ଆସନ୍ତୁ ଜାଣିବା ଘଣ୍ଟା ସହିତ ଜଡିତ କିଛି ଶୁଭ ଓ ଅଶୁଭ କଥା – ନିଶ୍ଚୟ ଜାଣିରଖନ୍ତୁ ଏହି କଥା…

ନମସ୍କାର, ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜି ଆମେ ଆପଣଙ୍କୁ ଜଣେଆଇବୁ କି ବାସ୍ତୁରେ ଘଣ୍ଟା ଲଗେଇବାର ଶୁଭ ଓ ଅଶୁଭ ଦିଗ ଅଛି।ଏହା ଆମ ଜୀବନ ଉପରେ ସକାରତ୍ମକ ଓ ନକାରାତ୍ମକ ଉଭୟ ଭାବରେ ପ୍ରଭାବ ପକାନ୍ତି କିନ୍ତୁ ଆମେ ଘଣ୍ଟା ସେଠି ଲଗେଇଥାଉ ଯେଉଁଠି ଆମେ ସହଜରେ ଦେଖି ପାରିବା ଏମିତି କରିବା ଦ୍ୱାରା ଆମକୁ ନକାରାତ୍ମକ ଶକ୍ତିର ଲାଭ ହୋଇଥାଏ।ଯାହାଦ୍ୱାରା ଆମକୁ ଭବିଷ୍ୟତରେ ନାନାଦୀ ବିପଦ ମାନଙ୍କର ସମ୍ମୁଖୀନ ହେବା କୁ ପଡିଥାଏ।
ମନରଖନ୍ତୁ ଆପଣ କେବେ କାହାକୁ ଘଣ୍ଟା ଉପହାରରେ ଦେବେନାହିଁ।କୁହାଯାଏ କି ଘଣ୍ଟାର କଣ୍ଟା ଆମକୁ ସମୟ ଡୋରୀରେ ବାନ୍ଧି ଥାଏ।କଣ ପାଇଁ ନା ଆପଣଙ୍କ ଭଲ ସମୟ ସହିତ ଆପଣଙ୍କ ଖରାପ ସମୟବି ତା ପାଖକୁ ଯାଇଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ଲାଗିଥିବ ଘଣ୍ଟା ବହୁତ କିଛି କହୁଛି।ଆପଣଙ୍କ ଘରେ,କାର୍ଯ୍ୟାନୁଷ୍ଠାନ ରେ ବ୍ୟବହୃତ ହେଉଥିବା ଘଣ୍ଟା ଆପଣଙ୍କର କିପରି ଉପଯୋଗୀ ହେବ ଓ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ଆମେ ଜାଣିବା।
ଆମେ ବାସ୍ତୁଶାସ୍ତ୍ର କୁ ମାନିବାତ ଆମ ଘରର ଦକ୍ଷିଣ ପଟ କାନ୍ଥରେ ଘଣ୍ଟା ଲଗେଇବା ଉଚିତ ନୁହେଁ।କାହିଁକି ନା ଘରର ଦକ୍ଷିଣ ଦିଗ ଯମଙ୍କ ଦିଗ ଅଟେ।ଚିନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଏ ଦିଗରେ ଘଣ୍ଟା ଲଗେଇବାର ଅର୍ଥ ବ୍ୟକ୍ତିର ପ୍ରଗତିରେ ବାଧା ସୃଷ୍ଟି କରିବା ସଙ୍ଗେ ସମାନ ହୋଇଥାଏ।ଘରେ ଅବସ୍ଥିତ ସଦସ୍ୟ ମାନଙ୍କ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପକାଏ।ଏ ଦିଗରେ ଆପଣ ଘଣ୍ଟା ନ ଲଗେଇ ଘରର ମୁଖ୍ୟ ସଦସ୍ୟଙ୍କ ଫଟୋ ଲଗେଇବା ଉଚିତ,ଏମିତି କରିବା ଦ୍ୱାରା ଘରର ମୁଖ୍ୟ ଲୋକଙ୍କର ଦେହ ଭଲ ରହିବ।
ଦକ୍ଷିଣ ଦିଗରେ ନକାରାତ୍ମକ ଶକ୍ତି ବେଶି ବାହାରେ ସେ ଠାରେ ଘଣ୍ଟା ଲଗେଇବା ଦ୍ୱାରା ଆମ ଧ୍ୟାନ ବାରବାର ସେ ଦିଗକୁ ଯିବ ଯାହାଫଳରେ ଆମ ମନରେ ନକାରାତ୍ମକ ଭାବ ସୃଷ୍ଟି ହେବ।ଘରର କବାଟ ଯଦି ଦକ୍ଷିଣ ଦିଗରେ ଅଛି ତାହେଲେ ସେ କବାଟ ଉପରେ ଘଣ୍ଟା ଲଗେଇବେନି ଯାହାଦ୍ୱାରା ଯାତାୟତ କରୁଥିବା ସମୟରେ ଉର୍ଯା ପ୍ରଭାବିତ ହୋଇଥାନ୍ତି।ଖରାପ ଘଣ୍ଟା ଘରେ ରହିବା ଦ୍ୱାରା ଆମମାନଙ୍କର ସମ୍ପର୍କ ଖରାପ ହୋଇଥାଏ।
ଆପଣ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ ଲାଗିଥିବା ଘଣ୍ଟା ବହୁତ ଦିନ ହବ ବନ୍ଦ ପଡିଥିବ।ଆଉ ଆମକୁ ଏହା ବିଷୟରେ ଜଣାବିନଥିବ କାରଣ ଏହା ଏକ ସାଧାରଣ କଥା କାହିଁକିନା ଆଜିକାଲି ଲୋକମାନେ ନିଜ ମୋବାଇଲରେ ସମୟ ଦେଖି ଦେଉଛନ୍ତି।ବନ୍ଦ ଥିବା ଘଣ୍ଟା ଘରେ ଭଲ ପ୍ରଭାବକୁ ଖରାପ କରି ନକାରାତ୍ମକ ପ୍ରଭାବକୁ ବଢ଼େଇଥାଏ।ଏହି ଭଳି ଘଣ୍ଟାକୁ ବହୁତ ଶିଘ୍ର କାଢି ନୂଆ ଘଣ୍ଟା ଲଗେଇବା ଉଚିତ।
ବାସ୍ତୁଶାସ୍ତ୍ର ଅନୁସାରେ ସମୟ ଠାରୁ ପଛେଇ ଚାଲୁଥିବା ଘଣ୍ଟା ଭଲ ଫଳ ଦେଇନଥାଏ।କେବଳ କାନ୍ଥରେ ଲାଗିଥିବା ଘଣ୍ଟା ନୁହେଁ ଅନ୍ୟ ଘଣ୍ଟା ଗୁଡିକବି ଓ ଅନ୍ୟ ଵସ୍ତୁ ଗୁଡିକ ଯଦି ଖରାପ ହୋଇ ବହୁତ ଦିନ ହବ ବ୍ୟବହାରରେ ଆସିନଥାଏ ତାହେଲେ ତାକୁ ସଜାଡି ବ୍ୟବହାରରେ ଆଣିବା ଉଚିତ।ଆଉ ଘଣ୍ଟା ବନ୍ଦ ହେବା ଅସୁବିଧା ଉପରେ ଧ୍ୟାନ ଦେବା ସହିତ ଯେପରି ଘରର କୌଣସି ଗୋଟେ ଘଣ୍ଟା ଉପରେ ଯେମିତି ଧୂଳି ନଲାଗିଥିବ ସେଥି ପ୍ରତି ବିଶେଷ ଧ୍ୟାନ ଦେବେ।
ବାସ୍ତୁଶାସ୍ତ୍ର କହୁଛିକି ଯଦି ଆପଣ ଯେକୌଣସି ଘଣ୍ଟା ଠାରୁ ଲାଭ ଉତ୍ତତ୍ପନ କରେଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଘରେ ମଧୁର ଧ୍ଵନି ଉତ୍ତତ୍ପନ କରୁଥିବା ଘଣ୍ଟାକୁ ଆଣି ରଖିବା ଉଚିତ।ବହୁତ ଲୋକ ଘଣ୍ଟାକୁ ବହୁତ ଭୁଲ ଜାଗାରେ ଲଗେଇବା ଶହ ବହୁତ ଭୁଲ ଜାଗାରେ ମଧ୍ୟ ଥୋଇଦେଇ ଥାଆନ୍ତି।ଏହା ଉପରେ ବହୁତ ତର୍କ ବିତର୍କ ମିଶ୍ରିତ ଅଛି।ବିଜ୍ଞାନ ଅନୁସାରେ କେବେବି ଘଣ୍ଟାକୁ ତକିଆ ତଳେ ପୁରେଇ ଶୋଇବା ଉଚିତ ନୁହେଁ।ଏହା ଦ୍ୱାରା ଆମକୁ ଭଲ ଭାବରେ ନିଦ ହୁଏନି ଓ ଆମ ମସ୍ତିସ୍କ ଓ ହୃଦୟ ଉପରେ ଖରାପ ପ୍ରଭାବ ପକେଇଥାଏ।
ଆପଣ ଭାବୁଥିବେ ଘଣ୍ଟା ଲଗେଇବା ପାଇଁ କେଉଁ ଦିଗ ଉଚିତ ଅଟେ।ଏହାକୁ ଘରର ପୂର୍ବ,ପଶ୍ଚିମ,ଉତ୍ତର ଦିଗରେ ସ୍ଥାପନ ଥିବା କବାଟ ଉପରେ ଲଗେଇବା ଉଚିତ ଏହା ଆମ ଘରକୁ ସକାରାତ୍ମକ ଭାବ ଆଣିବାକୁ ଚେଷ୍ଟା କରିଥାଏ।ଯଦି ଆପଣ ଘରେ ସକାରାତ୍ମକ ଭାବ ଆଣିବାକୁ ଚାହୁଁଛନ୍ତି ଆପଣ ଘରେ ପେଣ୍ଡୁଲମ ଘଣ୍ଟା ବ୍ୟବହାର କରିବା ଉଚିତ।ଏହି ପ୍ରକାର ଘଣ୍ଟାକୁ ଘରର ବସିବା ଘରେ ରଖିବା ଉଚିତ।ଘଣ୍ଟାର ସଠିକ ଆକୃତି ଯେପରି ଗୋଲ,ଚାରିକଣିଆ,ଷଡ଼ଭୁଜ ଓ ଅଷ୍ଟଭୁଜା ବିଶିଷ୍ଟ ଘଣ୍ଟା ଘରେ ସକାରାତ୍ମକ ଭାବ ଆଣିଥାଏ।