March 24, 2025

Odia Express

Leading Odia News Portal of Odisha

ମୋଟାପଣ ,ପେଟର ଚର୍ବି ଏବଂ ବଢୁଥିବା ଓଜନ ଦୂର କରିବାର ଘରୋଇ ଉପଚାର – ଆଜି ନିଜ ଘରେ ବସି କରନ୍ତୁ

ସାଙ୍ଗମାନେ ମୋଟାପାର ଅର୍ଥାତ ଏକୁଟିଆ ପଣ।କାରଣ ଏକ ରିସର୍ଚ୍ଚ ଅନୁସାରେ ଏହି ଦୁନିଆର ୯୦ ପ୍ରତିଶତ ବ୍ୟକ୍ତି ଏହିପରି ଲୋକଙ୍କ ସହିତ ସାଙ୍ଗ ହେବାକୁ ଚାହିଁଥାନ୍ତି ଏପରି ଲୋକଙ୍କ ସହିତ ସମୟ କାଟିବାକୁ ପସନ୍ଦ କରିଥାନ୍ତି ଏହିଭଳି ଲୋକଙ୍କୁ ନିଜ ଜୀବନସାଥି ବାଛିବା ପସନ୍ଦ କରିଥାନ୍ତି ଯେଉଁମାନେ ଦେଖିବାରେ ଫିଟ ହୋଇଥିବେ ହେଲଦୀ ହୋଇଥିବେ ଏବଂ ଯେଉଁମାନଙ୍କ ଶରୀରର ଗଠନ ଉତ୍ତମ ହୋଇଥିବ।ଏଥିପାଇଁ ଯେଉଁବ୍ୟକ୍ତି ଅଧିକ ଓଜନ ଯୁକ୍ତ ହୋଇଥାନ୍ତି।ଅଧିକ ମୋଟା ହୋଇଥାନ୍ତି ସେମାନଙ୍କ ସାଙ୍ଗ କମ ହୋଇଥାନ୍ତି।

ଏବଂ କୌଣସି ଏକ ସମୟରେ ଏକାଠି ହେବାବେଳେ ତାଙ୍କୁ ଅନେକ କମେଣ୍ଟ ମଧ୍ୟ କରାଯାଇଥାଏ।କେବଳ ଏତିକି ନୁହେଁ ପତଳା ଫିଟ ଲୋକଙ୍କ ମଧ୍ୟରୁ ୧୦୦ରୁ କେବଳ ୧୦ ଜଣଙ୍କୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ହୋଇଥାଏ।କିନ୍ତୁ ମୋଟା ଲୋକଙ୍କ ମଧ୍ୟରୁ ୧୦୦ରୁ ୫୫ ଲୋକଙ୍କୁ ଉଚ୍ଚରକ୍ତଚାପ ଏବଂ ମଧୁମେହ ହୋଇଥାଏ।ଏହି ଦୁଇ ରୋଗ ମଣିଷର ଇମ୍ୟୁନିଟିକୁ ମଧ୍ୟ କମଜୋର କରିଥାଏ।

ଏବଂ ଯେଉଁମାନେ ଏହିସବୁ କାରଣରୁ ଅସୁବିଧାରେ ଅଛନ୍ତି ଆମେ ଆଜି ଏକ ଏପରି ଜିନିଷ ବତାଇବୁ ଯାହା ଏକୁଟିଆହିଁ ଏହିସବୁ ଅସୁବିଧାକୁ ଦୂର କରିଦେଇଥାଏ ଏବଂ ଏହାକୁ ଜଡରୁ ଦୂର କରିଦେଇଥାଏ।ଏହା ଅତି ସହଜରେ ପ୍ରତ୍ୟକ ଦୋକାନରେ ମଧ୍ୟ ମିଳିଯାଇଥାଏ।ଏଥିପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ

ଏଥିପାଇଁ ଆପଣଙ୍କୁ ସର୍ଵପ୍ରଥମେ ଦରକାର ହେବ ଚଣାର ସତୁ।ଏହା ଆପଣଙ୍କୁ ପ୍ରତ୍ୟକ ସଉଦା ଦୋକାନରେ ମିଲିଯିବ।ଏହାକୁ ଆପଣ ଚାରି ଚାମଚ ଏକ ପାତ୍ରରେ ନିଅନ୍ତୁ।ଏହାପରେ ନିଅନ୍ତୁ ଏକ ଲେମ୍ୱୁ ଓ ଏହାକୁ ମଝିରୁ ଫାଳ କରିଦିଅନ୍ତୁ।ଏହାକୁ ସେହି ଚାରି ଚାମଚ ଚଣାର ସତୁରେ ଚିପୁଡି ଦିଅନ୍ତୁ।ଏହାପରେ ଆପଣ ନିଅନ୍ତୁ ଜିରାପାଉଡର।ଏହି ଜିରା ପାଉଡର ଅଧା ଚାମଚ ସେହି ପାତ୍ରରେ ନିଅନ୍ତୁ।ଏହାପରେ ଧନିଆ ପତ୍ର ନିଅନ୍ତୁ ଏହାକୁ ଭଲ ଭାବରେ କାଟିଦିଅନ୍ତୁ ଏବଂ ଏହାପରେ ଦୁଇ ଚାମଚ ଧନିଆ ସେହି ପାତ୍ରରେ ପକାନ୍ତୁ।

ଏହାର ସ୍ୱାଦ ଭଲ କରିବା ପାଇଁ ଏଥିରେ ପକାନ୍ତୁ ବିଟ ଲୁଣ।ଆପଣ ଯଦି ଚାହାଁନ୍ତି ତେବେ ସୈନ୍ଧବ ଲବଣ ମଧ୍ୟ ବ୍ୟବହାର କରିପାରିବେ।ଏହାପରେ ଏଥିରେ ଅଳ୍ପ ଅଳ୍ପ ପାଣି ପକାଇ ମିଶାନ୍ତୁ।ଏହାପରେ ଏହା ଏକ ପେଷ୍ଟ ଭଳି ପ୍ରସ୍ତୁତ ହୋଇଯିବ।ଏହାର ଏକ ଚାମଚଏକ ଗ୍ଲାସରେ ନିଅନ୍ତୁ ଏବଂ ସେଥିରେ ପାଣି ପକାନ୍ତୁ।ଏହାପରେ ଏକ ଗ୍ଲାସ ସର୍ବତ ପ୍ରସ୍ତୁତ ହୋଇଯିବ।

ଏହି ସର୍ବତର ସେବନ ଆପଣ ସକାଳୁ ଖାଲି ପେଟରେ କରିପାରିବେ ଯଦି ଆପଣ ବାହାରୁ ଗରମରୁ ଆସିଛନ୍ତି ଏବଂ ଆପଣଙ୍କୁ ବହୁତ ଗରମ ଲାଗୁଛି ତେବେ ମଧ୍ୟ ଏହାକୁ ତିଆରି କରି ପିଅନ୍ତୁ।ଗରମ ଦିନରେ ଆପଣ ଦିନର ଯେକୌଣସି ସମୟରେ ଏହାର ସେବନ କରିପାରିବେ।ଏହା ପ୍ରତିଦିନ ସେବନ କରିବା ଦ୍ୱାରା ଆପଣ ସର୍ବଦା ଯବାନ ଅନୁଭବ କରିବେ।ବଢୁଥିବା ବୟସ ଆପଣଙ୍କ ଚେହେରାରେ ଦେଖା ଯିବ ନାହିଁ।ଏହାକୁ ପିଇବା ଦ୍ୱାରା ଆପଣଙ୍କ ଚର୍ମରେ ଗ୍ଲୋ ଆସିଥାଏ।ଏହା ହାଡ଼ ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ।ଏହା ଦ୍ୱାରା ଆପଣ ସର୍ବଦା ଫିଟ ଏବଂ ଯବାନ ରହିବେ।ଏବଂ ଏହାଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ମଧ୍ୟ ନିୟନ୍ତ୍ରଣରେ ରହିବ।

Leave a Reply

Your email address will not be published. Required fields are marked *