March 23, 2025

Odia Express

Leading Odia News Portal of Odisha

ପିଆଜ ଆଉ ରସୁଣର ଏହି ପ୍ରକ୍ରିୟା ମଶା, ପିମ୍ପୁଡି ତଥା ବର୍ଷା ଜନିତ ହେଇଥିବା କୀଟ ପତଙ୍ଗ ମାନଙ୍କୁ ଘରୁ ଘଉଡ଼ାଇ ଦେବ..

ଆଜି ଆମେ ଆପଣଙ୍କ ନିଜ ଘରୁ ବର୍ଷା ଜନିତ କୀଟ ପତଙ୍ଗ ମାନଙ୍କୁ କିପରି ଘଉଡ଼ାଇ ପାରିବେ ତାହା କହିବାକୁ ଯାଉଛୁ। ଯଦି ଆପଣ ବି ବର୍ଷା ଜନିତ କୀଟ ତଥା ପୋକ ମାନଙ୍କ ଠାରୁ ଚିନ୍ତିତ ଅଛନ୍ତି ଆଉ ସେମାନଙ୍କ ଦ୍ବାରା ପୁରା ଅସୁବିଧା ରେ ପଡୁଛନ୍ତି ତ ଆଜିର ଏହି କଥା ବସ୍ତୁ ଆପଣନ୍କ ପାଇଁ ବହୁତ ଲାଭକାରୀ ହେବାକୁ ଯାଉଛି।  ସାଧାରଣ ଭାବେ ବର୍ଷା ଜନିତ କୀଟ ଯେପରି କି ମଶା, ମାଛି ତଥା ଅନ୍ୟ ପୋକ ଆମକୁ ବର୍ଷା ଦିନରେ ବହୁତ ହଇରାଣ କରନ୍ତି। ସେମାନଙ୍କ ଉପସ୍ଥିତି ଆମକୁ ବହୁତ ପ୍ରଦୂଷିତ କରାଏ ତଥା ସେମାନେ ଆମକୁ ବହୁତ ଚିନ୍ତିତ କରନ୍ତି। ଆଜି ଆମେ ଆପଣଙ୍କ ପାଖରେ ସେମାନଙ୍କ ପାଖରୁ ଏକ ବଞ୍ଚୀବାର ଉପାୟ ନେଇକି ଆସିଛୁ।

ବର୍ଷା ଦିନରେ ବହୁତ ପ୍ରକାର ର କୀଟ ପତଙ୍ଗ ଆମ ଘରକୁ ଆସନ୍ତି। ବହୁତ କୀଟ ଏମାନଙ୍କ ମଧ୍ୟରୁ ଏତେ ଦୁର୍ଗନ୍ଧ ଯୁକ୍ତ ହେଇଥାନ୍ତି କି ସେମାନଙ୍କ ଉପସ୍ଥିତି ରେ ଖାଦ୍ୟ ବି ଖାଇ ହେଇ ନଥାଏ। ଆହୁରି ଅନେକ କୀଟ ବହୁତ ବିଷାକ୍ତ ହେଇଥାନ୍ତି ତଥା ସେମାନଙ୍କ କାମୁଡିବା ଦ୍ୱାରା ଆମ ତ୍ୱଚା ରେ ବହୁତ ଜଳନ ହେଇଥାଏ ଆଉ ଅନେକ ଜ୍ୱର ବି ଏହି କୀଟ ତଥା ମଶା ମାନଙ୍କର କାମୁଡିବା ଦ୍ୱାରା ହେଇଥାଏ। ଆମେ ଏମାନଙ୍କ ପାଖରୁ ବଂଚିବା ପାଇଁ ଅନେକ କେମିକାଲ ଯୁକ୍ତ ଔଷଧି ତଥା ସ୍ପ୍ରେ କିଣିକି ଆଣିଥାଉ ମାତ୍ର ଆମକୁ କିଛି ଲାଭ ହେଇ ନଥାଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଏମିତି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆଅଅଁଙ୍କ ଘରକୁ ଆଉ କୀଟ ଆସିବେ ନାହିଁ। ତ ଆସନ୍ତୁ ଜାଣିବା।

ପିଆଜ ତଥା ରସୁଣ ବିନା ଆମ ଘରେ କିଛି ବି ତରକାରୀ ହେଇନଥାଏ। ମାତ୍ର କଣ ଆପଣ ଜାଣନ୍ତି କି ପିଆଜ ତଥା ରସୁଣ କୁ ଏପରି ଘରୋଇ ଉପାୟ ରେ ବି ବ୍ୟବହାର କରି ହେବ। ଆପଣ ପିଆଜ ଆଉ ରସୁଣ କିଛି ଆଣିକି ତାକୁ ଛେଚି ଦିଅନ୍ତୁ।

ତା ପରେ ଏକ ଛଣା ଆଣିକି ତାର ଛେଚା ରୁ କେବଳ ରସ ବାହାର କରିକି ଏକ ବାଟି ରେ ରଖନ୍ତୁ। ତା ପରେ ଆପଣ ଏକ ଛୋଟ ଶିଶି ଆଣିକି ସେଥିରେ ଏହି ପିଆଜ ତଥା ରସୁଣ ମିଶା ରସ କୁ ରଖି ଦିଅନ୍ତୁ। ତା ପରେ ଯାହା ବାକି ସ୍ଥାନ ରହିଲା ସେଥିରେ ଆପଣ ପାଣି ଭରି ଦିଅନ୍ତୁ। ପାଣି ଭରିବା ପରେ ଆପଣ ସେହି ବୋତଲ ରେ ଦୁଇଟି କି ତିନୋଟି ଫୁଟ କରି ଦିଅନ୍ତୁ।

ତା ପରେ ଆପଣ ତାକୁ ଆଣିକି କୋଣ ଜାଗା ରେ ଯେଉଁଠାରୁ ପିମ୍ପୁଡି ମାନଙ୍କର ସ୍ରୋତ ବାହାରୁଛି ସେଠାରେ ସ୍ପ୍ରେ କରନ୍ତୁ।
ଏହି ଉପାୟ ଆପଣ ଦିନରେ ତିନି ଥର କରନ୍ତୁ ଆଉ କିଛି ଦିନ ପରେ ଆପଣ ଦେଖିବେ କି ଆପଣଙ୍କ ଘରକୁ ଆଉ ପିମ୍ପୁଡି ଆସିବେ ନାହିଁ।

Leave a Reply

Your email address will not be published. Required fields are marked *