March 24, 2025

Odia Express

Leading Odia News Portal of Odisha

କିସମିଶ ବନାନ୍ତୁ ଏବେ ଘରେ ବିଲକୁଲ ବଜାର ଭଳି,ଉପାୟ ଜାଣିଲେ ଚକିତ ହୋଇଯିବେ…

ଆପଣ ମାନଙ୍କୁ ଲାଗୁଥିବ କି କିସମିଶ ବନେଇବା ବହୁତ କଷ୍ଟ ଅଟେ। ମାତ୍ର ଆପଣଙ୍କୁ କହି ରଖୁଛୁ କି ଆଜି ଆପଣ ଜାଣିବେ କି କିସମିଶ କିପରି ଆମେ ଘରେ ହିଁ ବନେଇ ପାରିବା। ତ ଆସନ୍ତୁ ଜାଣିବା। ଏହି ଋତୁରେ ଆମକୁ ଅଙ୍ଗୁରୁ ଅନେକ ପରିମାଣରେ ମିଳିବ ଆଉ ବହୁତ ଭଲ ପ୍ରକାରର ଅଙ୍ଗୁରୁ ମିଳିବ। ତ ଆପଣ ଏହି ସମୟରେ ଅଙ୍ଗୁରୁ କିଣିକି ରଖି ଦିଅନ୍ତୁ। ଆପଣ ଅଙ୍ଗୁରୁ କିଣିବା ପରେ ତାକୁ ଭଲ ଭାବରେ ସଫା କରିକି ରଖି ଦିଅନ୍ତୁ। ସଫା କରିବା ପରେ ଆପଣ ସେଥିରୁ ସବୁଠୁ ଭଲ ଭଲ ତଥା ଲମ୍ବା ଅଙ୍ଗୁରୁ କାଢ଼ିକି ରଖି ଦିଅନ୍ତୁ। ଆପଣ ଯେଉଁ ବି ଛୋଟ ଛୋଟ ଅଙ୍ଗୁରୁ ଦେଖୁଛନ୍ତି ଯାହା କି ନରମ ନରମ ଅଛି ତାକୁ ଆପଣ କାଢି ହି ଦିଅନ୍ତୁ। କାରଣ ତାହା ଆପଣଙ୍କ ପାଇଁ ଜମା ବି ଭଲ ହେଇ ପାରିବ ନାହିଁ। ଏହାର କିସମିଶ ବନେଇବା ଜମା ବି ଉଚିତ ନୁହଁ


ଆପଣ ସବୁ ଭଲ ଭଲ ଅଙ୍ଗୁରୁ କାଢି ଆଣନ୍ତୁ ଆଉ ତାକୁ ଆଣିକି ଏକ ପାତ୍ରରେ ରଖି ଦିଅନ୍ତୁ। ଆପଣ ସେହି ପାଣିକୁ ଗରମ କରନ୍ତୁ। ତାହା ଗରମ ହେବା ପରେ ଆପଣ ସେଥିରେ ଅଙ୍ଗୁରୁ ରଖନ୍ତୁ। ଆପଣ ତାକୁ ଭଲ ଭାବରେ ଫୁଟାନ୍ତୁ। ତା ପରେ ହି ଆପଣ ଅଙ୍ଗୁରୁ ପକାନ୍ତୁ। ପ୍ରାୟ ତିନିରୁ ଚାରି ମିନିଟ ଯାଏ ତାକୁ ଫୁଟେଇ ସାରିବା ପରେ ଆପଣ ତାକୁ ବାହାର କରନ୍ତୁ ଆଉ ଆପଣ ଦେଖନ୍ତୁ ଯେପରି କି ସମସ୍ତ କିସମିଶ ଉପରକୁ ଆସିଯିବ। ତା ପରେ ଆପଣ ଏକ ଛଣାରେ ତାକୁ ଛାଣି ଆଣନ୍ତୁ ଆଉ ଏକ ଫୁଟ ଥିବା ପାତ୍ରରେ ରଖି ଦିଅନ୍ତୁ।

ତା ପରେ ଆପଣ ତାକୁ ଆଣି ଏକ ପ୍ଲାଷ୍ଟିକ ଝୁଡ଼ି ଯେଉଁଥିରେ କି ଅଧିକ ଫୁଟ ଥିବ ଆଉ ତାହା ମାଟି ଠାରୁ ଟିକେ ଉଚ୍ଚା ହେଇଥିବ ସେଠିରର ରଖିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ତାହା ଉପରର ଏକ କଟନ ର କପଡା ପକାନ୍ତୁ ଆଉ ସେହି କିସମିଶ କୁ ତାହା ଉପରେ ପକାନ୍ତୁ। ଆମେ କପଡା ଏଥିପାଇଁ ଦେବା ଉଚିତ ଏହା ଦ୍ୱାରା ତାର ସମସ୍ତ ଓଆଣି ବାହାରି ଯିବ ଆଉ ଖରା ରେ ରଖିବା ଦ୍ୱାରା ତାହା ବହୁତ ଜଲଦି ଶୁଖିଯିବ।

ଆପଣ ତାକୁ ଟିକେ ପାଣି ବାହାରିଯିବା ପରେ ନେଇକି ଖରା ରେ ରଖି ଦିଅନ୍ତୁ। ଗରମ ଦିନ ମାନଙ୍କରେ ଏହା ବହୁତ ଜଲଦି ବନିକି ତିଆରି ହେଇଯିବ। ଆମେ ପ୍ରାୟ ୨୪ ଘଂଟାଏ ତାକୁ ସୁଖେଇବା ପରେ ହିଁ ତାହା ପୁରା ଶୁଖିଯିବ ଆଉ ଆମ ପାଇଁ ବହୁତ ଭଲ ହେଇଯିବ। ଆଉ ଶୀତ ଦିନ ମାନଙ୍କରେ ତାହା ପ୍ରାୟ ୨ ରୁ ୩ ଦିନ ବି ଲାଗି ପାରେ। ତ ଏହିପରି ଆମେ ବହୁତ ସାରା କିସମିଶ ତିଆରି କରି ପାରିବା। ଏହା ବଜାର ଠାରୁ ବାହିତ ଶସ୍ତା ଦାମରେ ଘରେ ତିଆରି ହେଇପାରିବ

Leave a Reply

Your email address will not be published. Required fields are marked *