ଆସନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ..

ଆଜି ଆମେ ଜାଣିବା ବୃଷଭ ରାଶି ବିଷୟରେ,କେଉଁ ବୟସରେ ତାଙ୍କର ଭାଗ୍ୟ ଖୋଲିଥାଏ ?ଆପଣ ନିଜ ଭାଗ୍ୟର ସାଥି ନପାଇଲେ କଣ କରିବେ ?ବୃଷଭ ରାଶିର ଦେବତା ଶୁକ୍ର ଦେବ ଅଟନ୍ତି,ଯାହାଦ୍ୱାରା ବ୍ୟକ୍ତି ଆକର୍ଷକ ହୋଇଥାଏ।ବୃଷଭ ରାଶିକୁ ନକ୍ଷେତ୍ର ଅନୁସାରେ ୩ ଭାଗରେ ବିଭକ୍ତ କରାଯାଇ ଅଛି।ପ୍ରଥମେ ଆସିବ କ୍ରିତ୍ତିକା ନକ୍ଷେତ୍ର,ଆପଣଙ୍କ ସ୍ୱାମୀ ଭଗବାନ ସୁର୍ଯ୍ୟ ଅଟନ୍ତି।ଆଉ ଏହି ନକ୍ଷେତ୍ରରେ ଜନ୍ମିତ ବ୍ୟକ୍ତି ଉତ୍ସାହରେ ପରିପୂର୍ଣ୍ଣ ହୋଇଥାନ୍ତି।ତାପରେ ଆସିବେ ରୋହିନୀ ନକ୍ଷେତ୍ରରେ ଜନ୍ମ ହୋଇଥିବା ଲୋକ,ଏମାନଙ୍କ ର ସ୍ୱାମୀ ଚନ୍ଦ୍ରମା ଅଟନ୍ତି।ଏମାନେ ମମତା ଶୀଳ ଲୋକ ଅଟନ୍ତି।ମୃଗ ଶିରା ବୃଷଭ ରାଶି।ଏମାନଙ୍କ ସ୍ୱାମୀ ମଙ୍ଗଳ ଅଟନ୍ତି।ସବୁ କାମ ନିଜେ ପୁର୍ଣ୍ଣ କରି ଛାଡ଼ନ୍ତି।
ବୃଷଭ ରାଶିର ଲୋକ ବହୁତ ସୁନ୍ଦର ଅଟନ୍ତି।ଏମାନଙ୍କ ର ଚୁଟି ଗହଳିଆ ଓ ଓଠ ସୁନ୍ଦର ହୋଇଥାଏ।ଏମାନେ ଯେଉଁଠି ରହିବେ ନିଜର ଗୋଟେ ଆଲଗା ପରିଚୟ ସୃଷ୍ଟି କରନ୍ତି।ଏମାନ ମଝିରେ ମଝିରେ ଅଳସୁଆ ହୋଇଥାନ୍ତି।ବହୁତ ପଇସା ରୋଜଗାର କରନ୍ତି କିନ୍ତୁ ପଇସା ଏମାନଙ୍କ ପାଖରେ ରହେ ନାହିଁ।ଏମାନେ ସାଧାରଣ ଡ୍ରେସ ପିନ୍ଧିବା ଅପେକ୍ଷା ଗାର ଗାର ଡ୍ରେସ ପିନ୍ଧିବାକୁ ଭଲ ପାନ୍ତି।ଆପଣ ବହୁତ ଭଲ ବ୍ୟବସାୟୀ ହେବା ସହିତ ବହୁତ ଭଲ କଳାକାର ମଧ୍ୟ ହୋଇଥାନ୍ତି।କଠିନ ପରିଶ୍ରମ ଦ୍ୱାରା ସବୁ କାର୍ଯ୍ୟ ଭଲ ଭବାରେ କରିଥାନ୍ତି ଆଉ ବେଶି ଶିଘ୍ର ରାଗି ନଥାନ୍ତି।ଆଉ ରାଗି ଗଲେ ନିଜ ରାଗ ଉପରେ ଆପଣଙ୍କ ନିୟନ୍ତ୍ରଣ ନଥାଏ।
ଏମାନେ ବହୁତ ସଚ୍ଚୋଟ ଅଟନ୍ତି ଓ କାହାର ଭରସା ଏମାନେ ଭାଙ୍ଗି ନଥାନ୍ତି।ବହୁତ ଭଲ ଉପାୟରେ ନିଜ ସମ୍ପର୍କକୁ ନିୟନ୍ତ୍ରଣ କରିଥାନ୍ତି।ଆଉ ଏମାନଙ୍କ ସହିତ ଭଲ ଭବାରେ ବ୍ୟବହାର କରିବା ଉଚିତ ଯଦି ଆପଣ ଏମାନଙ୍କୁ ଅହଂକାର ଦେଖେଇବେ ତାହେଲେ ଏମାନଙ୍କ ଭିତରେ ମଧ୍ୟ ଅହଂକାର ଲୁଚି ରହିଥାଏ।ଏମାନେ ସବୁ କାମକୁ ବ୍ୟବସ୍ଥିତ ଉପାୟରେ କରିଥାନ୍ତି।ଆପଣ ଶୁକ୍ର ଥିବା କ୍ଷେତ୍ରରେ ନିଜ ଭବିଷ୍ୟତ ତିଆରି କରିବେ ତାହେଲେ ବହୁତ ଭଲ ହୋଇଥାଏ।ଆପଣ ନିଜ ଧର୍ଯ୍ୟ ର ସହିତ କାମ କରିଥାନ୍ତି ଓ କୌଣସୀ ଜିନିଷର ଖାତିର ଆପଣ କରି ନଥାନ୍ତି।ନିଜ ରାସ୍ତା ନିଜେ ତିଆରି କରନ୍ତି ଓ ନିଜ ରାସ୍ତାରର ନିଜେ ଚାଲନ୍ତି ଓ ବେଳେ ବେଳେ ଅନ୍ୟ କଥା ନଶୁଣିବା ଦ୍ୱାରା ଅସୁବିଧାରେ ପଡ଼ିଥାନ୍ତି।
ଏମାନଙ୍କ ସ୍ଵଭାଵ ପାଇଁ ଏମାନଙ୍କ ବହୁତ ଅଧିକ ଶତ୍ରୁ ହୋଇଥାନ୍ତି।ଆପଣଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଗ୍ରହ ହେଉଛି ବୁଧ,ଆଉ ଆପଣଙ୍କ ପାଇଁ ସବୁଠାରୁ ଭଲ ବେପାର ଫଳ,ପନି ପରିବା,ଅତରର ବେପାର,ସୌନ୍ଦର୍ଯ୍ୟ ପ୍ରଶାଧନ ର ବେପାର,ଆପଣଙ୍କ ପାଇଁ ସର୍ବୋତ୍ତମ ହୋଇଥାଏ।ଏମାନେ ବେପାରରୁ ବହୁତ ଭଲ ଲାଭ କରିଥାନ୍ତି।ଆପଣ ନିଜ କାର୍ଯ୍ୟ ସ୍ଥାନରେ ଗଣେଶ ଭଗବାନଙ୍କୁ ସ୍ଥାପନା କରିବେ ଓ ନିଜ କାର୍ଯ୍ୟ ସ୍ଥଳୀରେ ଦୁବ ଘାସ ଅର୍ପଣ କରିବେ।ଯାହାଦ୍ୱାର ଆପଣଙ୍କୁ ବେପାରରେ ଲାଭ ମିଳିବ।ଏଠାରେ ବୁଧ ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥାଏ ଆପଣଙ୍କ ବେପାରକୁ ଆଗକୁ ବଢ଼େଇବା ପାଇଁ।
ଦ୍ୱିତୀୟ ପଟରେ ଯଦି କଥା ହେବା ତାହେଲେ ଆପଣଙ୍କ ମାଲିକ ଶୁକ୍ର ଦେବ ଅଗନ୍ତି।ଆପଣ ବହୁତ ଧନ ବାନ ହୋଇଥାନ୍ତି କିନ୍ତୁ ଆପଣଙ୍କୁ ଯେତେବେଳେ ପଇସାର ଆଵଶ୍ୟକତା ହୋଇଥାଏ ଆପଣଙ୍କ ପାଖରେ ପଇସା ନଥାଏ।ଚାନ୍ଦିର ସାଧା ମୁଦି ଶୁକ୍ରବାର ଦିନ ମଝି ଆଙ୍ଗୁଳିରେ ପିନ୍ଧିବା ଉଚିତ।ଅଧିକ ପରିଶ୍ରମ କରିବା ପରେ ବୟସର ୨୯,୩୮,୫୬ ବର୍ଷରେ ଧନ ପ୍ରାପ୍ତି ହୋଇଥାଏ।ଆପଣ ଧଳା ମୋତିର ମାଳା ଧାରଣ କରିବା ଉଚିତ।ଧାରଣ କରିବା ପୂର୍ବରୁ ମା ଲକ୍ଷ୍ମୀଙ୍କ ମନ୍ତ୍ର ଉଚ୍ଚାରଣ କରି ନିଅନ୍ତୁ।ଆପଣଙ୍କୁ ଶନି ଭଗବାନଙ୍କ କାରଣରୁ ଅଧିକ ବଦନାମୀ ହୋଇଥାଏ।ଯଦି ଆପଣଙ୍କ ରାଶିରେ ଶନି ଦେବ ଅନୁକୂଳ ନାହାନ୍ତି ତାହେଲେ ଜୀବନରେ କୌଣସି ଭାଗ ସଠିକ ହୋଇନଥାଏ।ଓଁ ସଂ ଶନିଶ୍ଚରାୟ ନମଃ ଏହି ମନ୍ତ୍ର ସନ୍ଧ୍ୟା ସମୟରେ ମନଇଚ୍ଛା ଯେତେଥର ଉଚ୍ଚାରଣ କରିପାରିବେ।ପ