ଶ୍ବାସ ଅଥବା ଆସ୍ଥାମା କୁ ଠିକ କରିବାର ସବୁଠୁ ଉତ୍ତମ ଉପାୟ – ବର୍ଷା ଦିନରେ ନିଶ୍ଚୟ ଜାଣିରଖନ୍ତୁ ..

ଆମ ଦୈନନ୍ଦିନ ଜୀବନର ସବୁଠୁ ସାଧାରଣ ବେମାରି ମାନଙ୍କ ମଧ୍ୟରୁ ଆସ୍ଥାମା ଅନ୍ୟତ୍ତମ ଅଟେ। ଏହା ପ୍ରାୟତଃ ବହୁତ ଲୋକଙ୍କ ଭିତରେ ଥାଏ ଆଉ ବହୁତ ସମୟରେ ଏହା ଆମ ପାଇଁ ମରଣାନ୍ତକ ବି ହେଇଥାଏ। ମାତ୍ର ଏହାର ଚିକିତ୍ସା ଆଜି ଯାଏ ବାହାରି ନାହିଁ। ଏଲୋପାଥି ଅଥବା ମଡ଼ର୍ଣ ସାଇନ୍ସ ରେ ଏହାର କିଛି ବି ଚିକିତ୍ସା ହିଁ ନାହିଁ। ଆସ୍ଥାମା ହେବାର କାରଣ କଣ। ଆମ ଫୁସଫୁସ ଭିତରେ ଅନେକ ସରୁ ନାଳୀ ରହିଥାଏ ଯାହାକୁ କି ବ୍ରୋକିଂଓସ କୁହାଯାଏ। ଏଗୁଡିକ ମଧ୍ୟରୁ ସବୁଠୁ ସରୁ ନାଳୀ ହି ଆମ ଆସ୍ଥାମା ହେବା ପାଇଁ ସବୁଠୁ ଅଧିକ ଦାୟୀ ହେଇଥାଏ। ଏହାର ଭିତର ପରସ୍ତ ରେ ମଇଳା ଅଥବା ଫୁଲିଯିବା ଦ୍ୱାରା ଆମକୁ ନିଶ୍ୱାସ ନେବା ତଥା ଛାଡିବା ରେ ଅସୁବିଧା ହୁଏ। ଏହାକୁ ହି ଆସ୍ଥାମା କୁହନ୍ତି।
ଏହା ବିଭିନ୍ନ ବାହ୍ୟ କାରଣ ରୁ ବି ହେଇପାରେ ଯେପରି କି ବିଭିନ୍ନ ଧୁଳି ଅଥବା ମଇଳା। ଆଉ ଏହା କିଛି କଫ କାରଣ ରୁ ବି ହେଇପାରେ। ମାତ୍ର ଏହାର କିଛି ବି ଚିକିତ୍ସା ନାହିଁ ତେଣୁ ଆସ୍ଥାମା ହେବା ପରେ ଡକ୍ଟର ମାନେ କେବଳ ଏହାର ପ୍ରଭାବ କୁ କମେଇବା ପାଇଁ ଔଷଧ ଦିଅନ୍ତି। ମାତ୍ର କିଛି ପ୍ରାକୃତିକ ଉପାୟ ରେ ଆମେ ଏହାକୁ ଦୂର କରିପାରିବା। ତ ଆଜି ଆମେ ସେହିପରି କିଛି ଉପାୟ ଜାଣିବା।
ପ୍ରଥମ ଉପାୟ କରିବା ପାଇଁ ଆପଣଙ୍କୁ ଦରକାର, ପିଆଜ , ଅଦା, ତୁଳସୀ ଆଉ ମହୁ। ଆସ୍ଥାମା ରେ ପିଆଜ ର ସେବନ ଅଧିକ କରିବା ଦରକାର। ଏକ ସ୍ଟଡି ରୁ ଯାହା ଜଣା ପଡେ କି ଗରମ ଦିନ ମାନଙ୍କରେ ପିଆଜ ରେ ଥିବା ଆଣ୍ଟି ଇଂଫ୍ଲାମେଟ୍ରି ଧର୍ମ ଆସ୍ଥାମା ପାଇଁ ଉପଯୋଗୀ ହେଇଥାଏ।
ଏହାକୁ ତିଆରି କରିବା ପାଇଁ ଆପଣ ଅଧା ପିଆଜ, ଅଧା ଆଙ୍ଗୁଳି ବରାବର ଏକ ଅଦା ନେଇକି ତାକୁ ପ୍ରାୟ ୪ କି ୫ଟି ତୁଳସୀ ପତ୍ର ସହ ମିସେଇକି ବାଟି ଦିଅନ୍ତୁ। ତା ପରେ ଆପଣ ତାକୁ ଏକ ଛଣା ସାହାଯ୍ୟ ରେ ଛାଣି ତାର ରସ ବାହାର କରନ୍ତୁ। ତା ପରେ ଆପଣ ସେହି ରସ କୁ ଏକ ଗ୍ଲାସ ରେ ଗୋଟେ ଚାମଚ ପକାନ୍ତୁ ଆଉ ସେଥିରେ ଦୁଇ କି ତିନି ଟୋପା ମହୁ ମିଶାନ୍ତୁ। ତା ପରେ ଆପଣ ସେହି ଡ୍ରିଙ୍କ ପ୍ରସ୍ତୁତ କରିପାରିବେ। ଆପଣ ଏହାକୁ ସକାଳୁ ବ୍ରେକ ଫାଷ୍ଟ ସହିତ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ଆସ୍ଥାମା ଠିକ ହେଇପାରିବ।
୨: ଦ୍ୱିତୀୟ ଯାହା ଉପାୟ ତାହାର ବ୍ୟବହାର ପାଇଁ ଆପଣ ଇଂହେଲର ଭାବେ ଏହାକୁ ବ୍ୟବହାର କରନ୍ତୁ। ଆପଣ ମହୁ ଆଉ ଭୀମସେନି କର୍ପୂର ଆଣି ତାକୁ ଏକ ଜାର ରେ ମିସେଇକି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ତାକୁ ଆପଣ ବନ୍ଦ କରି ରଖି ଦିଅନ୍ତୁ ଆଉ ସେଥିରେ ଆପଣ ଏକ ଘଣ୍ଟା ର ବ୍ୟବଧାନ ଭିତରେ ହି ତାକୁ ଶୁଙ୍ଘିବାକୁ ଲାଗନ୍ତୁ। ଏହାଦ୍ୱାରା ଆପଣଙ୍କ ଆସ୍ଥାମା ଠିକ ହେବ ଆଉ ଫୁଲା କମିଯିବ।