ଭାରତର ସବୁଠାରୁ ସୁନ୍ଦର ସାଂସଦ ନବନୀତ କୌର ରାଣା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଲେ ସାକ୍ଷାତ , ବିଜେପିରୁ ହୋଇପାରନ୍ତି ସାମିଲ୍ …ତାଙ୍କ ସୁନ୍ଦରତା ଆଗେ ହିରୋଇନ ମଧ୍ୟ ଫେଲ ହେଇଯିବେ

ପ୍ରଥମଥର ସାଂସଦ ହୋଇଥିବା ନବନୀତ କୌର ରାଣା ଦେଶର ସବୁଠାରୁ ସୁନ୍ଦର ସାଂସଦ ବୋଲି ଜଣାଯାଆନ୍ତି , ସେ ଅମରାବତୀରୁ ନିର୍ଦଳୀୟ ସାଂସଦ ହୋଇଥିଲେ। ଏବେ ଖବର ଆସିଛି କି ସେ ବିଜେପି ଦଳରେ ସାମିଲ୍ ହୋଇପାରନ୍ତି, ମିଡିଆ ରିପୋର୍ଟ ଅନୁସାରେ ନବନୀତ୍ କୌର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି । ନବନୀତ ରାଣା ତେଲେଗୁ ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରହିସାରିଛନ୍ତି , ନବନୀତଙ୍କ ସୁନ୍ଦରତାକୁ ଦେଖିକରି ମହାରାଷ୍ଟ୍ରର ବିଧାୟକ ରବି ରାଣାଙ୍କ ହୃଦୟ ତାଙ୍କ ଉପରକୁ ଆସିଗଲା । ଓ ଏକ ସାମୁହିକ ବିବାହ ସମାରୋହରେ ବିବାହ କରିନେଲେ , ବାହାଘର ପରେ ୨୦୧୧ ରେ ନବନୀତ କୌର ନିଜ ଫିଲ୍ମ ଯାତ୍ରା ଛାଡିଦେଇଥିଲେ, ରାଜନୀତିରେ ଯୋଡିହୋଇଥିବା ପରିବାରରେ ଯୋଡି ହୋଇଥିବା କାରଣରୁ ଅଭିନେତ୍ରୀ ୨୦୧୪ ରେ ରାଜନୀତିରେ ପାଦ ଥାପିଥିଲେ, ଓ ଏନ୍ ସିପିରୁ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ ସେ ହାରିଯାଈଥିଲେ, ଏହାପରେ ସେ ଆଶା ନ ହରାଇ ଆଉଥରେ ଲୋକସଭା ନିର୍ବାଚନରୁ ଜିତ୍ ହାସିଲ୍ କରିଥିଲେ।
୩୪ ବର୍ଷୀୟ ଅଭିନେତ୍ରୀ ନିର୍ଦଳୀୟ ଆଶାର୍ଥୀ ଶିବସେନା ନେତା ଓ ଦୁଇଥର ସାଂସଦ ଆନନ୍ଦ ରାଓ ଅଡସୁଲଙ୍କୁ ୩୬ ହଜାର ଭୋଟରେ ହରାଇଥିଲେ, ଅଭିନେତ୍ରୀ ନବନୀତ କୋରଙ୍କ ଜିତ୍ ଚାରିପଟୁ ପ୍ରଶଂସା କରାଯାଇଛି, ଏହିଥର ନବନୀତଙ୍କ ସ୍ୱାମୀ ରାଣାଙ୍କ ଦ୍ୱାରା ଗଠିତ ରାଜନୈତିକ ସଂଗଠନ ଯୁବା ସ୍ୱାଭିମାଣୀ ପକ୍ଷ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢିଲେ। ତାଙ୍କର ବ୍ୟାପକ ପ୍ରଚାର ଓ ଗ୍ରାମୀଣ ମତଦତାଙ୍କ ସହ ସଂମ୍ପର୍କ କାରଣରୁ ସେ ନିର୍ବାଚନରେ ଜିତ୍ ହାସିଲ୍ କଲେ, ଓ ଶିବସେନାର ୭୧ ବର୍ଷ ଇତିହାସକୁ ବଦଳାଇଦେଲେ ।
ନବନୀତ କୌର ରାଣା ଓ ବିଧାୟକ ରବି ରାଣା ପ୍ରଥମ ଦେଖା ଏକ ଅନୋଖା ସାକ୍ଷାତ ହୋଇଥିଲ୍ , ଦୁହେଁ ପ୍ରଥମ ଦେଖା ବାବା ରାମଦେବଙ୍କ ଆଶ୍ରମରେ ହୋଇଥିଲା, ନବନୀତ କୌର ରାଣା ଯୋଗର ସଉକ ରଖିଥିଲେ, ଏହି ସଉକ କାରଣରୁ ବାବା ରାମଦେବ ଫ୍ୟାନ୍ସଙ୍କ ଭିତରୁ ସେ ଜଣେ ଅଟନ୍ତି , ନବନୀତ ନିଜ ସ୍ୱାମୀ ରବି ରାଣାଙ୍କ ଏକ ଯୋଗ କ୍ୟାମ୍ପରେ ଦେଖା ହୋଇଥିଲେ, ଓ ପ୍ରଥମ ନଜରରେ ରବି ରାଣା ଓ ନବନୀତ କୌର ଭଲ ପାଇ ବସିଥିଲେ, ଦୁହେଁ ଆପସିକ ବୁଝାମଣାରେ ଏହି ସଂମ୍ପର୍କକୁ ଆଗକୁ ବଢାଇବାପାଇଁ ବାବା ରାମଦେବଙ୍କ ଅନୁମତି ନେଇଥିଲେ।
ନବନୀତ କୋର ରବି ରାଣା ଏକ ସାମୁହିକ ବିବାହରେ ବାହା ହୋଇଥିଲେ, ୨ ଫେବୃୟାରୀ ୨୦୧୧ କୁ ଏହି ବିବାହ ସମାରୋହରେ ପ୍ରାୟ ୩୧୬୨ ଯୋଡିଙ୍କ ବିବାହ ସଂପର୍ଣ୍ଣ ହୋଇଥିଲା , ଯେଉଁଥିରେ ୨୪୪୩ ଜଣ ହିନ୍ଦୁ , ୭୩୯ ଜଣ ବୌଦ୍ଧା ଧର୍ମାବଲମ୍ବୀ, ୧୫୦ ମୁସଲିମ୍ ୧୫ ଜଣ ଖ୍ରୀଷ୍ଟିଆନ୍ ଓ ୧୩ ଜଣ ଦୃଷ୍ଟିହୀନ ଯୋଡି ସାମିଲ୍ ଥିଲେ, ଏମ୍ ଏଲ୍ ଏ ବିବାହ ହେବା କାରଣରୁ ଏହି ବିବାହରେ ବହୁତ ଜଣାଶୁଣା ଅତିଥି ଆସି ଯୋଗ ଦେଇଥିଲେ, ଯେଉଁଥିରେ ମହାରାଷ୍ଟ୍ରର ପୂର୍ବ ସିଏମ୍ ପୃଥୀରାଜ ଚୌହାନ, ଯୋଗ ଗୁରୁ ବାବା ରାମଦେବ , ସାହାରା ପ୍ରମୁଖ ସୁବ୍ରତ ରାୟଙ୍କ ଛଡା ବିବେକ ଓବରାୟ ବି ସାମିଲ୍ ହୋଇଥିଲେ ।