February 14, 2025

Odia Express

Leading Odia News Portal of Odisha

ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା କାହିଁକି ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥିଲେ- ପ୍ରାୟ ୯୦ ପ୍ରତିଶତ ଲୋକ ଏହି କଥା ଜାଣିନଥିବେ…

ବନ୍ଧୁଗଣ ଆମେ ମାନେ ନିଜର ତଥା ଏହି ସମାଜ ଏହି ରାମାୟଣ କୁ ଭଗବାନ ଶ୍ରୀ ରାମଙ୍କ ଦୃଷ୍ଟି କୋଣରୁ ଦେଖିଛୁ ,ଲକ୍ଷ୍ମଣଙ୍କୁ ଦେଖିଛୁ ,ଦେବୀ ସିତାଙ୍କୁ ଜାଣିଛୁ ତଥା ହନୁମାନଙ୍କ ଭକ୍ତି ଭାବକୁ ଜାଣିଛୁ ଏବଂ ରାବଣର ଜ୍ଞାନ ବିଷୟରେ ଜାଣିଛୁ । କିନ୍ତୁ କେବେ ଆମେ ମାନେ ଏହା ଧ୍ୟାନ ଦେଇନୁ କି ଏହି ରାମାୟଣ ରେ ଯଦି କେହି ଅଧିକ ଉପେକ୍ଷିତ ଏହି ଅଣ ଦେଖା ପାତ୍ର ଥିଲେ ସେ ହେଉଛନ୍ତି ଲକ୍ଷ୍ମଣ ପତ୍ନୀ ତଥା ଜନକଙ୍କ ଝିଅ ତଥା ସିତାଙ୍କ ଅନୁଜ ଉର୍ମିଳା।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବଳୀ ଉପରେ ।

ରାମାୟଣର ଏକ ରୋଚକ ଘଟଣା ହେଉଛି ଯେତେବେଳେ ଭଗବାନ ରାମଚନ୍ଦ୍ର ନିଜର ପତ୍ନୀ ସୀତା ଦେବୀ ଏବଂ ନିଜର ଅନୁଜ ଲକ୍ଷ୍ମଣଙ୍କ ସହ ୧୪ ବର୍ଷ ବନବାସ ପାଇଁ ଯାଇଥିଲେ । ଏହି ବନବାସ ସମୟରେ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ସୋଇ ନଥିଲେ। ଏହି କଥାଟି ଆପଣଙ୍କୁ ବିଶ୍ୱାସ ହେଉ ନଥିବ କିନ୍ତୁ ଏହା ହିଁ ସତ୍ୟ ଅଟେ । ଯେତେବେଳେ ରାମ ,ଲକ୍ଷ୍ମଣ , ଭରତ ଏବଂ ଶତୃଘ୍ନ ଜନ୍ମ ହୋଇଥିଲେ ସେତେବେଳେ ରାମ, ଭରତ ଏବଂ ଶତୃଘ୍ନ ସବୁ ଶିଶୁ ମାନଙ୍କ ପରି ଚୁପ୍ ହୋଇଗଲେ କିନ୍ତୁ ଲକ୍ଷ୍ମଣ ଲଗାତାର କାନ୍ଦୁଥିଲେ ଏବ ସେତେବେଳେ ଯାଏ କାନ୍ଦିଲେ ଯେତେବେଳେ ଯାଏ ତାଙ୍କୁ ପ୍ରଭୁ ରାମଙ୍କ ନିକଟକୁ ନେଇକି ନ ଗଲେ ।ସେତେବେଳେ ଠୁ ହିଁ ଲକ୍ଷ୍ମଣ ପ୍ରଭୁ ରାମ ଙ୍କ ଛାଇ ପରି ତାଙ୍କ ପାଖରେ ସବୁ ବେଳେ ରହୁଥିଲେ ।

ସେଥିପାଇଁ ଯେତେବେଳେ ଭଗବାନ ରାମଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ବନବାସ ଯିବାକୁ ଆଦେଶ ମିଳିଥିଲା ସେତେବେଳେ ଲକ୍ଷ୍ମଣ ମଧ୍ୟ ତାଙ୍କର ପ୍ରଭୁ ରାମ ଚନ୍ଦ୍ର ଏବଂ ସୀତା ଦେବୀ ଙ୍କ ସହ ବନବାସ ଯିବାକୁ ନିର୍ଣ୍ଣୟ ନେଇଥିଲେ। ସେହି ସମୟରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା ମଧ୍ୟ ତାଙ୍କ ସହ ଯିବାକୁ କହିଲେ। କିନ୍ତୁ ସେହି ସମୟରେ ଲକ୍ଷ୍ମଣ ତାଙ୍କ ପତ୍ନୀ ଉର୍ମିଳା ଙ୍କୁ ବୁଝାଇବା ପାଇଁ ଏହା କହିଥିଲେ କି ସେ ଭଗବାନ ରାମ ଏବଂ ସୀତା ଦେବୀ ଙ୍କ ସେବା କରିବାକୁ ଚାହୁଁଛନ୍ତି ।ଯଦି ବନବାସ କାଳରେ ତୁମେ ମୋ ସହ ରହିବ ତାହେଲେ ମୋର ସେବା ରେ ବିଘ୍ନ ସୃଷ୍ଟି ହେବ ଏବଂ ମୁଁ ଠିକ୍ ଭାବରେ ସେମାନଙ୍କ ସେବା ବି କରିପାରିବି ନାହିଁ ।

ଉର୍ମିଳାଙ୍କ ପାଇଁ ଏହା ବହୁତ୍ କଠିନ ସମୟ ଥିଲା କାହିଁକି ନ ସେତେବେଳେ ସେ ନବବଧୂ ହୋଇ ଆସିଥିଲେ ଏବଂ ନୂଆ ନୂଆ ବୈବାହିକ ଜୀବନ ଆରମ୍ଭ ହୋଇଥିଲା। ଲକ୍ଷ୍ମଣ ବନବାସ ଯିବା କରେ ଉର୍ମିଳାଙ୍କ ପିତା ଅଯୋଧ୍ୟା ଆସି ତାଙ୍କୁ ନିଜର ଘର କୁ ଯିବାକୁ ଅନୁରୋଧ କଲେ କାହିଁକି ନା ମାଆ ଏବଂ ସଖୀ ମାନଂକ ନିକଟରେ ରହି ସେ ପତି ଙ୍କ ବିୟୋଗ ର ଦୁଃଖ ଟିକେ କମିଯିବ କିନ୍ତୁ ଉର୍ମିଳା ନିଜର ବାପଘର କୁ ଯିବାକୁ ମନା କରିଥିଲେ ଏବଂ ଏହା କହିଥିଲେ କି ପତି ଙ୍କ ଆଜ୍ଞା ଅନୁସାରେ ତାଙ୍କ ପରିଜନ ମାନଙ୍କ ସହ ରହିବା ଏବଂ ଦୁଃଖରେ ସେମାନଙ୍କ ସାଥ ନ ଛାଡ଼ିବା ହିଁ ତାଙ୍କ ଧର୍ମ ଅଟେ ।

ବନବାସର ପ୍ରଥମ ରାତିରେ ଯେତେବେଳେ ରାମଚନ୍ଦ୍ର ଏବଂ ଦେବୀ ସୀତା ସୋଇଥିଲେ କୁଡିଆରେ ସେହି ସମୟରେ ଲକ୍ଷ୍ମଣ ପ୍ରହରା ଦେଉଥିଲେ ଏବଂ ସେହି ସମୟରେ ତାଙ୍କୁ ନିଦ ଲାଗିଲା ଏବଂ ସେ ନିଦ୍ରା ଦେବୀ ଙ୍କୁ ସ୍ମରଣ କଲେ ଏବଂ ତାଙ୍କୁ କହିଲେ କି ବେ ମାତା ଏହି ବନବାସ ସମୟରେ ମୋ ନିଦ୍ରା କୁ ହରଣ କରି ନିଅନ୍ତୁ। ଲକ୍ଷ୍ମଣ ଙ୍କ ଏହି କଥା ରେ ନିଦ୍ରା ଦେବୀ କହିଲେ କି ତମ ଏହି ନିଦ୍ରାକୁ ଯଦି ଅନ୍ୟ କେହି ଗ୍ରହଣ କରିବେ ତାହେଲେ ଏହା ହୋଇପାରିବ।ଲକ୍ଷ୍ମଣ କହିଲେ ମୋ ପତ୍ନୀ ଉର୍ମିଳା ମୋ ନିଦକୁ ଗ୍ରହଣ କରିବେ।ଏହା ଦ୍ଵାରା ଲକ୍ଷ୍ମଣ ଙ୍କ ନିଦ୍ରା ହଜିଯାଇଥଲା ଏବଂ ଏହି କାରଣରୁ ସେ ନିଦ୍ରା ଉପରେ ବିଜୟ ପ୍ରାପ୍ତି କରିଥିଲେ ଏବଂ ମେଘନାଦକୁ ମାରିପାରିଥିଲେ । ଏହି କାରଣରୁ ଉର୍ମିଳା ଦେବୀ ୧୪ ବର୍ଷ ପର୍ଯ୍ୟନ୍ତ ସୋଇଥିଲେ ।

Leave a Reply

Your email address will not be published. Required fields are marked *