March 24, 2025

Odia Express

Leading Odia News Portal of Odisha

ଭାରତୀୟ ଇତିହାସରେ ପ୍ରଥମଥର ଦୁଇ ଭଉଣୀଙ୍କୁ ଦିଆଯିବ ଫାଶୀ, ଏହାଙ୍କର କୁକର୍ମ ଜାଣିଲେ ରୁମ ଟାଙ୍କୁରି ଉଠିବ- ଏବେ ଜାଣିରଖନ୍ତୁ…

ନିର୍ଭୟା କେସର ଚାରି ଦୋଷୀଙ୍କୁ ସେମାନଙ୍କ ଅପରାଧର ସଜା ମିଳିସାରିଛି ଓ ଏହି ଚାରି ଦୋଷୀଙ୍କୁ ଫାଶିରେ ଲଟକେଇ ଦିଆଯାଇଛି। ନିର୍ଭୟାଙ୍କୁ ନ୍ୟାୟ ମିଳିବାରେ ପ୍ରାୟ 7ବର୍ଷର ସମୟ ଲାଗିଥିଲା ଓ ଦୀର୍ଘ ଶୁଣାଣି ପରେ ନିର୍ଭୟାର ଦୋଷୀମାନଙ୍କୁ ଫାଶୀ ସଜା ଦେଇଥିଲେ । ନିର୍ଭୟା କାଣ୍ଡ ଆମ ଦେଶରେ ହୋଇଥିବା ସବୁଠାରୁ ବଡ ଅପରାଧ ମଧ୍ୟରୁ ଗୋଟିଏ ଥିଲା ଏବଂ ଏହି ଅପରାଧ ନିମନ୍ତେ ଚାରି ଦୋଷୀଙ୍କ ନିମନ୍ତେ ଫାଶୀର ସଜା ମଧ୍ୟ କମ ଥିଲା ।

2012ମସିହାରେ ହୋଇଥିଲା ଏହି କାଣ୍ଡ – ନିର୍ଭୟା ସହିତ 2012ମସିହାରେ ପାଞ୍ଚ ଲୋକଙ୍କ ଦ୍ଵାରା ଧର୍ଷଣ କରଯାଇଥିଲା। ଏହି ଘଟଣା ଦିଲ୍ଲୀର ଥିଲା । ଏହି ପାଞ୍ଚଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଜେଲରେ ନିଜକୁ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲା। ଅନ୍ୟ ଚାରି ଦୋଷୀ ସାତ ବର୍ଷ ହେବ ଜେଲରେ ବନ୍ଦ ଥିଲେ। ନିକଟରେ ଏହି ଚାରିଜଣଙ୍କୁ ଫାଶୀ ସଜା ଦେଇ ଦିଆଯାଇଛି। ଯାହା ସହିତ ନିର୍ଭୟାକୁ ନ୍ୟାୟ ମିଳିଯାଇଛି। ପୁରା ଦେଶ ଦୀର୍ଘ ସମୟ ହେବ ନିର୍ଭୟାର ଦୋଷୀ ମାନଙ୍କୁ ସଜା ମିଳିବାର ପ୍ରତୀକ୍ଷା କରୁଥିଲା ଏବଂ ଏହି ପ୍ରତୀକ୍ଷା ମାର୍ଚ ମାସରେ ଯାଇ ଶେଷ ହେଲା।

ଏହି ଭଉଣୀଙ୍କୁ କେବେ ମିଳିବ ଫାଶୀ ସଜା – ନିର୍ଭୟାର ଅପରାଧୀ ମାନଙ୍କୁ ସଜା ମିଳିବା ପରେ ଏବେ ଲୋକଙ୍କ ଦୃଷ୍ଟି 6 ନିରୀହ ଶିଶୁଙ୍କ ହତ୍ୟା କରିଥିବା ଦୁଇ ଭଉଣୀଙ୍କ ଉପରେ ଅଛି । ମହାରାଷ୍ଟ୍ରର କୋଲ୍ହାପୁର ନିବାସୀ ଏହି ଦୁଇ ଭଉଣୀଙ୍କ ଉପରେ ହତ୍ୟାର ଆରୋପ ଓ ଏହି ଦୁଇଜଣଙ୍କୁ ଦୋଷୀ ରୂପରେ ନ୍ୟାୟ ଦେଇ ଫାଶୀ ସଜା ଶୁଣା ଯାଇ ସାରିଛି। ଏହି ଦୁଇ ଭଉଣୀଙ୍କ ନାମ ସୀମା ଗାବିତ ଓ ରେଣୁକା ଗାବିତ ଅଟେ।

ଏହି ଦୁଇଜଣଙ୍କ ଉପରେ ଆରୋପ ଅଛି ଯେ ଏମାନେ ପ୍ରଥମେ ଛୁଆଙ୍କୁ ଚୋରୀ କରି ଆଣୁଥିଲେ ଏବଂ ସେମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଥିଲେ। କିଛି ସମୟ ପରେ ଶିଶୁଙ୍କର ହତ୍ୟା କରିଦେଉଥିଲେ। ଏହି ପ୍ରକାର ଏହି ଦୁଇ ଭଉଣୀଙ୍କ 6ଜଣ ପୁଅଙ୍କର ହତ୍ୟା କରିଦେଇଥିଲେ। 2001ରେ ସେଶନ କୋର୍ଟ ଏମାନଙ୍କୁ ମୃତ୍ୟୁ ସଜା ଶୁଣେଇଥିଲେ। ଯାହାପରେ ଏହି ଦୁହେଁ ଏହି ନିଷ୍ପତ୍ତି ବିରୁଦ୍ଧଏ ହାଇକୋର୍ଟରେ ଅପିଲ କରିଥିଲେ। 2004ରେ ହାଇକୋର୍ଟ ମଧ୍ୟ ଏମାନଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡ କୁ କାୟମ ରଖିଥିଲେ। ତାପରେ ଏହି ମାମଲା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଗଲା ଏବଂ ସୁପ୍ରିମ କୋର୍ଟ ମଧ୍ୟ ଏହି ଦୁଇ ଭଉଣୀଙ୍କ ଦଣ୍ଡ କାୟମ ରଖିଲେ।

ସୁପ୍ରିମ କୋର୍ଟଙ୍କ ପକ୍ଷରୁ ମଧ୍ୟ ମୃତ୍ୟୁ ଦଣ୍ଡ କାୟମ ରଖିବା ପରେ ଏହି ଦୁହେଁ ପୁଣି ରାଷ୍ଟ୍ରପତିଙ୍କୁ କ୍ଷମା ଯାଚନା ମାଗିଥିଲେ। କିନ୍ତୁ 2014ରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁଇ ଭଉଣୀଙ୍କୁ ଦିଆଯାଇଥିବା ଦଣ୍ଡକୁ କ୍ଷମା କରିନଥିଲେ। ଏବେ ପୁରା ଦେଶ ସେହି କ୍ଷଣର ପ୍ରତୀକ୍ଷା କରୁଛି। ଯେବେ ଏହି ଦୁଇ ଭଉଣୀଙ୍କୁ 6ଶିଶୁଙ୍କର ହତ୍ୟାର ସଜା ମିଳିବ ଏବଂ ସେମାନଙ୍କୁ ଫାଶିରେ ଝୁଲେଇ ଦିଆଯିବ ।

Leave a Reply

Your email address will not be published. Required fields are marked *