October 26, 2024

Odia Express

Leading Odia News Portal of Odisha

10 ଏପ୍ରିଲ ୨୦୨୩ ସୋମବାର,ଆଜିର ରାଶିଫଳ,କେମିତ କଟିବ ଆଜି ଆପଣଙ୍କ ଦିନ,ଏହି ଲୋକଙ୍କ ପାଇଁ ରହିବ ଖୁସି ର ଦିନ…

ମେଷ ରାଶି:- ଆଜି ଆପଣଙ୍କ ଯଦି କୌଣସି ସେମିନାର ରହିଛି ତେବେ ଆପଣଙ୍କୁ ପ୍ରୟାସ କରିବା ଫଳରେ ଶୁଭ ଫଳ ମିଳିବ। ଧନ ସମ୍ପର୍କିତ କୌଣସି ସମସ୍ୟା ଆସିପାରେ। ଆଜି ଆପଣଙ୍କ ମନ ଧାର୍ମିକ ସ୍ୱଭାବର ରହିବ। ଗୁରୁଜନ ଲୋକ ମାନଙ୍କର ଆଶୀର୍ବାଦ ନିଅନ୍ତୁ।

ବୃଷ ରାଶି:- ସ୍ୱାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ। କାହା ଉପରେ ଅଧିକ ବିଶ୍ୱାସ ରଖନ୍ତୁ ନାହିଁ। ଆପଣଙ୍କ ମନ ମଧ୍ୟ ଖରାପ ରହିପାରେ ଓ ଆପଣଙ୍କୁ ଅଚାନକ ଭାବରେ ଧନ ପ୍ରାପ୍ତି ହେବାର ମଧ୍ୟ ସମ୍ଭାବନା ରହିଛି। ଆଜି ମହିଳାମାନେ ଟିକେ ସତର୍କତାର ସହିତ କଥା ହେବା ପାଇଁ ଚେଷ୍ଟା କରନ୍ତୁ।

ମିଥୁନ ରାଶି:- ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ।ଆପଣଙ୍କ ଏବେ ବହୁତ ଦିନ ପରେ ଭଲ ପରିସ୍ଥିତି ଆସିବା ପାଇଁ ଯାଉଚି।ଆପଣଙ୍କ ଦିନ ବହୁତ ଭଲରେ ବିତିବ।ଆପଣଙ୍କୁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡିପାରେ।ତେଣୁ ଆପଣ କାହାର ମଧ୍ୟ କୌଣସି ଅସୁବିଧା ଚିନ୍ତା କରନ୍ତୁ ନାହିଁ।

କର୍କଟ ରାଶି:- ଆପଣମାନେ ଆପଣଙ୍କ ପରିଶ୍ରମ କରିବା ଜାରି ରଖନ୍ତୁ।ଆପଣ ଆଜି କିଛି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରନ୍ତି।ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ସୁଦୃଢ ରହିବ କୌଣସି କାର୍ଯ୍ୟରେ ଅସୁବିଧା ଆପଣଙ୍କ ସହିତ ଦେଖାଯିବ ନାହିଁ।କେହି ନୂତନ ଅତିଥି ଆପଣଙ୍କ ଘରକୁ ଆସି ପାରନ୍ତି।

ସିଂହ ରାଶି:- ଆପଣଙ୍କ ମନକୁ ଅଧିକ ଶାନ୍ତି ମିଳିପାରେ।ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ସହିତ ଆପଣ ନିଜର ଅନ୍ୟ କାର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ସଫଳ ହେବେ।ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।ସମସ୍ତ କାର୍ଯ୍ୟ ଗୁଡ଼ିକ ଆପଣଙ୍କର ଅତି ଭଲରେ ସମ୍ପନ୍ନ ହୋଇଯିବ।

କନ୍ୟା ରାଶି:- କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଓ ମାନସମ୍ମାନ ବୃଦ୍ଧି ହେବ।ନିଜର ଥିବା କୌଣସି ଏକ କଷ୍ଟକୁ କାହା ସହିତ ଆଲୋଚନା କରନ୍ତୁ।ପରିବାରରେ କେହି ଲୋକ ଆଜି ଆପଣଙ୍କ ମନକୁ କଷ୍ଟ ଦେଇ ପାରନ୍ତି।ପ୍ରେମ ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ।

ତୁଳା ରାଶି:- ପରିବାରରେ ସମସ୍ତେ ଆଜି ଆପଣଙ୍କ ଉପରେ ପ୍ରସନ୍ନ ରହିବେ।ବ୍ୟବସାୟରେ ବହୁତ ଲାଭ ହେବ।ପରିବାରରେ ଆଜି କଳହ ହେବାର ସମ୍ଭାବନା ରହିଛି।ବିବାହିତ ଲୋକମାନେ ଆଜି କୌଣସି ନୂତନ ଜାଗାକୁ ବୁଲିବା ପାଇଁ ଯାଇ ପାରନ୍ତି।

ବିଛା ରାଶି:- ଦୂର ଯାତ୍ରା ପାଇଁ ସମୟ ଆଜି ଆପଣଙ୍କ ପାଇଁ ଅନୁକୂଳ ନୁହେଁ।କୌଣସି ଜିନିଷ ଉପରେ ଆଜି ଅଧିକ ଚିନ୍ତା କରନ୍ତୁ ନାହିଁ।

ଧନୁ ରାଶି:- ଆଜି ଆପଣଙ୍କୁ ବହୁତ ସମୟ ମିଳିବ କିନ୍ତୁ ଆପଣ ସେହି ସମୟକୁ ସଠିକ ଭାବରେ ବ୍ୟବହାର କରି ପାରିବେ ନାହିଁ।

ମକର ରାଶି:- ଆଜି ଦିନ ଆପଣଙ୍କ ପାଇଁ ନିଶ୍ଚୟ ଭାବରେ ଭଲରେ ଅତିବାହିତ ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ ଆଜି ଆପଣ କରିପାରିବେ।

କୁମ୍ଭ ରାଶି:- ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।କାର୍ଯ୍ୟର ଭାର ଅଧିକ ରହିବ କିନ୍ତୁ ଆପଣ ନିଜର ଦକ୍ଷତା ବଳରେ ସବୁ କାର୍ଯ୍ୟ ସମ୍ପନ୍ନ କରିପାରିବେ।

ମୀନ ରାଶି:- ଆପଣଙ୍କୁ ଆଜି ଲାଭ ମିଳିବ ଆଜି କିଛି ଜିନିଷ କିଣି ପାରନ୍ତି। ଆଜି କାହା ସହିତ ବାଦବିବାଦ ବଢିପାରେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *