January 18, 2025

Odia Express

Leading Odia News Portal of Odisha

ଏ ଅଟନ୍ତି WWE ତାରକା ଗ୍ରେଟ ଖଲିଙ୍କର ପତ୍ନୀ, ସୁନ୍ଦରତାରେ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ପଡିଯିବେ..

WWEର ସୁପରଷ୍ଟାର ଗ୍ରେଟ ଖଲିଙ୍କୁ କିଏ ନଜାଣେ। WWEରେ ଅନେକ ଖେଳାଳିଙ୍କୁ ଧୁଳି ଚଟେଇବା ବାଲା ଖଲି ଭାରତର ଗର୍ବ ଅଟନ୍ତି । ହିମାଚଳପ୍ରଦେଶର ଗ୍ରାମରେ 27ଅଗଷ୍ଟ 1972ରେ ଜନ୍ମିତ ଖଲିଙ୍କର ପୁରା ନାମ ଦିଲୀପ ସିଂହ ରାଣା ଅଟେ। ସେ କେବେ ସ୍ଵପ୍ନରେ ମଧ୍ୟ ଭାବିନଥିଲେ ଯେ ଦିନେ ତାଙ୍କର ନାମ ସାରା ଦୁନିଆ ଜାଣିବ । କିନ୍ତୁ ଆଜିର ପିଲାଙ୍କର ମୁହଁର ଗୋଟିଏ ନାମ ଆସୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଖଲିଙ୍କର ପତ୍ନୀଙ୍କ ବିଷୟରେ ଯିଏ ବହୁତ ସୁନ୍ଦରୀ ଦେଖାଯାନ୍ତି ।

ଗ୍ରେଟ ଖଲି ଓ ଜଲନ୍ଧରର ନୁରମହଲର ନିବାସୀ ହରମିନ୍ଦର କଉରଙ୍କର ବିବାହ 2002ରେ ହୋଇଥିଲା । ତାଙ୍କର ପ୍ରାୟ 4ବର୍ଷରଏକ ଝିଅ ଅବଲିନ ରାଣା ଅଛି । ଯେବେ ସେ 19ମାସର ଥିଲା ତ ପ୍ରଥମଥର ଖଲି ଓ ହରମିନ୍ଦରଙ୍କ ସହିତ ଦେଖାଯାଇଥିଲା । ଅବଲୀନ ରାଣାର ଜନ୍ମ ଫେବୃଆରୀ2014ରେ ହୋଇଥିଲା । ହରମିନ୍ଦର କୁହନ୍ତି ଯେ ସେ ଝିଅକୁ ବାପାଙ୍କ ଭଳି କୁସ୍ତିଯୋଦ୍ଧା ବନେଇବେ । ଆପଣାକୁ ଜଣେଇଦେବୁ ଯେ ହରମିନ୍ଦରକଉର ହାଉସୱାଇଫ ଅଟନ୍ତି ।

ଗରିବ ପରିବାରର ହୋଇଥିବା କାରଣରୁ ପରିବାରର ସହାୟତା ନିମନ୍ତେ ସେ ସିମଳାରେ ଶିକ୍ୟୁରୀଟି ଗାର୍ଡର ଚାକିରି କରୁଥିଲେ । କିନ୍ତୁ ଭାଗ୍ୟକୁ କିଛି ଅଲଗା ହେବାର ଥିଲା । ଜଣେ ପଞ୍ଜାବ ପୋଲିସ ଅଧିକାରୀଙ୍କର ଦୃଷ୍ଟି ତାଙ୍କ ଉପରେ ପଡିଲା।

1993ରେ ଖଲି ପଞ୍ଜାବ ପୋଲିସ ଫୋର୍ସରେ ଯୋଗ ଦେଇ ଜଲନ୍ଧର ଚାଲିଆସିଲେ । ଡିପାର୍ଟମେଣ୍ଟ ସହାୟତାରେ ସେ ଜିମରେ କଠିନ ପରିଶ୍ରମ କରି ସୁନ୍ଦର ଶରୀର ପ୍ରାପ୍ତ କଲେ, ଓ 2000ରେ ଅଲ ପ୍ରୋ ରେସଲିଙ୍ଗନିମନ୍ତେ ତାଙ୍କୁ ଚୟନ କରାଗଲା, ଯାହାପରେ ସେ କେବେ ପଛକୁ ଫେରି ଚାହିଁନାହାନ୍ତି ।

Leave a Reply

Your email address will not be published. Required fields are marked *