ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କର ପୁଅ ଆଜି କରୁଛି ବଲିଉଡରେ ରାଜୁତି, ନାମ ଜାଣିଲେ ଆପଣ ମଧ୍ୟ ବିସ୍ମିତ ହୋଇଯିବେ…

90ଦଶକରେ ମନୋରଞ୍ଜନ ର ନିଜର ଏକ ମଜା ଥିଲା। ସେହି ସମୟରେ ଟିଭିରେ ଅଧିକ କାର୍ଯ୍ୟକ୍ରମ ତ ଆସୁନଥିଲା କିନ୍ତୁ ଯାହା ମଧ୍ୟ ଆସୁଥିଲା ତାହା ଏକଦମ ଦମଦାର ଥିଲା। ସେହି ସମୟରେ ଟିଭିରେ କେବଳ ଏକ କିମ୍ବା ଦୁଇ ଚାନେଲ ଆସୁଥିଲା ଯେଉଁ କାରଣରୁ ତାହାକୁ ଆମେ ବହୁତ ମନ ଦେଇ ଦେଖୁଥିଲେ। ଆପଣଙ୍କର ମନେ ଥିବ ବିଗତ ସମୟରେ ଟିଭିରେ ଅନେକ ଗୁଡିଏ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରିତ କରାଯାଉଥିଲା ଯାହାର ନିଜ ଲୋକଙ୍କ ସହିତ ଦେଖିବାର ବହୁତ ଆନନ୍ଦ ଥିଲା। ସେହି ଧାରାବାହିକ ମାନଙ୍କ ମଧ୍ୟରୁ B R ଚୋପ୍ରାଙ୍କର ମହାଭାରତକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ।
B R ଚୋପ୍ରାଙ୍କର ମହାଭାରତରେ ପ୍ରତ୍ୟେକ ଚରିତ୍ରକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ପଛକେ ସେ କୃଷ୍ଣ ହୁଅନ୍ତୁ, ଅର୍ଜୁନ କିମ୍ବା ମହାରଥୀ କର୍ଣ୍ଣ । ଏସବୁ ଚରିତ୍ର ମାନଙ୍କର ଅଭିନୟ ଏତେ ଭଲ ଥିଲା ଯେ ଯାହାକୁ ଦେଖି ଲଗୁନଥିଲା ଯେ ଏହା କେବଳ ଏକ ନାଟକ ଅଟେ ପରନ୍ତୁ ଏକ ଅସଲି ଛବି ଦୃଶ୍ୟ ହେଉଥିଲା ପ୍ରତ୍ୟେକ ଚରିତ୍ରରେ ।
ଏମାନଙ୍କ ମଧ୍ୟରୁ ମହାରଥୀ କର୍ଣ୍ଣ ଙ୍କର ଚରିତ୍ର ନିର୍ବାହ କରିଥିବା ପଙ୍କଜ ଧୀର ଯିଏ ନିଜର ଉଚ୍ଚକୋଟିର ଅଭିନୟ ଏବଂ ଦମଦାର ସ୍ଵର ଦ୍ଵାରା ଏହି ଚରିତ୍ରକୁ ଜୀବନ କରି ତୋଳିଥିଲେ ଯାହାଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ମହାଭାରତରେ ନିଜର ଅଭିନୟର ଯାଦୁ ଦେଖାଇଥିବା ପଙ୍କଜ ଧୀର ଧୀରେଧିରେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଦେଲେ ତ ସେଠାରେ ମଧ୍ୟ ଲୋକଙ୍କୁ ନିଜର ଅଭିନୟ ଦ୍ଵାରା ଆପଣେଇ ନେଲେ। ପଙ୍କଜ ଧୀର ଅଙ୍କେ ଗୁଡିଏ ହିଟ ଫିଲ୍ମ ଦେଇଛନ୍ତି ଯେପରିକି ସୋଲଜର, ବାଦଶାହ, ଜମୀନ, ଟାର୍ଜନ-ଦ ୱାଣ୍ଡର କାର, ଗିପ୍ପୀ, ଅନ୍ଦାଜ ।
ପଙ୍କଜ ଧୀରଙ୍କ ବିଷୟରେ ତ ଆପଣମାନେ ସମସ୍ତେ ବହୁତ କିଛି ଜାଣନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ପୁତ୍ରଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏ ତାଙ୍କ ଭଳି ଅଭିନୟରେ ଦକ୍ଷ ଅଟନ୍ତି ଏବଂ ଆଜିର ସମୟରେ ସେ ବଲିଉଡ ସହିତ ସାଉଥର ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକପ୍ରିୟ ଅଟନ୍ତି। ତେବେ ଆସନ୍ତୁ ଏବେ ଆପଣଙ୍କୁ ଜଣେଇବୁ ଯେ କିଏ ଅଟନ୍ତି ପଙ୍କଜ ଧୀରଙ୍କର ପୁଅ ।
ଆପଣ ମାନେ ସମସ୍ତେ ବଲିଉଡର ସବୁଠାରୁ ବଡ ହିଟ ଫିଲ୍ମ ବାହୁବଳୀ ତ ନିଶ୍ଚିତ ଦେଖିଥିବେ ଯାହାକୁ ବହୁତ ପସନ୍ଦ କରାଯାଇଥିଲା ଏବଂ କେବଳ ଫିଲ୍ମକୁ ନୁହେଁ ବରଂ ପଙ୍କଜ ଧୀରଙ୍କର ସୁପୁତ୍ରର ଚରିତ୍ରକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା । କିଛି ସ୍ମରଣ ହେଲା ଆପଣଙ୍କର , ଯଦି ନାହିଁ ତେବେ ଜାଣିନିଅନ୍ତୁ ଯେ ସେ ଅନ୍ୟ କେହି ନୁହନ୍ତି ବରଂ ନିକେତନ ଧୀର ଅଟନ୍ତି। ହଁ ଆଜ୍ଞା ସେହି ନିକେତନ ଯାହାଙ୍କୁ ଆପଣ ଉଚ୍ଚକୋଟିର ଫିଲ୍ମରେ ଦେଖିଛନ୍ତି ଏବଂ ସେଥିରେ ନିକେତନଙ୍କର ଚରିତ୍ରକୁ ବହୁତ ପସନ୍ଦ କରାଯାଇଥିଲା ।
ବର୍ତ୍ତମାନ ଯାଏ ନିକେତନଙ୍କର ଫିଲ୍ମ କ୍ୟାରିଆରର କଥା କୁହାଯାଏ ତ ସେ ଅନେକ ଫିଲ୍ମ କରିସାରିଛନ୍ତି ଯେପରିକି ଚେନ୍ନାଇ ଏକ୍ସପ୍ରେସ, ଯୋଦ୍ଧା ଆକବର, ମିଶନ ଇସ୍ତାନବୁଲ, ରେଡି, ଦବଙ୍ଗ 2, କାଞ୍ଚେ, ହାଉସଫୁଲ3, ଫ୍ରେକି ଅଲି । ଆପଣଙ୍କୁ ଜଣେଇଦେବୁ ଯେ ଫିଲ୍ମ ବ୍ୟତିତ ନିକେତନ ଟିଭି ଶୋ ମାନଙ୍କରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି। ମୁଖ୍ଯତଃ ନିକେତନ ଧୀରଙ୍କର ଖାସ କଥା ଏହା ଯେ , ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ ଫିଲ୍ମ ମାନଙ୍କର ଭିଲେନର ଚରିତ୍ର କରିଛନ୍ତି, ଯାହାକୁ ଦର୍ଶକ ମାନଙ୍କ ଦ୍ଵାରା ବହୁତ ପସନ୍ଦ ମଧ୍ୟ କରାଯାଇଛି ।
ବଲିଉଡରେ ଚେନ୍ନାଇ ଏକ୍ସପ୍ରେସ ଭଳି ଉଚ୍ଚକୋଟୀର ଫିଲ୍ମ କରିଥିବା ନିକେତନ ଧୀରଙ୍କର ଜନ୍ମ 17ମାର୍ଚ 1980ରେ ରେ ମୁମ୍ବାଇରେ ହୋଇଥିଲା ଏବଂ ନିକେତନ ଆଶୁତୋଷ ଗୋୱାରୀକରଙ୍କର ଫିଲ୍ମ ଯୋଦ୍ଧା ଆକବର ରେ 2008ମସିହାରେ ନିଜର ଫିଲ୍ମ କ୍ୟାରିଆରର ଆରମ୍ଭ କରିଥିଲେ ଏବଂ ଏହିଠାରୁ ଆରମ୍ଭ ହୋଇଥିଲା ନିକେତନଙ୍କର ଫିଲ୍ମର ବଲିଉଡରେ ଏକ ରୋମାଞ୍ଚ ଭରା ଯାତ୍ରା। ଆପଣଙ୍କୁ ଜଣେଇଦେବୁ ଯେ ନିକେତନ ଧୀର ପ୍ରସିଦ୍ଧ ଅଭିନେତ୍ରୀ କୃତିକା ସେନେଗାରଙ୍କୁ ବିବାହ କରିଛନ୍ତି ।