ମୀନ ରାଶି(Pisces) ଦି, ଦୂ, ଥ, ଝ, ତ୍ର, ଦେ, ଦୋ, ଚା, ଚି: ଏହି ସପ୍ତାହ ଦୁର୍ଜନଙ୍କ ସଙ୍ଗତ କାରଣରୁ କିଛି ଭୁଲ କର୍ମ ଆଡକୁ ଆପଣ ଆକର୍ଷିତ ହୋଇପାରନ୍ତି। ଆପଣଙ୍କୁ ଜୀବନରେ ଉନ୍ନତମାନର ଜିନିଷର ଆନନ୍ଦ ନେବାକୁ ଓ ପ୍ରଶଂସା କରିବାକୁ ଅନେକ ସମୟ ମିଳିବ । କ୍ରୋଧ କାରଣରୁ ଝଗଡା ହୋଇପାରେ । ଅନ୍ୟମାନଙ୍କ ଅସୁବିଧାରେ ଦଖଲ ଦିଅନ୍ତୁ ନାହିଁ । କୌଣସି ଖାସ ମାମଲାରେ ଚାପ ବଢିପାରେ। କୌଣସି ପୁରୁଣା କରଜ ବାକି ରହିଥିଲେ ଏହି ସପ୍ତାହରେ ପରିଶୋଧ କରିବେ ।
ପ୍ରେମ ପ୍ରସଙ୍ଗରେ: ଆପଣ ପ୍ରେମୀ ଙ୍କ ସହିତ ନିଜର ହୃଦୟର ଭାବନା ବୟାନ କରିବେ ଓ ସାଥିଙ୍କ ଭାବନା ବୁଝିପାରିବେ । କ୍ୟାରିଆର ପ୍ରସଙ୍ଗରେ: ବ୍ୟବସାୟ କରୁଥିବା ଲୋକମାନେ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ପ୍ରସଙ୍ଗରେ: ଶାରୀରିକ ଓ ମାନସିକ ରୂପେ ସ୍ୱାସ୍ଥ୍ୟ ନିଜକୁ ସ୍ଵସ୍ଥ ଓ ଉନ୍ନତ ଅନୁଭବ କରିବେ ।