March 24, 2025

Odia Express

Leading Odia News Portal of Odisha

ଥଣ୍ଡା,କାଶ,ଜ୍ଵର,ଛାତିରେ ଜମା ହୋଇଥିବା କଫ ସଙ୍ଗେ ସଙ୍ଗେ ସଫା ହୋଇଯିବ – ସଂଗେ ସଂଗେ ଆରାମ ମିଳିବ..

ଥଣ୍ଡା ଅଥବା ଜ୍ଵର ସମୟରେ ଗୋଟେ ଗ୍ଲାସ କ୍ଷୀରରେ ଅଥବା ଗରମ ପାଣିରେ ଗୋଟେ ଚାମଚ ହଳଦୀ ପକାଇ ପିଇବା ବିଷୟରେ ଆମେ ଆଗରୁ ଜାଣିଛେ।କିନ୍ତୁ ଏହାକୁ ପିଇବା କିପରି ଏହା ପ୍ରଥମେ ଭଲ ଭାବେ ଜାଣିବା ଦରକାର।କ୍ଷୀରରେ କେବଳ ହଳଦୀ ପକାଇ ନୁହେଁ ଏଥିରେ ଗୋଟେ ଚାମଚ ମହୁ ମଧ୍ୟ ପକାଇ ପିଇବା ଆବଶ୍ୟକ।ଏପରି କରିବା ଦ୍ବାରା ଥଣ୍ଡା,ଜ୍ଵର, କାସରୁ ତୁରନ୍ତ ଆରାମ ମିଳିଥାଏ।ଏପରି କରିବାଦ୍ୱାରା ମଧ୍ୟ ଛାତିରେ ଜମା ହୋଇଥିବା କଫ ମଧ୍ୟ ବହାରିଯାଇଥାଏ ଓ ତୁରନ୍ତ ଆରାମ ମିଳିଥାଏ।

ଆମେ ଚାହିଁଲେ ଗରମ କ୍ଷୀର ଅଥବା ଗରମ ପାଣିରେ କେବଳ ହଳଦୀ ଗୋଳାଇ ପିଇପାରିବା।କିନ୍ତୁ ଏହା ଆମକୁ ଅଧିକ ଫାଇଦା ଦେଇନଥାଏ ତେଣୁ ଗରମ ପାଣି ଅଥବା ଗରମ କ୍ଷୀରରେ ହଳଦୀ ପକାଇବା ସହିତ ମହୁ ପକାଇ ପିଇବା ଦ୍ୱରା ଅଧିକ ଲାଭ ମିଳିଥାଏ।ଅଦାର ମଧ୍ୟ ବହୁତ୍ ଉପକାରୀ ଗୁଣ ରହିଥାଏ।ଏହା ଥଣ୍ଡା,ଜ୍ଵର,କାସକୁ ଠିକ୍ କରିବା ସହିତ ପେଟ ସହ ଜଡ଼ିତ ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଠିକ୍ କରିଥାଏ।ଥଣ୍ଡା,ଜ୍ଵର,ଅଥବା ଫ୍ଲୁ ପାଇଁ ଅଦାର ଚାହା ପିଇବା ଆବଶ୍ୟକ।ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତାଜା ଅଦାକୁ ଛୋଟ ଛୋଟ ଖଣ୍ଡରେ କାଟିଦେବା।

ଏହି କଟା ଅଦାକୁ ପାଣିରେ ପକାଇ କିଛି ସମୟ ପର୍ଯ୍ୟନ୍ତ ହାଲ୍କା ଆଞ୍ଚରେ ଗରମ ହେବାକୁ ଛାଡ଼ିଦେବା।କିଛି ସମୟ ପରେ ଏହାକୁ ଛାଣିଦେବା।ଏବେ ଏଥିରେ କିଛି ଡାଲଚିନି ଗୁଣ୍ଡ ଓ ଗୋଟେ ଚାମଚ ମହୁ ପକାଇଦେବା।ଆମେ ଅଦାର ଚାହା ବିଷୟରେ ସୁଣିଛେ।ଏହି ଚାହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ଥଣ୍ଡା,ଜ୍ଵର,କାଶକୁ ଏହା ତୁରନ୍ତ ଠିକ୍ କରିଦେଇଥାଏ।ଆମେ ଯେତେବେଳେ ବି ଅଦାର ଚାହା ବନାଇବା ସେଥିରେ ଡାଲଚିନି ଓ ମହୁ ପକାଇବା ଆବଶ୍ୟକ ଏପରି କରିବା ଦ୍ୱାରା ଏହା ଆମ ପେଟ ସହ ଜଡ଼ିତ ସମସ୍ତ ରୋଗକୁ ମଧ୍ୟ ଶେଷ କରିଦେଇଥାଏ।

ଅଦାର ଚାହା ପ୍ରସ୍ତୁତ କରିବା ସମୟରେ ସେଥିରେ ୬-୭ ଟି ତୁଳସୀର ପତ୍ର ମଧ୍ୟ ପକଇଦେବା।ଏପରି କରିବା ଦ୍ବାରା ଚାହା ଅଧିକ ଉପକାରୀ ହୋଇଥାଏ।ଯଦି ଆମକୁ ଅଧିକ ଜୋରରେ ଥଣ୍ଡା,ଜ୍ଵର,କାଶ,କଫ,ନାକ ବନ୍ଦ ହୋଇଯିବା,ଛାତିରେ କଫ ଜମିଯିବା ଭଳି ସମସ୍ୟା ଦେଖା ଦେଇଥାଏ ତେବେ ଏହାକୁ ଖୁବ କମ ସମୟ ମଧ୍ୟରେ ଠିକ୍ କରାଯାଇପାରିବ।ଗୋଟେ ପାତ୍ରରେ ପାଣି ନେଇ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା।ଏବେ ଏଥିରେ ଗୋଟେ ଅଦାର ଖଣ୍ଡକୁ ଭଲଭାବେ ଛେଚି ପକାଇବା।

ଏବେ ସେଥିରେ ୫ ଟି ଲବଙ୍ଗ,୧୦ଟି କଳାମରିଚ ଓ ଗୋଟିଏ ଡାଲଚିନିର ଖଣ୍ଡକୁ ଛେଚି ସେଥିରେ ପକାଇଦେବା।ଏଥିରେ ଅଳ୍ପ ଗୁଡ଼ ମଧ୍ୟ ପକାଇବା।ଏବେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ ହେବାକୁ ଛାଡ଼ିଦେବା।କିଛି ସମୟ ପରେ ଏହାକୁ ଛାଣି ଦେଇ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଏହାକୁ ଗରମ ଗରମ ପିଇବା ଦ୍ଵାରା ଶ୍ୱାସ ଜନିତ ସମସ୍ତ ରୋଗ ଭଲ ହୋଇଯିବା।ଯଦି ଥଣ୍ଡା ବାରମ୍ବାର ହେଉଥାଏ ତେବେ ରସୁଣର ପଖୁଡାକୁ ହାଲ୍କା ଭାଜି ଖାଇବା ଦ୍ଵାରା ଥଣ୍ଡା ବାରମ୍ବାର ହୋଇନଥାଏ।ଏପରି କରିବାଦ୍ୱାରା ଥଣ୍ଡା,ଜ୍ଵର,କଫରୁ ମଧ୍ୟ ଆରାମ ମିଳିଥାଏ।

Leave a Reply

Your email address will not be published. Required fields are marked *