March 24, 2025

Odia Express

Leading Odia News Portal of Odisha

ହୋଟେଲ୍ ରେ କରୁଥିଲେ ୱେଟରର ଚାକିରି, ଓ ଆଜି ହୋଇଯାଇଛନ୍ତି ବଲିଉଡ୍ ର ଅଭିନେତା – ଏବେ ତାଙ୍କ ଫିଲ୍ମ ଦେଖିବା ପାଇଁ ଲୋକ ୨ ବର୍ଷ ହେଲା ଅପେକ୍ଷା କରିଛନ୍ତି..

କେବେ ହୋଟେଲ୍ ରେ କରୁଥିଲେ ୱେଟରର କାମ, ଆଜି ହୋଇଯାଇଛନ୍ତି ବଲିଉଡ୍ ର ଷ୍ଟାର୍ । କାମ କରିବା ଲୋକ ସବୁବେଳେ କିଛି ନା କିଛି ପରିଶ୍ରମ ନିଶ୍ଚିତ କରିଥାଏ , କିନ୍ତୁ ଯଦି କେଉଁ ଫିଲ୍ମରେ ବଡ ତାରକା ହୋଇଥାଏ ତେବେ ସବୁ କ୍ରେଡିଟ୍ ସେ ହିଁ ନେଇଯାଇଥାଏ , କିନ୍ତୁ ଗୋଟେ ଫିଲ୍ମରେ ଏମିତି ବହୁତ ସାରା ଅଭିନୟ ଥାଏ ଯାହା ନିଜର ଉତ୍କୃଷ୍ଟ ଅଭିନୟ କରି ନିଜ କାମ କରିଥାନ୍ତି ଓ ତାଙ୍କୁ ପ୍ରଶଂସା କିଛି ଖାସ୍ ମିଳିପାରିନଥାଏ , ସେମିତି ଅଭିନେତାଙ୍କ ମଧ୍ୟରେ ହେଲେ ପଙ୍କଜ ତ୍ରିପାଠି, ଯିଏକି ବଲିଉଡ୍ ରେ ବହୁତ ସାରା ଫିଲ୍ମରେ କମେଡି ରୋଲ୍ କରୁଥିବାର ନଜର ଆସିଥିବେ , ସେ ବହୁତ ବ୍ରାଣ୍ତେଡ୍ ବିଜ୍ଞାପନରେ କାମ କରିଛନ୍ତି , ଓ ପଙ୍କଜ ତ୍ରିପାଠିଙ୍କ ଅଭିନୟର ଅନ୍ଦାଜ ବିଲକୁଲ୍ ଅଲଗା ଅଟେ , କିନ୍ତୁ କଣ ଆପଣ ଜାଣିଛନ୍ତି RSS ରୁ ବାହାରିକରି ବଲିଉଡ୍ ରେ ସୁପରଷ୍ଟାର୍ ହୋଇଥିବା ଏହି ବିହାରୀ ଅଭିନେତା, ସେ ନିଜ ଜୀବନରେ କେତେ ସଂଘର୍ଷ କରିଥିଲେ,  ଓ ସେ ନିଷ୍ପତ୍ତି ନେଇଯାଇଥିଲେ କି ସେ ନିଜ କ୍ୟାରିୟରରେ କଣ କରିବାର ଅଛି ଆଉ କଣ ନୁହେଁ ।

ପଙ୍କଜ ତ୍ରିପାଠି କହିଥିଲେ କି ପ୍ରଥମଥର ସେ ଜଣେ ସାଙ୍ଗ କହିବା ଦ୍ୱାରା କିଛି ନାଟକ ଦେଖିବାକୁ ଗଲେ , ଓ ଯାହାପରେ ତାଙ୍କୁ ସେଠାକୁ ଯିବାକୁ ଅଭ୍ୟାସ ହୋଇଗଲା,  ତେବେ ସେ ଭାବିନେଇଥିଲେ କି ଏବେ ସେ ନାଟକରେ ଅଭିନୟ କରିବେ , କାରଣ ଏଥିରେ ଲୋକଙ୍କୁ ହସାଯାଇପାରିବ , ଓ କନ୍ଦାଯାଇପାରିବ , ପଙ୍କଜ ତ୍ରିପାଠି କହିଲେ କି ଜୀବନର ଯାତ୍ରା ଫିଲ୍ମ ହିଁ ହୋଇଥାଏ , ପ୍ରଥମେ ସଂଘ ମାନେ ଆର୍ ଏସ୍ ଏସ୍ ପାଠ ଶାଳାରେ ଓ ସେଠାରୁ ବାହାରି ଛାତ୍ର ରାଜନୀତିରେ ଜେଲ୍ ଗଲେ , ତାପରେ ଅଭିନେତା ହେବାପାଇଁ ମୁମ୍ବାଇ ଆସିଗଲେ , ଓ ଏଠାରେ ରହିବାପରେ ହୋଟେଲ୍ ରେ କାମ କଲେ ,ତାପରେ ହୋଟେଲ୍ ରେ ସେପ୍ ହୋଇଗଲେ,  ଓ ହୋଟେଲ୍ ରେ ଭଲ ଖାଦ୍ୟ ତିଆରି କରିବାକୁ ଲାଗିଏଲ୍ , ଯେଉଁ ହୋଟେଲ୍ ରେ ପଙ୍କଜ ତ୍ରିପାଠି କେବେ ପିଆଜ କାଟୁଥିଲେ , ଏବେ ସେଠାରେ ଇଣ୍ଟରଭ୍ୟୁ ପାଈଁ ଡକାହେଉଛି ।

ପଙ୍କଜ ରାଜ୍ୟସଭା ଟିଭିର ଏକ କାର୍ଯ୍ୟକ୍ରମରେ ନିଜ ଜୀବନସହ ଯୋଡି ହୋଇଥିବା କଥା ସେୟାର୍ କରିଥିଲେ, ସେ କହିଲେ କି ସେ ନିଜ ଗାଂମ୍ରୁ କିଛି ଦିନ ଶାଖା ସହ ଯୋଡି ହୋଇଥିଲେ,  କିନ୍ତୁ ସେ ରାଜନୀତିର ଟ୍ରେନିଙ୍ଗ୍ ଦିଆଯାଉନଥିଲା,  ଏକ ନେତୃତ୍ୟରେ ନିର୍ଦ୍ଧାରିତ କରାଯାଉଥିଲା, ସେ ସବୁବେଳେ ଖେଳକୁଦରେ ଆଗୁଆ ରହୁଥିଲେ , ଏହାପରେ ସେ ପଢିବାପାଇଁ ପାଟନା ଆସିଲେ,  କିନ୍ତୁ ତାଙ୍କ ମନ ପାଠପଢାରେ ଲାଗୁନଥିଲା , ତେବେ ସେ ଛାତ୍ର ରାଜନୀତିରେ ପ୍ରବେଶ କରିଗଲେ , ପଙ୍କଜ ସ୍କୁଲର ଏକ କଥା ସେୟାର୍ କଲେ , ସେ ନିଜ ଉତ୍କୃଷ୍ଟ ସେନ୍ସ ଅଫ୍ ହ୍ୟୁମର୍ ରୁ ଚୁଟକୁଲା ଶୁଣାଉଥିଲେ , ଓ ଆଖପାଖ ଲୋକ ଏକାଠି କରିବାରେ ମାହିର୍ ଥିଲେ , ବୋଧେ ଏଥିପାଇଁ ତାଙ୍କୁ ବଲିଉଡ୍ ରେ ସଫଳତା ହାସିଲ୍ ହୋଇଗଲା , ଯାହା ଆଜି ତାଙ୍କ ପାଖରେ ଅଛି ।

ପଙ୍କଜ ତ୍ରିପାଠି କହନ୍ତି କି ନାଟକ ତ କରୁଥିଲେ କିନ୍ତୁ ଏଥିରେ ତାଙ୍କ ପେଟ ପୋଷଣ ହୋଇପାରୁନଥିଲା  ଏଥିପାଇଁ ସେ ପାଟନାରେ ରହିବା ସମୟରେ ଏକ ହୋଟେଲ୍ ମୋର୍ଯ୍ୟାରେ କିଚେନ୍ ସୁପରଭାଇଜର୍ ଚାକିରି କରିବାକୁ ଲାଗିଲେ , ବହୁତଥର ଥିଏଟର୍ କରିବାକୁ ନେଇକରି ମ୍ୟାନେଜର୍ ଗାଳି ଶୁଣିଥିଲେ କିନ୍ତୁ କାମ କରିବା ଛାଡିପାରିଲେ ନାହିଁ , ୨୦୦୧ ରେ ନ୍ୟାଶାନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଚାଲିଗଲେ , ଏଠାରେ ଛୋଟମୋଟ ବିଜ୍ଞାପନ ମିଳିଯାଉଥିଲା , ତାପରେ ଫିଲ୍ମରେ କାମ ମିଳିବାକୁ ଲାଗିଲା , ପଙ୍କଜ ଅନାରକଲି ଅଫ୍ ଆରା, ନ୍ୟୁଟନ୍ ,ଦିଲୱାଲେ, ଫୁରକୁରେ, ନ୍ୟୁ କ୍ଲାସମେଟ୍,  ଗ୍ୟାଙ୍ଗ୍ସ ଅଫ୍ ୱାସେପୁର୍, କାଲା, ମସାନ୍, ବରେଲି କି ବର୍ଫୀ, ଫୁରକୁରେ ରିଟର୍ଣ୍ଣସ୍ ଗ୍ୟାଙ୍ଗ୍ ଅଫ୍ ୱାସେପୁର୍-୨ ଓ ଓମକାରା ପରି ହିଟ୍ ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *