ଗୋଟେ ଥରରେ ହିଁ କରନ୍ତୁ ଦାନ୍ତ ସଫା ଆଉ ଦୁର କରନ୍ତୁ ଦାନ୍ତ ସହିତ ଜଡିତ ସବୁ ସମସ୍ୟା..

ଆଜି ଆମେ ଏଠାରେ ଆପଣଙ୍କ ପାଇଁ ଗୋଟେ ଖାସ ଓ ବିଶେଷ ବନସ୍ପତି ବିଷୟରେ କଥା ହେବାକୁ ଯାଉଅଛୁ।ଏହି ଘାସକୁ ସବୁ ଛୋଟ ଛୁଆ ଖାଇବାକୁ ପସନ୍ଦ କରନ୍ତି ଓ ଏହା ସମ୍ପୂର୍ଣ୍ଣ ଓଦା ଥିବା ସ୍ଥାନରେ ହିଁ ଉଠିଥାଏ।ଏହି ବନସ୍ପତି ଆମକୁ ସମ୍ପୂର୍ଣ୍ଣ ଭାରତ ବର୍ଷରେ ବହୁତ ସହଜରେ ମିଳିଥାଏ।ଏହି ଗଛକୁ ବହୁତ ଲୋକ ଅଣଦେଖା କରନ୍ତି କାହିଁକିନା ବହୁତ ଲୋକ ଏହାର ଔଷଧିୟ ଗୁଣ ବିଷୟରେ ଅବଗତ ନଥାନ୍ତି।ଆମ ଦାନ୍ତରେ ଭୟାନକ ବିନ୍ଧା ହେଉ,ଦାନ୍ତ ମଳିଆ ଓ ହଳଦିଆ ଦେଖାଯାଉ,ମୁଣ୍ଡ ବିନ୍ଧା ହେଉ,ଜ୍ଵର ହେଉ,ପେଟ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉ,ନ ହେଲେ ଚର୍ମ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉ ଏହା ଆମ ଶରୀର ସହିତ ଜଡିତ ଭିନ୍ନ ଭିନ୍ନ ରୋଗର ନିବାରଣ କରିଥାଏ।
ଏହାର ନାମ ହେଉଛି ଛୁନ ଛୁନିଆ ସାଗ ବା ଚଙ୍ଗେରୀ ଘାସ।ବହୁତ ଲୋକ ଏହାକୁ ତ୍ରିପତ୍ର ନାମରେ ମଧ୍ୟ ଜାଣିଛନ୍ତି।ଏହାକୁ ଇଂରାଜିରେ ଥ୍ରୀ ଲିଫ ପ୍ଲାଣ୍ଟ ନାମରେ ଜଣାଯାଏ।ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି ତାହେଲେ ଆପଣ ଏହାର ପତ୍ରକୁ ବାଟୀ ନିଜ ମଥାରେ ଲଗେଇବେ ଯାହାଫଳରେ ଆପଣଙ୍କ ମୁଣ୍ଡ ବିନ୍ଧା ଭଲ ହୋଇଯିବ।ଆପଣଙ୍କୁ ଥଣ୍ଡା ଜନିତ ସମସ୍ୟା ହୋଇଥିଲେ ଆପଣ ଏହାର ତାଜା ପତ୍ର ନେବେ ଆଉ ବାଟୀ ଏହାର ରସ କାଢି ନେବେ।ତାପରେ ତାର ରସ ଗୋଟେରୁ ଦୁଇ ଚାମୁଚ ନେବେ ଓ ସେଥିରେ ପାଣି ମିଶେଇ ନେବେ ତାପରେ ଏହି ରସକୁ ଆପଣ ନିଜ ନାକରେ ଦିନରେ ୩-୪ ଥର ପକେଇବେ ଆପଣଙ୍କ ଥଣ୍ଡା କାଶ ଆଦି ରୋଗ ସବୁ ବହୁତ ଶିଘ୍ର ଭଲ ହୋଇଯିବ।
ଆସନ୍ତୁ ଜାଣିବା ଯେଉଁମାନଙ୍କୁ ହଜମରେ ଅସୁବିଧା ହୋଇଥାଏ,ଯେମିତି ଭୋକ ଲାଗେ କିନ୍ତୁ ଖାଇବାକୁ ଇଛା ହୁଏନି।ସେଥିପାଇଁ ଆପଣ କଣ କରିବେ ନା ଆପଣ ଖାଇବା ସହିତ ବ୍ୟବହାର କରି ପାରିବେ। ଏହାର ପତ୍ର ନେବେ ଓ ପୋଦିନା ପତ୍ରକୁ ନେଇ ସେଥିରେ ଅଳ୍ପ ରସୁଣ ଓ ଲୁଣ ମିଶେଇ ତାର ଚଟଣି ପ୍ରସ୍ତୁତ କରିନେବେ।ଆଉ ଖାଦ୍ୟ ଖାଇଲା ବେଳେ ଏହାକୁ ଚଟଣି ଭଳି ଖାଇବେ।ଏହା ଆପଣଙ୍କ ହଜମ ପ୍ରକ୍ରିୟା ଭଲ କରିବ ଓ ଖାଦ୍ୟକୁ ଝଜମ କରିବ,ଭୋକ ବଢେ଼ଇବାରେ ସାହାଯ୍ୟ କରିବ।ଯଦି ଆପଣ ଏମିତି ନକରି ପାରୁଛନ୍ତି ତାହେଲେ ଆପଣ ଏହାର ପତ୍ରର ରସକୁ ନେବେ ଓ ଦିନରେ ୨ ଚାମୁଚ ମାତ୍ରରେ ୨ ଥର ପିବେ ଯାହାଫଳରେ ଏହା ଆପଣଙ୍କ ହଜମ ଜନିତ ଅସୁବିଧାକୁ ଠିକ କରିବ।
ଏବେ ଆସନ୍ତୁ ଜାଣିବା ଦାନ୍ତ ଜନିତ ସମସ୍ୟାରେ ଦାନ୍ତରେ ବିନ୍ଧା ବିନ୍ଧି ହେଉଛି,ଦାନ୍ତ ମାଢି ଦୁର୍ବଳ ହେଇଯାଇଛି,ଦାନ୍ତ ପୁଜଉଛି,ଦାନ୍ତ ସମ୍ପୂର୍ଣ୍ଣ ଭାବରେ ହଳଦିଆ ଓ ଅସନା ଦେଖାଯାଉଛି।ଏହିସବୁ ସମସ୍ୟାକୁ ଠିକ କରିବା ପାଇଁ ଆପଣ ଏହାର ଦୁଇଟି ପତ୍ରକୁ ଆଣିବେ ଆଉ ତାକୁ ବାଟୀ ଏହାର ଲେପ ପ୍ରସ୍ତୁତ କରିବେ,ତାଭିତରେ ୨ ବୁନ୍ଦା ଲେମ୍ବୁ ରସ ପକେଇବେ ଆଉ ତାଭିତରେ ଅଳ୍ପ ମାତ୍ରରେ ଲୁଣ ମିଶେଇ ନେବେ।ତାପରେ ଆପଣ ଏହି ମିଶ୍ରଣକୁ ନିଜ ବ୍ରସରେ ଲଗେଇ ଦାନ୍ତ ଘସିବାକୁ ଲାଗିବେ।ଆପଣ ଏହି ଭଳି ସପ୍ତାହରେ ୨-୩ ଥର କରିବେ ଆଉ ଧ୍ୟାନ ଦେବେ ବେଶି ନାହିଁ ମାତ୍ର ୨-୩ ମିନିଟ ପର୍ଯ୍ୟନ୍ତ ବ୍ରସ କରିବେ ତାପରେ ଆପଣ ଦେଖିବେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା ସବୁ ଦୁର ହୋଇଯିବ।
ଯେଉଁ ମହିଳାଙ୍କର ମାସିକ ଧର୍ମରେ ଅସୁବିଧା ହୋଇଥାଏ ତାହେଲେ, ଆପଣ ଏହାକୁ ବାଟୀ ଏଥିରେ ମିଶ୍ରି ମିଶେଇ ଦିନରେ ୩ ଥର ସେବନ କରୁଛନ୍ତି ତାହେଲେ ମହିଳାଙ୍କ ମାସିକ ଧର୍ମରେ କୌଣସି ଅସୁବିଧା ହେବ ନାହିଁ।ଯାହାକୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଅଛି ତାହେଲେ ଏହାକୁ ନେବେ ଓ ସୁଖେଇ ଗୁଣ୍ଡ କରିନେବେ।ତାପରେ ଏହାକୁ ସକାଳ ଓ ସନ୍ଧ୍ୟାରେ ଦିନରେ ୨ ଥର ଦହି ସହିତ ସେବନ କରିବା ଦ୍ୱାରା ଆପଣଙ୍କୁ କୋଷ୍ଠକାଠିନ୍ୟ ଜନିତ ସମସ୍ୟାରୁ ଆରାମ ମିଳିବ।ମୁହଁରୁ ଦୂର୍ଗନ୍ଧ ଆସିଲେ ଆପଣ ଏହାର ପତ୍ରକୁ ନେବେ ଓ ଦିନରେ ୩-୪ ଚୋବେଇବେ ଏହାଦ୍ଵାରା ଆପଣଙ୍କ ମୁହଁରୁ ଆଉ ଦୂର୍ଗନ୍ଧ ଆସିବ ନାହିଁ।ଚେହେରାରେ ସମସ୍ୟା ଥିଲେ ଟମାଟର ରସ ସହିତ ଆପଣ ଏହି ବନସ୍ପତି ରସ ମିଶେଇ ଲଗେଇବା ଦ୍ୱାରା ଆପଣଙ୍କ ଚେହେରାର ସବୁ ସମସ୍ୟାକୁ ଭଲ କରିଥାଏ।