October 24, 2024

Odia Express

Leading Odia News Portal of Odisha

3 ଏପ୍ରିଲ ୨୦୨୩ ସୋମବାର,ଆଜିର ରାଶିଫଳ,ଆଜି ଦିନ ଟି କାହା ପାଇଁ କିଭଳି ରହିବ,ଏମାନେ ପାଇବେ ଖୁସି ଖବର…

ମେଷ ରାଶି:- ସାହାଯ୍ୟ ସହଯୋଗ ଲାଭ କରି କାର୍ଯ୍ୟ ପୂର୍ଣ୍ଣ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କେତେକ ଭୁଲ ହେବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ନିଜର ଅର୍ଜିତ ଧନକୁ ଦାୟିତ୍ୱରେ ରଖନ୍ତୁ। ଆଜି ଚୋରି ହେବାର ଅନେକ ସମ୍ଭାବନା ରହିଛି।

ବୃଷ ରାଶି:- ଅଭାବ ପୂର୍ଣ୍ଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିବେ। ଆପଣଙ୍କ ବ୍ୟକ୍ତିତ୍ଵ ମହକିବ। ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ତେବେ ଅର୍ଥ ଉପାର୍ଜନ କରିବାର ଉପାୟ କରିବା ଆବଶ୍ୟକ। ଆପଣଙ୍କ ଜୀବନ ସାଥିଙ୍କ କାରଣରୁ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ଆସିପାରେ।

ମିଥୁନ ରାଶି:- ଆଜି ଦିନରେ ଆପଣ ଉର୍ଜାରେ ଭରି ରହିବେ। ଯାହା ମଧ୍ୟ କାମ କରିବେ ଏହା କମ ସମୟରେ ଶେଷ କରିବେ।ନିଜର କାର୍ଯ୍ୟ ପଛରେ ପ୍ରେମର ଭାବନା ରହିବା ଆବଶ୍ୟକ ଅଟେ।ବୈବାହିକ ଜୀବନରେ ଉପର ତଳ ହେବା ପରେ ବି ପରସ୍ପରକୁ ପ୍ରେମ କରିବାର ଉତ୍ତମ ପରିସ୍ଥିତି ରହିଛି।

କର୍କଟ ରାଶି:- ସନ୍ତାନ ମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅନ୍ୟ ମାନଙ୍କ ସହିତ ଯୋଗାଯୋଗ କରିବାକୁ ହେବ। ଅଜାଣତରେ ଆପଣ କାହାର ଚିନ୍ତା ଧାରାକୁ ଆହତ କରି ପାରିବେ।ଆପଣଙ୍କୁ ଆଜି ଧନ ଲାଭ ହେବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ସନ୍ଧ୍ୟା ବହୁତ ଭଲ ଉପହାର ସହିତ ଅତିବାହିତ ହେବ।

ସିଂହ ରାଶି:- ଯେଉଁ ବ୍ୟକ୍ତିମାନେ ଅକାରଣରେ ଧନ ନଷ୍ଟ କରି ଥାଆନ୍ତି ସେମାନଙ୍କୁ ନିଜର ଧନ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନିଜର ଦୁର୍ବଳତା ଉପରେ ନଜର ରଖିବା ଆବଶ୍ୟକ।ଆପଣ ଆପଣଙ୍କ କାର୍ଯ୍ୟ ଓ ଶବ୍ଦରେ ସତ୍ୟତା ରଖିବାକୁ ପ୍ରୟାସ କରନ୍ତୁ।

କନ୍ୟା ରାଶି:- ବ୍ୟବସାୟରେ ଲାଭ ମିଳିବ ମାତ୍ର ଅବହେଳା କାରଣରୁ ବ୍ୟୟ ହୋଇଯିବ। ଚିନ୍ତାକୁ ଛାଡ଼ିବା ଆବଶ୍ୟକ ଅଟେ।

ତୁଳା ରାଶି:- ମନ ବୁଝାଇବା ଭଳି କଥା କହି ନିଜର ଲକ୍ଷ୍ୟ ହାସଲ କରିବେ। ଆପଣଙ୍କୁ ମାନସିକ ଚାପ ଠାରୁ ଆରାମ ମିଳିବ।

ବିଛା ରାଶି:- ଆପଣ ଆଜି ମାନସିକ କଷ୍ଟ ଅନୁଭବ କରିବେ।ନିଜର ଧନ ସଞ୍ଚୟ କରିବା ପାଇଁ ଆପଣ ନିଜର ପରିବାର ସହିତ କଥା ହେବା ଆବଶ୍ୟକ ଅଟେ।

ଧନୁ ରାଶି:- କାମରେ ତତ୍ପରତା ନ ଦେଖାଇବା କାରଣରୁ ନିଜର ଲୋକଙ୍କ ପାଖରେ ଆସ୍ଥା ହରାଇବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

ମକର ରାଶି:- ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ସଠିକ ସମୟରେ ଆସିବେ। ପରିବାର ଲୋକଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।

କୁମ୍ଭ ରାଶି:- ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିବ। ଶାରୀରିକ ଲାଭ ପାଇଁ ଧ୍ୟାନ ଓ ଯୋଗ କରିବା ଆବଶ୍ୟକ। ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ।

ମୀନ ରାଶି:- ଆଜି କିଛି ଭଲ ଓ କିଛି ଖରାପ ଅନୁଭୂତିକୁ ନେଇ ଦିନ ଅତିବାହିତ କରିବେ। ପୁରାତନ ରୋଗର ପୀଡ଼ା ଅନୁଭବ କରିପାରନ୍ତି।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *