March 14, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ତଣ୍ଟି ସଂକ୍ରମଣ ଭଲ କରିବାର ୪ଟି ଘରୋଇ ଉପାୟ – ନିଶ୍ଚୟ ଜାଣିରଖନ୍ତୁ..

ଆଜି ଆମେ ଏଠି ଆପଣଙ୍କ ପାଇଁ ଆଣିଥିବା ଏହି ଉପାୟ ଦ୍ୱାରା ଆପଣ ନିଜର ତଣ୍ଟିରେ ହେଉଥିବା ସଂକ୍ରମଣ ଆଦିକୁ ବହୁତ ଶିଘ୍ର ଅଟକେଇ ପାରିବେ।ଆମେ ଏଠି ଆଜି ଆପଣଙ୍କୁ ୪ ଟି ଏହି ଭଳି ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜ ତଣ୍ଟିର ସଂକ୍ରମଣକୁ ଭଲ କରି ପାରିବେ।ତେବେ ଆସନ୍ତୁ ଜାଣିବା ଏହି ୪ ଟି ଉପାୟ ସବୁକୁ।ଆଉ ଆପଣ ନିଶ୍ଚିନ୍ତ ଦେଖିବେ ଏଥିରୁ ଗୋଟେକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତଣ୍ଟି ରୋଗ ବହୁତ ଶିଘ୍ର ଭଲ ହୋଇଯିବ।

ଆସନ୍ତୁ ଜାଣିବା ପ୍ରଥମ ଉପାୟ:- ଆମକୁ ପ୍ରଥମେ ନେବାର ଅଛି ଗୋଟେ କପ ପାଣି ନେଇ ତାକୁ ଗରମ କରିବେ।ତାପରେ ଆପଣ ସେଥିରେ ଖଣ୍ଡେ ଅଦାକୁ ନେଇ ଭଲ ଭାବରେ କୁଟି ବା ଛେଚି ସେ ପାଣି ଭିତରେ ପକେଇ ନେବେ।ତାପରେ ଆମେ ନେବା ତୁଳସିର ୪-୫ ଟି ପତ୍ର।ଧୀରେ ଧୀରେ ପାଣି ଫୁଟିବାକୁ ଲାଗିଲେ ସେଥିରେ ୪-୫ ଟି ଲବଙ୍ଗ ପକେଇବେ।ଆପଣ ସେଥିରେ ଗୋଟା ଗୋଲମରିଚ ନହେଲେ ଗୋଲମରିଚ ଗୁଣ୍ଡ ଗୋଟେ ଚାମୁଚ ସେଥିରେ ପକେଇବା।

ଯେପର୍ଯ୍ୟନ୍ତ ସେ ଫୁଟି ଅଧା ନହୋଇଯାଇଛି ଆପଣ ସେ ପର୍ଯ୍ୟନ୍ତ ତାକୁ ଫୁରେଇବେ।ତାପରେ ଆପଣ ତାକୁ ଛାଣି ନେଇ ଗୋଟେ କପକୁ କାଢି ନେବେ।ତାପରେ ସେ ମିଶ୍ରଣରେ ଆପଣଙ୍କୁ ମିସେଇବାର ଅଛି ମହୁ।ଆପଣ ଏହାକୁ ଗରମ ଗରମ ପିବାର ନାହିଁ ହାଲ୍କା ଉଷୁମ ହେଲା ପରେ ଆପଣ ପିବେ ଓ ଏହାକୁ ପିବାର ଅଧ ଘଣ୍ଟା ପୂର୍ବରୁ ନହେଲେ ଅଧଘଣ୍ଟା ପରେ ଆପଣଙ୍କୁ କିଛିବି ଖାଇବାର ନାହିଁ।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ:- ଆମକୁ ପ୍ରଥମେ ନେବାର ଅଛି ଗୋଟେ କପ ପାଣି ନେଇ ତାକୁ ଗରମ କରିବେ।ତାପରେ ଏହା ଭିତରେ ଧନିଆ ପତ୍ରକୁ ଭଲ ଭାବରେ କାଟି ପକେଇ ଦେବା।ଆପଣ ସେଥିରେ ଖଣ୍ଡେ ଅଦାକୁ ନେଇ ଭଲ ଭାବରେ କୁଟି ବା ଛେଚି ସେ ପାଣି ଭିତରେ ପକେଇ ନେବେ।ତାପରେ ସେ ପାଣିକୁ ଫୁଟିବାକୁ ଛାଡି ଦେବେ।ପାଣି ଫୁଟିକି ଅଧା ହୋଇଗଲେ ଆପଣ ତାକୁ ଛଣା ସାହାଯ୍ୟରେ ଗୋଟେ କପକୁ କାଢି ନେବେ।ଏହା ହାଲ୍କା ଉଷୁମ ହେଲା ପରେ ଆପଣ ମହୁ ମିଶେଇବେ ଓ ଏହାକୁ ପିନେବେ।

ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟ:- ଆପଣଙ୍କୁ ନବାର ଅଛି ଗୋଟେ ରସୁଣ ପାଖୁଡା ଓ ତାକୁ ଭଲ ଭାବରେ ଛେଚି ନେବେ।ତାପରେ ଚାମୁଚ ସାହାଯ୍ୟରେ ତାକୁ ଚାପି ସେ ରସୁଣରୁ ସବୁ ରସ କାଢି ନେବେ।ଆପଣ ଦେଖିବେ ସେ ରସୁଣରୁ ୨-୩ ବୁନ୍ଦା ରସ ବାହାରିବ।ତାପରେ ସେ ରସୁଣ ରସରେ ୧-୨ ବୁନ୍ଦା ମହୁ ପକେଇବେ।ତାପରେ ତାକୁ ପିନେବେ।ଦେଖିବେ ଆପଣଙ୍କ ତଣ୍ଟି ଦରଜ ବହୁତ ଶିଘ୍ର ଭଲ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଚତୁର୍ଥ ଉପାୟ:- ଆମେ ଫାଳେ ପିଆଜ ନବା ଓ ତାକୁ ଭଲ ଭବାରେ ଛେଚି ବା ବାଟୀ ନେବା ଓ ଛଣା ସାହାଯ୍ୟରେ ସେଥିରୁ ସବୁ ରସ ବାହାର କରିନେବା।ଆପଣ ଦେଖିବେ ଫାଳେ ପିଆଜରୁ ୩-୪ ଚାମୁଚ ରସ ବାହାରିବ।ତାପରେ ସେ ପିଆଜ ରସରେ ଅଧା ଚାମୁଚ ମହୁ ମିଶେଇ ନେବେ ଓ ତାକୁ ସହଜରେ ସେବନ କରି ପାରିବା।

ଏହି ସବୁ ଘରୋଇ ଉପାୟକୁ ବ୍ୟବହାର କଲା ବେଳେ ଆପଣ ସାଧାରଣତଃ କେତେକ କଥାର ଧ୍ୟାନ ରଖିବା ଆଵଶ୍ୟକ ଯେମିତିକି ଆଉ ସେ ଉପାୟ ବ୍ୟବହାର କରିବାର ଅଧଘଣ୍ଟା ପୂର୍ବରୁ କିମ୍ବା ଅଧଘଣ୍ଟା ପର ପର୍ଯ୍ୟନ୍ତ ଆପଣଙ୍କୁ କିଛି ଖାଇବାର ନାହିଁ। ଆପଣ କୌଣସି ଉପାୟକୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ବ୍ୟବହାର କରିବା ଉଚିତ ନୁହେଁ ଓ ତାପରେ ଆପଣ ଏହାକୁ ହାଲ୍କା ଉଷୁମ ସମୟରେ ନେବା ଉଚିତ।ଏହି ସବୁ ଔଷଧି ନେବା ସମୟରେ ଆପଣ ଦହି,ଖଟା,ଅଧିକ ଗରମ ପାନୀୟ,ପରଟା,ମିଠା ଓ ବିଭିନ୍ନ କ୍ଷୀର ଜାତୀୟ ଜିନିଷ ଖାଇବାକୁ ଦୁରେଇ ଦିଅନ୍ତୁ।ଯାହାଦ୍ୱାରା ଆପଣଙ୍କ ଏ ଘରୋଇ ଉପାୟ ବହୁତ ସହଜରେ କାମ କରିବ।

Leave a Reply

Your email address will not be published. Required fields are marked *