October 12, 2024

Odia Express

Leading Odia News Portal of Odisha

ଏହି ସାତଟି ଲକ୍ଷଣ ଯଦି ଆପଣଙ୍କ ପାଖରେ ରହିବ ତେବେ ଆପଣ ଜଣେ ବୁଦ୍ଧିମାନ ଲୋକ ଅଟନ୍ତି – ନିଶ୍ଚୟ ଜାଣିରଖନ୍ତୁ ଏହି ୭ଟି ଲକ୍ଷଣ ବିଷୟରେ..

ସଫଳବ୍ୟକ୍ତି ନିଜ ଜୀବନରେ କେବେ ମଧ୍ୟ ଧୈର୍ଯ୍ୟ ହରେଇନଥାଏ।ସେ କେବେ ମଧ୍ୟ ହାର୍ ମାନି ନଥାଏ।ଆପଣ ଦେଖିଥିବେ ଯେ ଯେତେବେଳେ କୌଣସି କାମ ଆପଣଙ୍କ ଦ୍ୱାରା ହେଇନଥାଏ ସେତେବେଳେ ଆପଣ ଆଉ ଚେଷ୍ଟା ନ କରି ସେହି କାମକୁ ଛାଡ଼ି ଦେଇଥାନ୍ତି।ମାତ୍ର ସଫଳ ବ୍ୟକ୍ତି କେବେ ମଧ୍ୟ ହାରିନଥାଏ।ତେଣୁ ପ୍ରଥମ ଲକ୍ଷଣ ଯାହା ସଫଳ ବ୍ୟକ୍ତିଙ୍କ ପାଖରେ ଦେଖାଯାଇଥାଏ ତାହା ହେଉଛି ଧୈର୍ଯ୍ୟ।ତେଣୁ କେବେ ମଧ୍ୟ ଧୈର୍ଯ୍ୟ ହରେଇ ନଥାଏ।ତେଣୁ ସେହି ବ୍ୟକ୍ତି ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ କିଛି ବି କରିପାରେ।ଆପଣ ଏଲନ ମସ୍କଙ୍କ କଥାତ ଶୁଣିଥିବେ।ତାଙ୍କର ୩ ଗୋଟି ରକେଟ ନଷ୍ଟ ହେଇଯିବା ପରେ ମଧ୍ୟ ସେ ହାର୍ ମାନି ନ ନଥିଲେ ଏବଂ ନିଜ ଲକ୍ଷ୍ୟକୁ ହାସଲ କରିଥିଲେ।

ଦ୍ୱିତୀୟ ଲକ୍ଷଣ ହେଉଛି ଦୃଢ଼ ଇଚ୍ଛାଶକ୍ତି।ସଫଳ ବ୍ୟକ୍ତିମାନେ ଯେତେବେକେ କୌଣସି ଏକ ଜିନିଷକୁ ହାସଲ କରିବାକୁ ଚାହିଁଥାନ୍ତି ସେତେବେଳେ ତାହାକୁ ହାସଲ ନ କରିବା ଯାଏଁ ସେ ପାଗଳ ହେଇଯାଆନ୍ତି।ଅର୍ଥାତ ପାଗଳଙ୍କ ପରି ସେହି ଜିନିଷକୁ ପାଇବା ପାଇଁ ଇଚ୍ଛା କରିଥାନ୍ତି।ଅନ୍ୟ କୌଣସି ଜିନିଷକୁ ଭ୍ରୁକ୍ଷେପ ନ କରି କେଵଳ ସେହି ଗୋଟିଏ ଜିନିଷକୁ ପାଇବାପାଇଁ ପାଗଳ ହେଇଯାଆନ୍ତି।ଆପଣମାନେ ୱାରେନ୍ ବଫେଟଙ୍କୁ ତ ଜାଣିଥିବେ।ଇନଭେସ୍ଟମେଣ୍ଟ ପାଇଁ ସେ ଏତେ ପାଗଳ ହେଇଗଲେ ଯେ ନିଜ ହନିମୁନ ରେ ମଧ୍ୟ ଏହି ଇନଭେସ୍ଟମେଣ୍ଟ କଥା ଭାବୁଥିଲେ।

ତୃତୀୟ ଲକ୍ଷଣ ହେଇଛି ପଠନ।ଆପଣମାନେ ଯେତେ ସଫଳ ବ୍ୟକ୍ତିଙ୍କୁ ଦେଖିବେ ଯେପରିକି ବିଲ୍ ଗେଟ୍ସ,ମାର୍କ ଜୁକରବର୍ଗ କିମ୍ବା ଶଶୀ ଥରୁର ସମସ୍ତେ ଜଣେ ଜଣେ ଭଲ ପାଠକ।ସେମାନେ ତାଙ୍କ ସମୟରେ ହେଇଥିବା ସଫଳ ବ୍ୟକ୍ତିଙ୍କ ବିଷୟରେ ପଢୁଥିଲେ।ତେଣୁ ସଫଳ ହେଇଥିବା ବ୍ୟକ୍ତିଙ୍କର ସଫଳତାର କାହାଣୀ ପଢ଼ିବାର ଆବଶ୍ୟକତା ରହିଛି।ଏହା ଦ୍ଵାରା ତାଙ୍କ ଜୀବନରେ ହେଇଥିବା ସମସ୍ତ ଘଟଣା ସମ୍ପର୍କରେ ଜାଣିପାରି ତାହାର ସମାଧାନକୁ ଆମେ ଆମ ଜୀବନରେ ପ୍ରୟୋଗ କରିପାରିବା।

ଚତୁର୍ଥ ଲକ୍ଷଣ ହେଉଛି ଦୂରଦର୍ଶୀ।ସାଧାରଣ ଲୋକମାନେ ନିଜ ଭବିଷ୍ୟତ କଥା ଭଲ ଭାବେ ଭାବିନଥାନ୍ତି।ସେମାନେ ଭାବନ୍ତି ଯେ ସକାଳୁ ସନ୍ଧ୍ୟା ଯାଏଁ ଅଫିସ୍ ଯିବେ ପୁଣି ଘରକୁ ଆସି ଶୋଇ ପଡିବେ।ମାତ୍ର ସଫଳ ବ୍ୟକ୍ତି ଏହା ଭାବି ନଥାଏ।ସେ ସର୍ବଦା ନିଜ ଭବିଷ୍ୟତ କଥା ଭାବିଥାଏ।ଏହା ସହ ସେ ନିଜର ପରିବାର ଲୋକଙ୍କ ସହ ସମୟ କାଟିବାକୁ ଚାହିଁଥାଏ।ଆପଣମାନେ ଜେଫ୍ ବେଜୋଜ୍ ଙ୍କ କଥା ତ ଜାଣିଥିବେ।ଯେତେବେଳେ ତାଙ୍କ କମ୍ପାନୀ ଆମାଜନ ଭଲ ଭାବେ ଚାଲିବାକୁ ଲାଗିଲା ସେହି ସମୟରେ ସେ ଚାହିଁଲେ ଯେ ନିଜ ଦାୟିତ୍ୱକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିଦେବାକୁ ଏହା ଫଳରେ ସେ ନିଜ ପରିବାର ଲୋକଙ୍କ ସହ ସମୟ କାଟିପାରିବେ।

ପଞ୍ଚମ ଲକ୍ଷଣ ହେଉଛି ସଫଳବ୍ୟକ୍ତି ସର୍ବଦା ସେହି ଚିରନ୍ତନ ସତ୍ୟ ତଥା ମୃତ୍ୟୁ ବିଷୟରେ ଭାବିଥାଏ ଏବଂ ତାର ସେହି ସମୟ ମଧ୍ୟରେ ସେ କଣ ସବୁ କରିପାରିବ।

ସେ ସର୍ବଦା ଭାବିଥାଏ ଯେ ଏହି ଖୁଦ୍ରଜୀଵନ କାଳ ମଧ୍ୟରେ ସେ କଣ ସବୁ କାମ କରିବ ଯାହାଦ୍ୱାରା ସେ ଅନେକ କିଛି ହାସଲ କରିପାରିବ।ଜେଫ୍ ବେଜୋଜ୍ ଯେତେବେଳେ ଆମଜନ କମ୍ପାନୀ ଆରମ୍ଭ କରିବାକୁ ଚିନ୍ତା କଲେ ସେହି ସମୟରେ ସେ ଏକ ସ୍ଥାୟୀ ଚାକିରୀରେ ଥିଲେ।ମାତ୍ର ସେ ଭାବିଲେ ଯେତେବେଳେ ୮୦ ବର୍ଷ ପରେ ସେ ଯେତେବେଳେ ଭାବିବେ ଯେ ସେ ଏହି ନିଷ୍ପତ୍ତି ନେବା ଦ୍ୱାରା ଭୁଲ କରିଛନ୍ତି କି ଠିକ କରିଛନ୍ତି ସେତେବେଳେ ସେ ନିଜକୁ କଣ ଉତ୍ତର ଦେବେ।ଶେଷରେ ସେ ନିଜ ଚାକିରୀ ଛାଡ଼ି ଦେଇଥିଲେ।ପରବର୍ତ୍ତୀ ଇତିହାସ କଣ ଆପଣମାନେ ସବୁ ଜାଣନ୍ତି।

ଷଷ୍ଠ ଲକ୍ଷଣ ହେଉଛି ଯେ କାର୍ଯ୍ୟକାରିତା।ଯଦି ସଫଳବ୍ୟକ୍ତିଙ୍କୁ କୌଣସି ଆଇଡ଼ିଆ ଆସିଥାଏ ତେବେ ସେମାନେ ସେହି ସମୟରେ ତତ୍ କ୍ଷଣାତ୍ ତାହାକୁ କାର୍ଯ୍ୟକାରୀ କରିଥାନ୍ତି।ସେମାନେ ଆଦୌ ବିଳମ୍ବ କରିନଥାନ୍ତି।ଯେତେବେଳେ ଯେଉଁ ସୁଯୋଗ ଆସିବ ତାହାକୁ କେବେ ମଧ୍ୟ ହାତଛଡା କରିବା ଉଚିତ ହେଇନଥାଏ।ସଫଳ ବ୍ୟକ୍ତି ସର୍ବଦା ଏହି କାର୍ଯ୍ୟ କରିଥାଏ।

ସପ୍ତମ ଲକ୍ଷଣ ହେଉଛି ଯେତେବେଳେ ଆପଣ ଗୋଟିଏ କାମକୁ ନା କହିବାକୁ ଚାଁହୁଛନ୍ତି ତେବେ କେବେ ମଧ୍ୟ୍ୟ ହଁ କହିବେ ନାହିଁ।ତେଣୁ ଉଦାହରଣ ସ୍ୱରୂପ ଯଦି ଆପଣ ଆଇଏସ୍ ହେବାକୁ ପ୍ରସ୍ତୁତି କରୁଛନ୍ତି ଏବଂ ଆପଣଙ୍କ ସାଙ୍ଗ ମୁଭି ଦେଖିବାକୁ ଡାକୁଛି ତେବେ ଆପଣଙ୍କର ଯଦି ଇଚ୍ଛା ନଥାଏ ତେବେ ଆପଣ ତାକୁ ନା ମଧ୍ୟ କହିପାରିବେ ଏହା ଦ୍ବାରା ଆପଣଙ୍କ ସାଙ୍ଗଉପରେ କୌଣସି ପ୍ରଭାବ ପକେଇବ ନାହିଁ।ସଫଳବ୍ୟକ୍ତି ମାନେ ସର୍ବଦା ଏହା କରିଥାନ୍ତି।

Leave a Reply

Your email address will not be published. Required fields are marked *