October 24, 2024

Odia Express

Leading Odia News Portal of Odisha

2 ଏପ୍ରିଲ ୨୦୨୩ ରବିବାର,ଆଜିର ରାଶିଫଳ,କେମିତ କାଟିବ ଆଜି ଆପଣଙ୍କ ଦିନ,ଏହି ରାଶି ପାଇଁ ମିଳିବ ଖୁସି ର ଖବର…

ମେଷ ରାଶି:- ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନ ବହୁତ ଭଲ ରହିବ। ଆଜି ଘରେ କଳହ ସୃଷ୍ଟି ହୋଇପାରେ।ଏହି ରାଶିର ଲୋକମାନେ ବହୁତ ମଜାଦାର ଅଟନ୍ତି।

ବୃଷ ରାଶି:- ବନ୍ଧୁ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିବେ। ପ୍ରଶାସନ ଆଇନ ଅଦାଲତ ଝାମଲାର ଅବସାନ ଘଟିବ।ଆଜି ଆପଣ ନିଜର ପରିବାର ସହିତ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି। ଯାତ୍ରା କରିବା କାରଣରୁ ଆପଣଙ୍କ ମନ ଖୁସିରେ ଭରି ଉଠିବ।

ମିଥୁନ ରାଶି:- ପାରିବାରିକ ସମସ୍ୟା ବଢିବା କାରଣରୁ ବ୍ୟସ୍ତତା ବଢ଼ିଯିବ। ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜର ଉର୍ଜା ସଞ୍ଚୟ କରି ରଖନ୍ତୁ। ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ରହିଛି। ଏହି ରାଶିର ଲୋକମାନେ ଆଜି ଖାଲି ସମୟରେ ସେମାନଙ୍କର କୌଣସି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ।

କର୍କଟ ରାଶି:- ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଆଜି ଆପଣ ପ୍ରେମ ଭାବରେ ରହିବେ ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ବିତାଇବା ଯୋଜନା କରି ପାରନ୍ତି। ଆଜି ଆପଣଙ୍କ ଘରଲୋକ ଆପଣଙ୍କ କଥା ନଶୁଣିବା ହେତୁ ଆପଣଙ୍କ କ୍ରୋଧର ଶିକାର ହେବେ।

ସିଂହ ରାଶି:- ଆଶା କରୁଥିବା ଦିଗରୁ କୌଣସି ଖବର ପାଇ ଅଚାନକ ଖୁସି ହୋଇଯିବେ। ଆଜି ନିଜର ଦେହର ଯତ୍ନ ନେବା ପାଇଁ ଅନେକ ସମୟ ମିଳିବ। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ନିଜର ଭାଇଙ୍କ ସାହାଯ୍ୟ ନିଅନ୍ତୁ। ପ୍ରେମ ମନ ଭାବରେ ଆସୁଥିବା ପରିବର୍ତ୍ତନ ଆପଣଙ୍କୁ ନିରାଶ କରିପାରେ।

କନ୍ୟା ରାଶି:- ପରିବାରରେ ପିଲା ମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ। ଆପଣଙ୍କ କୌଣସି ବନ୍ଧୁ ଆପଣଙ୍କ ଠାରୁ ଆର୍ଥିକ ସହାୟତା ମାଗି ପାରନ୍ତି।

ତୁଳା ରାଶି:- ଆଜି ଆପଣଙ୍କର ଶରୀର ଭଲ ରହିବ। ପିଲାମାନଙ୍କୁ ଆଜି ନିଜର ଭବିଷ୍ୟତ ନେଇ ଯୋଜନା ତିଆରି କରିବାର ଆବଶ୍ୟକତା ରହିଛି।

ବିଛା ରାଶି:- ଆଜି ଆପଣଙ୍କୁ ନିଜର ଋଣ ନେଉଥିବା ବନ୍ଧୁ ମାନଙ୍କ ପାଖରୁ ଦୂରେଇ ରହିବା ଆବଶ୍ୟକ ଅଟେ।

ଧନୁ ରାଶି:- ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ସହାୟତା ମିଳିବ। ପ୍ରତିବନ୍ଧକ କାରଣରୁ ଅଗ୍ରଗତିରେ ବାଧା ହୋଇପାରେ।

ମକର ରାଶି:- ସରକାରୀ ସ୍ତରରେ ସୁଯୋଗ ହରାଇବା କାରଣରୁ ବ୍ୟଥିତ ହୋଇ ପାରନ୍ତି। ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ।

କୁମ୍ଭ ରାଶି:- ଭଲ ସମ୍ପର୍କ ଥିବା ବନ୍ଧୁ ଆପଣଙ୍କୁ ଭୁଲ ବୁଝିବେ।ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ବସ୍ତୁ ଚୋରି କରିପାରେ। ସେଥିପାଇଁ ଆପଣ ସାବଧାନ ରହିବା ଆବଶ୍ୟକ ଅଟେ। ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ ସାଥିଙ୍କ ଅନୁପସ୍ଥିତ ଅନୁଭବ କରି ପାରିବେ।

ମୀନ ରାଶି:- ପ୍ରତ୍ୟେକ କ୍ଷେତ୍ରରେ ଚିନ୍ତା ଲାଗି ରହିବ। ଅନେକ ଦିନରୁ ଚିନ୍ତା କରିଥିବା କାର୍ଯ୍ୟ ଅଚାନକ ଭାବରେ ହୋଇଯିବ।

ତେବେ ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ଆପଣ ଭଗବାନଙ୍କ ନାମ ଜପ କରନ୍ତୁ, ସର୍ବଦା ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ କୃପା ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *